ରୋଷେଇ ଗ୍ୟାସ୍ ଦର ଖସିଲା

ନୂଆଦିଲ୍ଲୀ (ଓଟି): ସାରା ଦେଶ ଲକ୍‌ଡାଉନ୍‌ରେ ରହିଛି। ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍ ଜାରି ରହିଛି। କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ରନ୍ଧନ ଗ୍ୟାସ୍‌ ଦର କମିବା ଲୋକଙ୍କ ପାଇଁ ଏକ ଆଶ୍ଵସ୍ତିକର ବିଷୟ ହୋଇଛି।

ସୂଚନା ଅନୁସାରେ ଏଚପିସିଏଲ, ବିପିସିଏଲ ଓ ଆଇଓସି ଆଦି କମ୍ପାନୀ ନନ୍‌-ସବସିଡି ଗ୍ୟାସ୍ ଦର କମାଇଛନ୍ତି। ଫଳରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ପ୍ରାକୃତିକ ଗ୍ୟାସର ଦାମ କମିବା ପରେ ସରକାର ଏଲପିଜି ଗ୍ୟାସର ଦାମ କମାଇଥିବା ଜଣାପଡ଼ିଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ଫଳରେ ବିଭିନ୍ନ ମହଲରେ ଏନେଇ ଖୁସି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *