ଉତ୍ତର ଓଡ଼ିଶାରେ କରୋନା ସ୍ଥିତି ସଙ୍କଟଜନକ: ବଙ୍ଗ ଫେରନ୍ତା ବଢ଼ାଉଛନ୍ତି ଚିନ୍ତା, ରାଜ୍ୟରେ ୯୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ବଙ୍ଗ ଫେରନ୍ତା ଏମେ ଚିନ୍ତାର କାରଣ ହୋଇଛି। ଗଲା ତିନିଦିନ ହେଲା ଲଗାତାର ଉତ୍ତର ଓଡ଼ିଶାରେ ସେମାନେ ସଂକ୍ରମଣ ବାହକ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮ ଜଣଙ୍କ ପାଖରେ କରୋନା ଭୁତାଣୁ ପଜିଟିଭ୍‌ ଟେଷ୍ଟ କରାଯାଇଛି।  ଏମାନଙ୍କ ଭିତରୁ ୬ ଜଣ ଯାଜପୁରର ହୋଇଥିବା ବେଳେ ୨ ଜଣ ହେଉଛନ୍ତି ବାଲେଶ୍ଵରର। ଏହି ୮ ଜଣଙ୍ସକୁ ମିଶାଇ ରାଜ୍ୟରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ।

୯୦ ନମ୍ବର କରୋନା ରୋଗୀ

ସଦ୍ୟ ଚିହ୍ନିତ କରୋନା ରୋଗୀଙ୍କ ବୟସ ୪୦ ବୋଲି ଜଣାପଡ଼ିଛ। ସେ ମଧ୍ୟ ପଶ୍ଚିମବଙ୍ଗରୁ ନିକଟରେ ଫେରିଥିଲେ। ସେ ୯୦ ନମ୍ବର କରୋନା ରୋଗୀ ଭାବେ ପରିଚିତ ହୋଇଛନ୍ତି।

୨୩ ଦିନ ପରେ ସଂକ୍ରମଣ ଜଣାପଡ଼ିଲା

୨୩ ତାରିଖ ଦିନ ଚିହ୍ନିତ ୮୩ ନମ୍ବର ରୋଗୀ ୩୦ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁରର ଅକରପଡ଼ା। ସେ ହାୱଡ଼ା ଗଙ୍ଗାଘାଟଠାରୁ ୧୧ଜଣ ଯାତ୍ରୀଙ୍କ ସାଙ୍ଗେ ଏକ ଗାଡ଼ିରେ ଆସିଥିଲେ। ସେଥିରୁ ୩ ଜଣ ଭଦ୍ରକରେ ଓହ୍ଲାଇଥିଲେ। ଯାଜପୁରରେ କିଆନାଳଠାରେ ପହଞ୍ଚିବା ପରେ ତାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କୁହାଯାଇଥିଲା। ସେଠାରୁ ସେ ଗାଁକୁ ଫେରି ଆସିଥିଲେ। କିଛିଦିନ ଆଇସୋଲେସନ୍‌ରେ ରହିଥିଲେ। କିନ୍ତୁ କିଛି ଲକ୍ଷଣ ନଥିବାରୁ ସେ ବିଭିନ୍ନ ଆଡ଼େ ବୁଲିଛନ୍ତି। ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଯାଇଛନ୍ତି ଏବଂ ତା ସହ ନିଜ ଘର ତିଆରି କାମରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏପ୍ରିଲ୍‌ ୨୨ରେ ତାଙ୍କ ଟ୍ରାଭେଲ୍‌‌ ହିଷ୍ଟ୍ରୀକୁ ଦେଖି ପ୍ରଶାସନ ସାମ୍ପଲ୍‌ ସଂଗ୍ରହ କରିଥିଲା। ଅର୍ଥାତ୍‌ ୨୩ ଦିନ ପରେ ସଂକ୍ରମଣ ଜଣାପଡ଼ିଲେ।

ବାଲେଶ୍ଵରର ୨ ଜଣ

ଗତ ୨୪ ଘଣ୍ଟା ଭିତରେ ଯେଉଁ ୭ଟି ନମୁନାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି ସେଥିରୁ ଦୁଇଜଣ ବାଲେଶ୍ଵରର ରହିଛନ୍ତି। ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛିଯେ, ଏ ଦୁଇ ଜଣ ପୂର୍ବ ଚିହ୍ନିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ।  ପୁରୁଷଙ୍କ ବୟସ ୩୬ ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟସ ୫୫ ବୋଲି ଜଣାପଡ଼ିଛି।

ଯାଜପୁରରୁ ଆଉ ୪ଜଣ 

ଯାଜପୁରରୁ ଯେଉଁ ୬ଜଣ ରୋଗୀଙ୍କୁ ଗତକାଲି ଚିହ୍ନିତ କରାଯାଇଥିଲା ସେଥିରୁ ଆଉ ଚାରିଜଣଙ୍କ ଭିତରେ ରହିଛନ୍ତି ତିନିଜଣ ମହିଳା ଏବଂ ଜଣେ ପୁରୁଷ। ଏହି ମହିଳାମାନଙ୍କ ଭିତରେ ଜଣେ ୮୦ବର୍ଷୀୟ ଥିବା ବେଳେ ଆଉ ଜଣଙ୍କ ବୟସ ୭୦ ବଷଁ ଏବଂ ଅନ୍ୟ ଜଣଙ୍କ ବୟସ ୪୮। ସେହିପରି ପୁରୁଷ ରୋଗୀଙ୍କ ବୟସ ୨୧ ବର୍ଷ। ଏମାନଙ୍କ ଗସ୍ତ ଓ ସଂସ୍ପର୍ଶ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ।

ଭଦ୍ରକ, ବାଲେଶ୍ଵର ଏବଂ ଯାଜପୁର ଜିଲ୍ଲାର ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। ଏହି ତିନି ଜିଲ୍ଲାକୁ ସିଲ୍‌ କରାଯିବା ସହ ଏଠଶରେ ଶଟ୍‌ଡାଉନ୍‌ ଆଦେଶ ଦିଆଯାଇଛି। ଅଧିକ ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ।

ଦ୍ରୁତ ପରୀକ୍ଷା ବନ୍ଦ

ଗତ ୨୪ ଘଣ୍ଟା ଭିତରେ କୌଣସି ଦ୍ରୁତ ପୀକ୍ଷଣ ହୋଇ ନାହିଁ।  ଆଇସିଏମ୍‌ଆର୍‌ ଦ୍ରୁତ ଆଣ୍ଟିବଡି ପରୀକ୍ଷା ପାଇଁ ପୁଣିଥରେ ଆଦେଶ ଦେଇଥିଲେ ମଧ୍ୟ ଏହା ଏଯାଏ ଆରମ୍ଭ ହୋଇ ନାହିଁ। ବିଭିନ୍ନ ରାଜ୍ୟରୁ ଅଭିଯୋଗ ପାଇଁ ଆଇସିଏମ୍‌ଆର୍‌ ଏହି ପରୀକ୍ଷଣ ଗୋଟିଏ ଦିନ ବନ୍ଦ କରିଥିଲେ। ଏହାପରେ ଏହି ପରୀକ୍ଷା କେବଳ ମହାମାରୀର ସ୍ଥିତି ଜାଣିବା ଲାଗି ଉଦ୍ଦିଷ୍ଟ ଏବଂ ଏହା ନିଶ୍ଚିତ ପରୀକ୍ଷା ନୁହେଁ ବୋଲି କହିଥିଲେ।  ଏ ଭିତରେ ସମୁଦାୟ ୪୯୭୫ଟି ଦ୍ରୁତ ପରୀକ୍ଷଣ କରାଯାଇଛି। ସେହିପରି ନିଶ୍ଚିତ ପରୀକ୍ଷଣ ବୋଲି କୁହାଯାଉଉଥିବା ରିଭର୍ସ ଟ୍ରାନ୍ସକ୍ରିପ୍ସନ ପଲିମରେଜ୍‌ ଚେନ୍‌ ରିଆକ୍ସନ୍‌ ( ଆର୍‌ଟିପିସିଆର୍‌) ପଦ୍ଧତ୍ତିରେ ୧୮୪୫୮ଜଣଙ୍କ ପରୀକ୍ଷା କରାଯାଇଥିବା କୁହାଯାଇଛି। ଏବେ ରାଜ୍ୟରେ ୯୦ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୫୬ଜଣ ଆକ୍ରାନ୍ତ ରହିଛନ୍ତି। ସୁସ୍ଥ ହୋଇ ଫେରିଥିବା ଜଣେ ରୋଗୀ ଅକର୍କଟ ପୀଡ଼ିତ ହୋଇ ମୃତ୍ୟୁଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାରେ କରୋନା ସ୍ଥିତି କ’ଣ

ରାଜ୍ୟରେ କରୋନା ସ୍ଥିତି ସକାଳ ୭ଟା, ୨୪ ଏପ୍ରିଲ୍‌୨୦୨୦

ଜିଲ୍ଲା ୨୪ ଏପ୍ରିଲ୍‌ ସ୍ଥିତି ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୬ ୨୨ ୨୩
ବାଲେଶ୍ଵର ୧୦ ୧୦
ଭଦ୍ରକ ୧୨ ୧୦
ଯାଜପୁର ୧୨ ୧୧
ସୁନ୍ଦରଗଡ଼
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
ସମୁଦାୟ ୯୦ ୩୩ ୫୬

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ।

 

 

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ

କରୋନା ବିରୋଧରେ ଲଢ଼ିବା ପାଇଁ ଓଆଇସି ସାମ୍ପ୍ରଦାୟିକ ରଙ୍ଗ ନଦେଉ

ବ୍ରିଟେନରେ କରୋନା ଟିକାର ପରୀକ୍ଷା ଆରମ୍ଭ

ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଆଜି ରାତି ୧୦ଟାରୁ ସଟଡାଉନ୍

 

 

Leave a Reply

Your email address will not be published.