ବାସହୀନଙ୍କ ଲାଗି ସହରାଞ୍ଚଳ ଆବାସ ମାଗଣା: ଟଙ୍କା ଦରକାର ନାହିଁ କି ପରିଚୟ ପତ୍ର

ଭୁବନେଶ୍ଵର, (ଓଟି): ସହାରାଞ୍ଚଳରେ ବାସହୀନଙ୍କ ରାତ୍ରୀଯାପନ ଲାଗି ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ରାତ୍ରୀଯାପନ ଗୃହକୁ ମାଗଣା କରାଯାଇଛି। ଏଠାରେ ରହିବାକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ କି ସେମାନଙ୍କୁ କେହି ପରିଚୟପତ୍ର ମାଗିବେ ନାହିଁ। ଯଦିବା କେହି ପରିଚୟପତ୍ର ମାଗିବେ ତେବେ ନଦେଇପାରିଲେ ତାଙ୍କୁ କେହି ସେଠାରେ ରହିବାରୁ ବଞ୍ଚିତ କରିପାରିବେ ନାହିଁ। ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଏହି ନିୟମକୁ ଘୋଷଣା କରିଛନ୍ତି କଟକ ମ୍ୟୁନିସିପାଲ କର୍ପୋରେସନ୍‌। ସହରାଞ୍ଚଳ ବିକାଶ ପ୍ରାଧୀକରଣ ଏ ବାବଦରେ ରାଜ୍ୟର ସମସ୍ତ ରାତ୍ରୀଯାପନ କେନ୍ଦ୍ରକୁ ଦେୟମୁକ୍ତ କରିଥିବା ସେ ସୂଚନା ଦେଇଛନ୍ତି।

ପୂର୍ବରୁ ଭୁବନେଶ୍ଵରରର ସମସ୍ତ ସହରାଞ୍ଚଳ ରାତ୍ରୀଯାପନ ଶିବିରକୁ ମାଗଣା ବ୍ୟବହାର ପାଇଁ ଉନ୍ମୁକ୍ତ କରାଯାଇଥିଲା। କିନ୍ତୁ କଟକରେ ଏଥିଲାଗି ୨୦ ଟଙ୍କା ଦେୟ ସହ ପରିୟପତ୍ର ବାଧ୍ୟତାମୂଳକ ରହିଥିଲା। ଏହା ମାନବାଧିକାରର ଉଲ୍ଲଙ୍ଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ ଏବଂ ବିଜୟ କୁମାର ପଣ୍ଡା କମିଶନଙ୍କ ନିକଟରେ ଆବେଦନ କରିଥିଲେ। କମିଶନ ଏହି ମାମଲାର ଶୁଣାଣି କରି ପକ୍ଷ ରଖିବା ଲାଗି କଟକ ମହାନଗର ନିଗମକୁ ନିର୍ଦେଶ ଦେଇଥିଲେ। ଏ ସମ୍ପର୍କରେ ପକ୍ଷ ରଖି କଟକ ମହାନଗର ନିଗମର ଉପାୟୁକ୍ତ ଶ୍ୟାମସୁନ୍ଦର ସେଠୀ କହିଛନ୍ତି, ଏ ବାବଦରେ ମହାନଗର ନିଗମ ପକ୍ଷରୁ ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସୀ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ସମସ୍ତ ଆବାସକୁ ଦେୟମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଗୃହହୀନ ବ୍ୟକ୍ତି ଏଣିକି ଆଶ୍ରୟ ନେବେ ସେମାନଙ୍କୁ ଦେୟ ମଗାଯିବ ନାହିଁ। ପରିଚୟ ପତ୍ର ମଗାଯିବା ସ୍ଥଳରେ ଯଦି ସେ ନଦେଇପାରିଲେ ତେବେ ତାଙ୍କୁ ରହିବାରୁ ବାରଣ କରାଯିବ ନାହିଁ ବୋଲି ସତ୍ୟପାଠ ଆକାରରେ ଦର୍ଶାଇଛନ୍ତି।

ବାସହୀନଙ୍କୁ ମାଗଣା ରାତ୍ରୀଯାପନ: ସିଏମ୍‌ସି କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌

ଆବାସ ଯୋଜନା ସାତସପନ: ଚାଳ ଘରେ ବିତୁଛି ଜୀବନ

http://odishatime.com/%e0%ac%86%e0%ac%ac%e0%ac%be%e0%ac%b8-%e0%ac%af%e0%ad%8b%e0%ac%9c%e0%ac%a8%e0%ac%be-%e0%ac%b8%e0%ac%be%e0%ac%a4%e0%ac%b8%e0%ac%aa%e0%ac%a8-%e0%ac%9a%e0%ac%be%e0%ac%b3-%e0%ac%98%e0%ac%b0%e0%ad%87/

Leave a Reply

Your email address will not be published. Required fields are marked *