କେନ୍ଦ୍ରାପଡ଼ାର ଦୁଇ କରୋନା ସଂକ୍ରମିତଙ୍କ ଦ୍ୱାରା କେହି ସଂକ୍ରମିତ ହୋଇନାହାନ୍ତି
କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) :କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇନଥିବା ଜଣା ପଡ଼ିଛି । ପ୍ରଥମେ ଆଳି ଅଂଚଳରୁ ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକର ଅଶ୍ୱିନୀ ହସପିଟାଲରେ ଚିକିତ୍ସା ପାଇଁ ଭର୍ତୀ କରାଯାଇଥିଲା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଗସ୍ତ ବିବରଣୀ ସଂଗ୍ରହ କରାଯିବାରୁ ସେ ୨୩ ଜଣ ଲୋକଙ୍କ ସଂସ୍ପର୍ଷରେ ଆସିଥିବା ଜଣାପଡ଼ିଥିଲା ।
ପ୍ରଶାସନ ପକ୍ଷରୁ ଏହି ୨୩ ଜଣଙ୍କ ରକ୍ତ ନମୂନା ଓ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଏହାମଧ୍ୟରେ ଏହି ସମସ୍ତ ୨୩ ଜଣଙ୍କ ରକ୍ତ ନମୂନନା ଓ ସ୍ୱାବ ପରୀକ୍ଷା ରିପୋର୍ଟ ଆସିସାରିଛି ଓ ସମସ୍ତେ କରୋନା ମୁକ୍ତ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଳି ଅଂଚଳରୁ କରୋନା ଆକ୍ରାନ୍ତ ଯୁବକ ଠାବ ହେବା ପରେ ପ୍ରଶାସନ ପକ୍ଷରୁ ଆଳି ଅଂଚଳର ୧୨ଟି ଗ୍ରାମ ଓ ଦୁଇଟି ହାଟକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଥିଲା । ଆଳି ଅଂଚର କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୋଇନଥିବା ଜଣା ପଡ଼ିବା ପରେ ଆଳି ଅଂଚଳରୁ ସଟ ଡାଉନ ଉଠାଇ ଦିଆଯାଇଛି । ହେଳେ ଲକ ଡାଉନ ବଳବତର ରହିଛି । ଏହାପରେ ରାଜନନଗର ଅଂଚଳର ଜଣେ ଯୁବତୀ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଗ୍ରାମର ୩ କିଲୋମିଟର ପରିଧି ମଧ୍ୟରେ ଥିବା ୨ଟି ଗ୍ରାମକୁ ସଟ ଡାଉନ କରାଯାଇଥିଲା ।
ସମ୍ପୃକ୍ତ ଯୁବତୀଙ୍କ ସଂସ୍ପର୍ଶରେ ୧୬ ଜଣ ଲୋକ ଆସିଥିବା ପ୍ରଶାସନ ଜାଣିବା ପରେ ସମସ୍ତଙ୍କ ରକ୍ତ ନମୁନା ଓ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଓ ଏହି ୧୬ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ଓ ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିବା ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି । ରାଜନଗର ଅଂଚଳର କରୋନା ଆକ୍ରାନ୍ତ ଯୁବତୀ ଜଣକ କଲିକତାରେ ତାଙ୍କ ବାପାଙ୍କ ସହିତ ରହୁଥିଲେ ଓ ସେଠାରେ ସେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସି ଆକ୍ରାନ୍ତ ହେବା ପରେ ଲକ୍ ଡାଉନ ସମୟରେ ତାଙ୍କ ବାପା ଓ ଅନ୍ୟଜଣେ ନିକଟ ସମ୍ପର୍କୀୟଙ୍କ ସହ ଆମ୍ବୁଲାନ୍ସରେ ଓଡ଼ିଶା ଆସିଥିଲେ । ସେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ କଟକ ସ୍ଥିତ ଅଶଶ୍ୱିନୀ ହସପିଟାଲରେ ଭର୍ତୀ କରାଯାଇ ଚିକିତତ୍ସା କରାଯାଉଛି । ତେବେ ତାଙ୍କ ସଂସ୍ପର୍ଷରେ ଆସିଥିବା ୧୬ ଜଣ କରୋନା ମୁକ୍ତ ଜଣାପଡ଼ିବା ପରେ ତାଙ୍କ ଗ୍ରାମର ନିକଟସ୍ଥ ଗ୍ରାମ ଦୁଇଟିରୁ ସଟ ଡାଉନ ଉଠାଇଦିଆଯାଇଛିି । କିନ୍ତୁ ଲକଡାଉନ ବଳବତର ରହିଛି ।