ରାଜ୍ୟସଭା: ଆଜିଠୁ ନାମାଙ୍କନ, ୨୬ରେ ନିର୍ବାଚନ
ଭୁବନେଶ୍ୱର (ଓଟି): ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଓଡ଼ିଶା ଭାଗରେ ଥିବା ଆସନରୁ ୪ଟି ଖାଲି ପଡୁଥିବାବେଳେ ସେଗୁଡ଼ିକ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ତାରିଖ ଏବଂ ୨୬ରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟଯେ, ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ ହେବା ସମ୍ପର୍କରେ କିଛିଦିନ ପୂର୍ବେ ନିର୍ବାଚନ କମିଶନ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା କ୍ଷେତ୍ରରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ରାଜ୍ୟସଭା ଆସନ ଯିବାକୁ ଥିବାବେଳେ ଚତୁର୍ଥ ଆସନ ପାଇଁ ଟଣାଓଟରା ଲାଗି ରହିଛି।











