ସଲ୍ଲୁ ଭାଇଜାନଙ୍କ ‘ନୋଟ୍‌ବୁକ୍‌’ ଟ୍ରେଲର୍ ରିଲିଜ୍

ବଲିଉଡର ମୋଷ୍ଟ୍ ୱାଣ୍ଟେ୍ଡ୍ ବ୍ୟାଚେଲର୍ ସଲ୍ଲୁମିଆଁଙ୍କ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଆଗାମୀ ଦିନରେ ଆଉ ଏକ ଲଭ୍ଷ୍ଟୋରୀ ପରଦା ଉପରକୁ ଆସିବ । ପ୍ରତିଥର ଭଳି ଏହି ଫିଲ୍ମ ମାଧ୍ୟମରେ ସଲ୍ଲୁ ଆଉ ଜଣେ ନୂଆ ଚେହେରାକୁ ବ୍ରେକ୍ ଦେବାକୁ ଯାଉଛନ୍ତି । ଫିଲ୍ମର ନାମ ରଖାଯାଇଛି ‘ନୋଟ୍‌ବୁକ୍‌’ । ସିନେ ଜଗତର ପ୍ରଖ୍ୟାତ ଅଭିନେତ୍ରୀ ନୂତନଙ୍କ ନାତୁଣୀ ପ୍ରନୂତନ ‘ନୋଟ୍‌ବୁକ୍‌’ ମାଧ୍ୟମରେ ଅଭିନୟର ପ୍ରଥମ ଇନିଂସ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରନୂତନଙ୍କ ବିପକ୍ଷର ହିରୋ ସାଜିଛନ୍ତି ଜାହିର୍ ଇକ୍‌ବାଲ୍‌ । ଫିଲ୍ମର କାହାଣୀ କାଶ୍ମୀରର ସୌନ୍ଦର୍ଯ୍ୟମୟ ପରିବେଶକୁ ନେଇ ଗଢ଼ିଛଠିଛି।

କାହାଣୀର ନାୟିକା ପ୍ରନୂତନ ‘ଫିର୍ଦୌଜ୍’ ଭୂମିକାରେ ଅଛନ୍ତି, ଯିଏକି ଜଣେ ସ୍କୁଲ୍ ଟିଚର୍ । ମାତ୍ର ୬-୭ ଜଣ ପିଲାଙ୍କୁ ପଢ଼ାଇବା ହେଉଛି ତାଙ୍କର କାମ ଏବଂ ସେ ଏମିତି ଏକ ସ୍ଥାନରେ ରହୁଛନ୍ତି, ଯେଉଁଠାରେ ଦୂରଦୂରାନ୍ତ ପର୍ଯ୍ୟନ୍ତ କୌଣସି ଜନବସତି ନାହିଁ । ଏଭଳି ଏକ ଏକାନ୍ତ ପରିବେଶ ଫିର୍ଦୌଜ୍‌ଙ୍କୁ ନିରାଶ କରିଛି। କିଛିଦିନ ପରେ ଫିର୍ଦୌଜ୍ ବିବାହ କରିବା ପାଇଁ ଚାକିରି ଛାଡ଼ିଦେଇଛନ୍ତି ଏବଂ ନୂଆ ଟିଚର୍ ଭାବେ ଆସିଛନ୍ତି ଜାହିର୍। ଜାହିର୍ ‘କବୀର୍’ ଭୂମିକାରେ ଅଛନ୍ତି। କବୀର୍ ସେଠାକୁ ଯିବା ପରେ ତାଙ୍କ ପ୍ରେମର ସନ୍ଧାନ ପାଇଛନ୍ତି ଏବଂ ସେ ଜାଣିବାକୁ ପାଇଛନ୍ତି ଯେ ଏଠାରେ ଜଣେ ଝିଅ ପାଠ ପଢ଼ାଉଥିଲେ ଏବଂ ତାଙ୍କର ବିବାହ ହେବାକୁ ଯାଉଛି। ଏହାପରେ କ’ଣ ହେଉଛି, ତାହାକୁ ନେଇ କାହାଣୀ ଆଗକୁ ବଢ଼ିଛି। ‘ନୋଟ୍‌ବୁକ୍’ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଖବର ଆସିଛି।

ହାତକୁ ଦି ହାତ ହେଲେ ନୀତି ମୋହନ 

ପିସିଙ୍କ ପ୍ରେଗ୍ନେନ୍ସିକୁ ନେଇ ଜଣାପଡ଼ିଲା ପ୍ରକୃତ ଖବର 

Leave a Reply

Your email address will not be published.