ପାକିସ୍ତାନ: ପବିତ୍ର ସ୍ଥାନ, ଅପବିତ୍ରତାର ପାପ

ବିଭୁତି ପତି, ସାମ୍ବାଦିକ

ଣମୁସଲମାନ ମହିଳା ଓ ବାଳିକାମାନଙ୍କୁ ଶୋଷଣରୁ ରକ୍ଷା କରିବାରେ ବ୍ୟର୍ଥ ହେଉଛି ପାକିସ୍ତାନର ମୁସଲମାନ ସମ୍ପ୍ରଦାୟ ଓ ସରକାର ତଥା ପାକିସ୍ତାନୀ ଆଇନ ବ୍ୟବସ୍ଥା ବୋଲି କୁହନ୍ତି ସୁଲେମା ଜାହାଙ୍ଗୀର । ସୁଲେମା ଜାହାଙ୍ଗୀର ହେଉଛନ୍ତି ଏ.ଜି.ଏଚ୍‌.ଏସ୍ ଆଇନ୍ ସହାୟତା ପ୍ରକୋଷ୍ଠ ବୋର୍ଡ଼ର ସଦସ୍ୟ ତଥା ପାକିସ୍ତାନ ହାଇକୋର୍ଟଗୁଡ଼ିକରେ ବରିଷ୍ଠ ଆଡ଼୍‌ଭୋକେଟ୍ ଏବଂ ଇଂଲଣ୍ଡ ଓ ୱେଲସ୍ କୋର୍ଟଗୁଡ଼ିକରେ ଜଣେ ବିଶିଷ୍ଠ ଓକିଲ ରୂପରେ କାର୍ଯ୍ୟ କରନ୍ତି । ନିକଟରେ ତାଙ୍କର  ଏହି ତଥ୍ୟ ସମ୍ବଳିତ ଯୁକ୍ତି ସମଗ୍ର ବିଶ୍ୱରେ ଚର୍ଚ୍ଚା ଓ ବିତର୍କ ସୃଷ୍ଟି କରିଥିବାବେଳେ, ପାକିସ୍ତାନରେ ଏହା ବିବାଦୀୟ ହୋଇପଡ଼ିଛି । 

କିଛି ଦିନ ତଳେ କିଛି ଖବରକାଗଜ ଓ ଖବର ସରବରାହସଂସ୍ଥାରେପ୍ରକାଶ ପାଇଥିଲା ଯେ,  ପାକିସ୍ତାନରେ ଅଣମୁସଲମାନ ମହିଳା ଓ ଯୁବତୀ ଝିଅମାନଙ୍କୁ ଚୀନ ଭଳି ଦେଶକୁ ବଳପୂର୍ବକ ଓ ଚୋରା ଚାଲାଣ କରାଯାଉଛି । ଏହାପରେ ବିଶ୍ୱର ବିଭିନ୍ନ ମାନବିକ ଅଧିକାର ଓ ମହିଳା ସୁରକ୍ଷା ସଂଗଠନମାନ ପାକିସ୍ତାନକୁ ତୀବ୍ର ଭର୍ତ୍ସନା କରିଥିଲେ । ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜାତିସଂଘ ପାକିସ୍ତାନର ଇମ୍ରାନ ଖାନ୍ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସୁଲେମା ଜାହାଙ୍ଗିରଙ୍କର ଏଭଳି ବକ୍ତବ୍ୟ ଓ ତଥ୍ୟ ପାକିସ୍ତାନରେ ଅଣମୁସଲମାନ ମହିଳା ଓ ଯୁବତୀ ଝିଅମାନେ ଯେ ସୁରକ୍ଷିତ ନାହଁନ୍ତି ଏହା ପ୍ରମାଣ କରିବା ସହିତ ପାକିସ୍ତାନ ସରକାର ଏବଂ ସେହି ଦେଶ ମାନବିକ ଅଧିକାରର ହନନ କରୁଛି ବୋଲି ପ୍ରମାଣିତ ହୋଇଛି ।

ବିଗତ କେଇବର୍ଷ ହେଲା ପାକିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କ ଅଧିକାର ପାଇଁ ଉଦ୍ଦିଷ୍ଟ ଆଇନଗୁଡ଼ିକ ସମଦର୍ଶୀ ହେବା ବଦଳରେ ନିହାତି ଭେଦଭାବମୂଳକ ହୋଇଯାଇଛନ୍ତି । ନିର୍ବାଚନ ଆଇନଗୁଡ଼ିକଠାରୁ ଆରମ୍ଭ କରି ପାରିବାରିକ , ସାକ୍ଷ୍ୟ ସମ୍ପର୍କିତ, ହୁଦୁଦ୍‌, ଜାକାତ୍ ଓ ଉସ୍‌ର ମାଧ୍ୟମରେ ରୋଜଗାରର ପୁନଃବଣ୍ଟନ, ଟ୍ରଷ୍ଟ ଏବଂ ଛାଡ଼ି ପଳାଉଥିବା ଲୋକମାନଙ୍କ ସମ୍ପତ୍ତି‌, ଜାତୀୟତା ଓ ବାସସ୍ଥାନ ଏବଂ ଧର୍ମ ବିରୋଧରେ କରାଯାଉଥିବା ସମସ୍ତ ଆଇନ୍ କ୍ଷେତ୍ରରେ ତାହାହିଁ ଘଟୁଛି ।

ସୁଲେମା ଜାହାଙ୍ଗୀର

ସଂଖ୍ୟାଲଘୁ ଧାର୍ମିକ ସଂପ୍ରଦାୟର ମହିଳା ଓ ଯୁବତୀମାନଙ୍କ ବିରୋଧରେ କରାଯାଉଥିବା ବାଛବିଚାର ଆହୁରି କଦର୍ଯ୍ୟ । ସେମାନେ ପାଶବିକ ଅତ୍ୟାଚାର, ଅପହରଣ, ବଳପୂର୍ବକ ବିବାହ ଏବଂ ବଳପୂର୍ବକ ଧର୍ମ ପରିବର୍ତ୍ତନର ଶୀକାର ହେଉଛନ୍ତି । କେତେକ ଅଳ୍ପ ବୟସ୍କାମାନେ ଏବଂ କିଛି ଯୁବତୀ ନିଜର ଧର୍ମ ପରିବର୍ତ୍ତନ କରି ବଳପୂର୍ବକ ଇସଲାମ ଗ୍ରହଣ କରିବା କଥା ଓ ବିବାହ କରିବାର ପ୍ରଲୋଭନରେ ଏହି ଝିଅ ଓ ଯୁବତୀମାନେ କେତେ ପରିମାଣରେ ବିପଦଗ୍ରସ୍ତ, ଏବଂ ସେମାନଙ୍କୁ ବିବାହ କରୁଥିବା ପୁରୁଷ ଏବଂ ଧର୍ମ ପରିବର୍ତ୍ତନ କରାଉଥିବା ବ୍ୟକ୍ତି ବିଶେଷ କେତେ ମାତ୍ରାରେ ଭୟଙ୍କର ତଥା ବିବାହ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ଏହି ମହିଳା ଓ ଯୁବତୀମାନଙ୍କୁ ଏପରିକି ନାବାଳିକାମାନଙ୍କୁ ମଧ୍ୟ କିପରି ପ୍ରଲୋଭନ କରାଯାଏ ପୁନଶ୍ଚ ବିବାହପରେ ସେମାନେ କିପରି ନିର୍ଯ୍ୟାତିତ ହୁଅନ୍ତି, ସେସମ୍ପର୍କରେ ଅନେକ ଲୋମହର୍ଷଣକାରୀ ଘଟଣା ବର୍ଣ୍ଣନା କରନ୍ତି ଏଭଳି ମହିଳା, ଯୁବତୀ ଓ ନାବାଳିକାମାନେ । ଏହା ଉଲ୍ଲେଖ କରିଛନ୍ତି ସୁଲେମା ଜାହାଙ୍ଗୀର ।

ଦୁଇ ଦୁଇଥର ସିନ୍ଧ୍‌ର ସରକାର ଧର୍ମାନ୍ତରଣ ଓ ବିବାହକୁ ବେଆଇନ ଘୋଷଣା କରିବାକୁ ଉଦ୍ୟମ କରିଥିଲେ ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷାବିଲ ମାଧ୍ୟମରେ କୋର୍ଟର ପ୍ରକ୍ରିୟାଗୁଡ଼ିକ ସକାଶେ ମାର୍ଗଦର୍ଶିକାମାନ ମଧ୍ୟ ପ୍ରସ୍ତୁତ କରିଥିଲେ । ଏହି ଆଇନରେ ଧର୍ମାନ୍ତରଣ ସକାଶେ ସର୍ବନିମ୍ନ ବୟସ ୧୮ବର୍ଷ ରଖାଯାଇଥିଲା ଏବଂ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟାଗୁଡ଼ିକ ବର୍ଣ୍ଣନା ମଧ୍ୟ କରାଯାଇଥିଲା । ୨୦୧୬ ମସିହାରେ ସିନ୍ଧ ବିଧାନସଭା ସର୍ବସମ୍ମତ୍ତିକ୍ରମେ ଏହି ବିଲ୍‌କୁ ଅନୁମୋଦନ କରିଥିଲେ । ମାତ୍ର ବିଭିନ୍ନ ମୁସଲମ୍ ଧର୍ମାନ୍ଧ ଧର୍ମୀୟ ଦଳ ଏବଂ ବ୍ୟକ୍ତିବିଶେଷ ଧର୍ମାନ୍ତରଣ ସକାଶେ ସର୍ବନିମ୍ନ ବୟସ ନିର୍ଦ୍ଧାରଣକୁ ବିରୋଧ କରିଥିଲେ ଏବଂ ଯଦି ଏହି ବିଲ୍ ଗଭର୍ଣ୍ଣରଙ୍କ ଅନୁମୋଦନ ଲାଭ କରେ ତେବେ ସେମାନେ ବିଧାନସଭା ଅଚଳ କରିଦେବେ ବୋଲି ଖୋଲାଖୋଲି ଧମକ ଦେଲେ । ଏହାପରେ ଗଭର୍ଣ୍ଣର ବିଲ୍‌ରେ ସ୍ୱାକ୍ଷର କରିବାକୁ ମନା କରିଦେଲେ । ସେହି ସମୟରେ ଏହା ବିଶ୍ୱ ଗଣମାଧ୍ୟମର ଚର୍ଚ୍ଚିତ ଓ ବିବାଦୀୟ ନ୍ୟୁଜ୍ ହୋଇଥିଲା । ଏଥିପାଇଁ ବିଶ୍ୱବ୍ୟାପୀ ପାକିସ୍ତାନ୍ ନିନ୍ଦାର ଶିକାର ହୋଇଥିଲା ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ

୨୦୧୯ ମସିହାରେ ଏହି ବିଲ୍‌ର ଏକ ପରିବର୍ତ୍ତିତ ସଂସ୍କରଣ ବିଧାନସଭାରେ ଉପସ୍ଥାପିତ କରାଗଲା ମାତ୍ର ମୁସଲମାନ୍ ଧର୍ମଭିତ୍ତିକ ଦଳମାନେ ପୁଣିଥରେ ବିରୋଧ କଲେ । ପୀର ମିଆଁ ଅବଦୁଲ ଖାଲିକ୍ (ମିଆଁ ମିଠୁ) ଯିଏକି ଜଣେ ରାଜନୈତିକ ଓ ମୁସଲମାନ୍ ଧାର୍ମିକ ଧର୍ମାନ୍ଧ ନେତା ଏବଂ ସିନ୍ଧ୍‌ର ବହୁ ହିନ୍ଦୁ, ଖ୍ରୀଷ୍ଟିଆନ୍ ନାବଳିକା ଏବଂ ଯୁବତୀମାନଙ୍କୁୁ ବଳପୂର୍ବକ ଧର୍ମାନ୍ତରିତ କରିବା କାର୍ଯ୍ୟର ମୁଖ୍ୟ ଆସାମୀ; ସେ ମଧ୍ୟ ଧାରଣାରେ ବସିଲେ । ସେ ଏବଂ ତାଙ୍କର ସାଥୀମାନେ ଦାବୀ କରନ୍ତି ଯେ ମହିଳା, ଯୁବତୀ ତଥା ବାଳିକାମାନଙ୍କ ପ୍ରତି କୌଣସି ବଳ ପ୍ରୟୋଗ କରାଯାଏ ନାହିଁ ବରଂ ସେମାନେ ମୁସଲମାନ ପୁରୁଷଙ୍କ ପ୍ରେମରେ ପଡ଼ି ଏବଂ ଇସ୍‌ଲମ୍ ପ୍ରତି ଆକୃଷ୍ଟ ହୋଇ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ କରନ୍ତି । ୨୦୧୯ ମସିହା ମାର୍ଚ୍ଚ ମାସରେ ପ୍ରାୟ ୨୦୦୦ ହିନ୍ଦୁ ଜନସାଧାରଣ ପାକିସ୍ତାନରେ ରୀନା ଏବଂ ରବିନା ଏହି ଦୁଇ ଭଉଣୀମାନଙ୍କ ପାଇଁ ନ୍ୟାୟ ଭିକ୍ଷା କରି ଧାରଣାରେ ବସିଥିଲେ । ସେମାନେ ଦାବୀ କରିଥିଲେ ଯେ ଏହି ଦୁଇଭଉଣୀଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇ ବିବାହ କରାଯାଇଥିଲା । ଇସ୍‌ଲାମ୍‌ବାଦ୍ ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ଯେ ଏହି ଝିଅ ଦୁଇଜଣ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଥିଲେ ଏବଂ ସଂପୃକ୍ତ ମୁସଲମାନ୍ ପୁରୁଷମାନଙ୍କୁ ବିବାହ କରିଥିଲେ । ଏହାକୁ ନେଇ ବିଶ୍ୱବ୍ୟାପୀ ବିବାଦର ସୃଷ୍ଟି ହୋଇଥିଲା । ବଳପୂର୍ବକ ଧର୍ମ ପରିବର୍ତ୍ତନ ଓ ବିବାହର ବହୁ ସଂଖ୍ୟକ ଘଟଣା ରହିଥିôବା ବେଳେ ପାକିସ୍ତାନ୍‌ରେ ଏପରି ଘଟଣାମାନ ମଧ୍ୟ ରହିଛି ଯେଉଁଥିରେ ଅଳ୍ପ ବୟସର ଝିଅମାନଙ୍କୁ ପ୍ରଭାବଶାଳୀ ପାକସ୍ତାନ୍‌ର ମୁସଲମାନ୍ ଲୋକମାନେ ନିଜ ପାଲରେ ପକାଇ ଫସାଇ ଦିଅନ୍ତି ଏବଂ ସେମାନଙ୍କୁ ପ୍ରଲୋଭିତ କରି ବିବାହ କରିବା ପାଇଁ ମୁସଲମାନ ଧର୍ମରେ ଦୀକ୍ଷିତ କରାନ୍ତି । ଆଇନ୍ କେତେଦୂର ପର୍ଯ୍ୟନ୍ତ ଏଭଳି ଚକ୍ରାନ୍ତ ଓ ବଳପ୍ରୟୋଗ ଧର୍ମ ପରିବର୍ତ୍ତନ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଧର୍ମ ପରିବର୍ତ୍ତନରେ ପ୍ରଭାବିତ ହେଉଥିବା ଝିଅମାନଙ୍କ କ୍ଷେତ୍ରରେ ଅଲଗା ଅଲଗା ଭାବେ ବିଚାର ବ୍ୟବସ୍ଥା ଗ୍ରହଣ କରି ଦଣ୍ଡବିଧାନ କରିପାରିବ ତଥା ହିଂସାର ଭୟ ବଦଳରେ ପ୍ରଲୁବ୍ଧ କରି ଧର୍ମାନ୍ତରଣ କରିବାକୁ କେବେ ଦଣ୍ଡନୀୟ ବୋଲି ଘୋଷଣା କରାଯିବ ତାହା ପ୍ରଶ୍ନ କରିଛନ୍ତି ସୁଲେମା ଜାହାଙ୍ଗୀର । ସୁଲେମାଙ୍କର ଏହି ପ୍ରଶ୍ନ ଆଜି ବିଶ୍ୱ ବ୍ୟାପୀ ପାକିସ୍ତାନ୍ ବିରୋଧରେ ମାନବିକ ଅଧିକାର ହନନ ପାଇଁ ଏକ ପ୍ରଶ୍ନବାଚୀ ହୋଇଛି । ଅବଶ୍ୟ ପାକିସ୍ତାନ୍‌ର ତଥାକଥିତ ଧର୍ମାନ୍ଧ ମୁସଲମାନ ଧାର୍ମିକ ସଂଗଠନ ଓ ବ୍ୟକ୍ତିବିଶେଷ କିମ୍ବା ଇମ୍ରାନ୍ ଖାନ୍‌ଙ୍କ ସରକାର ଏ ପର୍ଯ୍ୟନ୍ତ ଏହାକୁ ଆଡ଼ ଆଖିରେ ଅନାଇ ନାହାନ୍ତି । ପାକିସ୍ତାନ୍ – ପବିତ୍ର ସ୍ଥାନର ସଜ୍ଞା ଧାରଣ କରିଥିବା ଏହି ଦେଶ ଯେ କେତେ ଅପବିତ୍ର ଓ ପାପପୂଣ୍ଣ ତାହା ଏଠାରେ ପ୍ରମାଣିତ ହେଉଛି ।

ବିଶ୍ୱର ସାର୍ବଜନୀନ ମାନିବକ ଅଧିକାର ଘୋଷଣାନାମାରେ ପାକିସ୍ତାନ୍ ସ୍ୱାକ୍ଷର କରିଛି । ଏହି ଘୋଷଣାନାମା ଅନୁଯାୟୀ ଧର୍ମଗ୍ରହଣରେ ସ୍ୱାଧୀନତାର ଅଧିକାରରେ ନିଜ ଧର୍ମ ପରିବର୍ତ୍ତନର ଅଧିକାର ଏବଂ କାହାରିକୁ ଧର୍ମ ପରିବର୍ତ୍ତନ ସକାଶେ ଚାପ ପ୍ରୟୋଗ କରାନଯିବାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ ଓ ନିୟମ ରହିଛି । ଇଉରୋପୀୟ ମାନବିକ ଅଧିକାର ନ୍ୟାୟାଳୟ, ଧର୍ମ ପାଇଁ ଅନ୍ୟକୁ ରାଜି କରିବା ପାଇଁ ଅନୁମୋଦିତ କାର୍ଯ୍ୟ ଏବଂ ଚାପ ପ୍ରୟୋଗ ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ପରାମର୍ଶ ଦେଇଛି । ବିଭିନ୍ନ ମକୋଦ୍ଦମା ରାୟ ଅନୁଯାୟୀ ନିଜର ପଦବୀଜନିତ କ୍ଷମତାର ଅପପ୍ରୟୋଗ କରି ଶୋଷଣ ପ୍ରବଣ ବ୍ୟକ୍ତି ବା ଅଧସ୍ତନ କର୍ମଚାରୀମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ହେଉଛି ଚାପ ପ୍ରୟୋଗ, ଯାହାକୁ ପାକିସ୍ତାନ ଆଇନ ବିରୋଧୀ ବୋଲି ଘୋଷଣା କରିବା ଉଚିତ । ବାସ୍ତବତା ହେଉଛି ପାକିସ୍ତାନରେ ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥା ହିଁ ହେଉଛି ଭେଦଭାବ ପୂର୍ଣ୍ଣ ଏବଂ ଅଣମୁସଲମାନଙ୍କୁ ସୁରକ୍ଷା ଦେବାରେ ଆଇନ୍‌ଗତ ଭାବେ ଅନ୍ଧ । ବିଶେଷ କରି ସଂଖ୍ୟାଲଘୁ ଧାର୍ମିକ ସଂପ୍ରଦାୟର ମହିଳାମାନଙ୍କ କ୍ଷେତ୍ରରେ ଏହି ଭେଦଭାବ ବଳବତ୍ତର ରହିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଶୋଷଣ କରୁଥିବା ଲୋକମାନଙ୍କର ପ୍ରତିପତ୍ତି ଓ ଧନବଳ, ଏହି ମହିଳା ଓ ଯୁବତୀମାନଙ୍କ ବିରୁଦ୍ଧରେ ବଳପୂର୍ବକ ଓ ଚାପ ପ୍ରୟୋଗକୁ ପ୍ରମାଣିତ କରୁଛି । ବିପଦପ୍ରବଣ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ସକାଶେ ତୁରନ୍ତ ସକରାତ୍ମକ ଆଇନ ପ୍ରଣୟନ କରାଯିବାର ଜରୁରୀ ଆବଶ୍ୟକତା ପାକିସ୍ତାନ୍‌ରେ ରହିଛି, ଏହା ସୂଚାଇ ଦେଇଛନ୍ତି ସୁପ୍ରସିଦ୍ଧ ଆଇନିଜୀବୀ ସୁଲେମା ଜାହାଙ୍ଗୀର ।

ଏହା ବ୍ୟତୀତ ପାକିସ୍ତାନରେ କୌଣସି ମହିଳା ବା ଯୁବତୀ ଏପରିକି ନାବାଳିକା ଝିଅମାନେ ଯଦି ଥରୁଟିଏ ଧର୍ମ ପରିବର୍ତ୍ତନ କଲେ ତେବେ ଆଉ ପଛକୁ ଫେରିବାର ବାଟ ନାହିଁ । ବଳପୂର୍ବକ ଧର୍ମ ପରିବର୍ତ୍ତନ କରିଥିଲେ ମଧ୍ୟ ସେମାନେ ସବୁଦିନ ପାଇଁ ସେହିଠାରେ ବାନ୍ଧି ହୋଇ ରହିବେ ଏବଂ ବନ୍ଧା ପଡ଼ିବେ । ଏହାହିଁ ପାକିସ୍ତାନ୍‌ରେ ବଳପୂର୍ବକ ଓ ଷଡ଼ଯନ୍ତ୍ରର ଶୀକାର ହୋଇ ତଥା ପ୍ରେମ ଓ ବିବାହର ପ୍ରଲୋଭନରେ ପଡ଼ି ନିଜର ଧର୍ମ ପରିବର୍ତ୍ତନ କରି ମୁସଲମାନ ସମ୍ପ୍ରଦାୟରେ ସାମିଲ ହେଉଥିବା ନିରୀହା ଅବଳାମାନଙ୍କର ଦୁର୍ଭାଗ୍ୟ ଓ ଭୟଙ୍କର ନିର୍ଯ୍ୟାତନାର କାହାଣୀ କାରଣ ପାକିସ୍ତାନ୍‌ରେ ଥରେ ଇସ୍‌ଲାମ୍ ଧର୍ମ ଗ୍ରହଣ କରି ମୁସଲମାନ ହେବାପରେ ତାହାକୁ ତ୍ୟାଗ କରିବାର ପରିଣତି ହେଲା ମୃତ୍ୟୁଦଣ୍ଡ । ଅନେକ କ୍ଷେତ୍ରରେ ଏଭଳି ମହିଳା ଓ ଯୁବତୀମାନଙ୍କୁ କୁହାଯାଏ, ସେମାନଙ୍କ ପରିବାର ଲୋକେ “କାଫେର’ ଏବଂ ସେମାନେ ସେମାନଙ୍କ ପରିବାରକୁ ଆଉ ଦେଖା କରିପାରିବେ ନାହିଁ । ଏପରିକି ଏହି ମହିଳା ଓ ଯୁବତୀମାନେ ପାକିସ୍ତାନ୍‌ର ନ୍ୟାୟଳୟରେ ନ୍ୟାୟଭିକ୍ଷା ପାଇଁ ମଧ୍ୟ ପହଞ୍ଚିପାରନ୍ତି ନାହିଁ । ଯଦି କୌଣସି ପରିସ୍ଥିତିରେ ସେମାନେ ନ୍ୟାୟଳୟରେ ପହଞ୍ଚିବାର ସୁଯୋଗ ପାଇଲେ କିମ୍ବା ସାହାସ ଜୁଟାଇଲେ ତେବେ ସେମାନଙ୍କ ଜୀବନର ଗତିପଥ ଓଲଟପାଲଟ ହୋଇଯିବାର ସମ୍ଭବାନ ମଧ୍ୟ ରହିଛି । କାରଣ ସେହି ମହିଳା ଓ ଯୁବତୀମାନେ ଅତି ଶକ୍ତିଶାଳୀ ମୁସଳମାନ ଲୋକମାନଙ୍କର କବ୍‌ଜାରେ ଥାଆନ୍ତି ଏବଂ ସବୁକିଛି ସେହିମାନଙ୍କ ନିର୍ଦ୍ଦେଶରେ ପରିଚାଳିତ ହୁଏ । ଏହି ମହିଳା ଓ ଯୁବତୀମାନେ ସେମାନଙ୍କ ପୁରୁଷ ବନ୍ଧୁମାନଙ୍କ ସହ ପଳାଇବାପରେ ପରବର୍ତ୍ତୀ ସମୟରେ ସେମାନଙ୍କର ଆଉ କିଛି ଖୋଜ ଖବର ମିଳେନାହିଁ । ଅନେକ କ୍ଷେତ୍ରରେ ଏହାହିଁ ଦେଖିବାକୁ ମିଳେ ବୋଲି ସୁଲେମା ଜାହାଙ୍ଗୀର ଦେଇଥିବା ଚାଞ୍ଚଲ୍ୟକର ତଥ୍ୟ ଓ ବୟାନ ଆଜି ପାକିସ୍ତାନ୍‌ର ଚରିତ୍ରକୁ ପଦାରେ ପକାଇଦେଇଛି । ରିନା ଏବଂ ରବିନାଙ୍କ ବାପା ମା\’ ଏକଥା ପ୍ରଶ୍ନ କରିବା ଠିକ୍ ଯେ, ରିନା ଏବଂ ରବିନାଙ୍କ ଭଳି କୁଆଁରୀ ଝିଅ କାହିଁକି ଏପରି ଲୋକଙ୍କୁ ବିବାହ କରିବାକୁ ରାଜି ହେଲେ, ଯାହାଙ୍କର ସ୍ତ୍ରୀ ଓ ପିଲାଛୁଆ ଅଛନ୍ତି । ଏହାର ତଦନ୍ତ ହେବା ସହିତ ଏହାର କାରଣ ଖୋଜି ଦୋଷୀକୁ ଦଣ୍ଡ ଦିଆଯିବାର ଯେଉଁ ଯୁକ୍ତି ତାହା ନିତାନ୍ତ ବାସ୍ତବ ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ବୋଲି କୁହନ୍ତି ସୁଲେମା ଜାହାଙ୍ଗୀର ।

ସୁଲେମା ଜାହାଙ୍ଗୀ ମତ ଦିଅନ୍ତି, “ପିପୁଲ୍ସ କମିଶନ ଫର ମାଇନରଟିଜ୍ ରାଇଟ୍ସ ଏବଂ ସେଣ୍ଟର ଫର ସୋସିଆଲ ଜଷ୍ଟିସ୍ ପକ୍ଷରୁ ୨୦୧୩ ରୁ ୨୦୧୯ ମସିହା ମଧ୍ୟରେ ଘଟିଥିବା ବଳପୂର୍ବକ ଧର୍ମ ପରିବର୍ତ୍ତନର ୧୫୬ଟି ଘଟଣାର ତଥ୍ୟ ସଂକଳିତ କରାଯାଇଥିଲା । ଧର୍ମାନ୍ତରିତ ହେଉଥିବା ମହିଳାମାନଙ୍କ ମଧ୍ୟରୁ ଏକ ଖୁବ୍ ବଡ଼ ଅଂଶ ହେଉଛନ୍ତି ନାବାଳିକା । ଆଉ ସେମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ୧୨ ବର୍ଷରୁ ମଧ୍ୟ କମ । ଧର୍ମାନ୍ଧ ଧାର୍ମିକ ଗୋଷ୍ଠୀମାନେ ଧର୍ମାନ୍ତୀକରଣ କିମ୍ବା ବିବାହା ସକାଶେ ସର୍ବନିମ୍ନ ବୟସ ନିର୍ଦ୍ଧାରିତ କରିବାକୁ ପାକିସ୍ତାନ୍‌ରେ ସର୍ବଦା ବିରୋଧ କରୁଛନ୍ତି । ସେମାନଙ୍କର ଯୁକ୍ତି ହେଲା ଯେ ଇସଲାମ୍‌ରେ ଏହା ଅନୁମୋଦିତ ନୁହେଁ । ସିନ୍ଧ୍ ପ୍ରଦେଶରେ ୧୮ବର୍ଷରୁ କମ୍ ବୟସର ଝିଅମାନଙ୍କର ବିବାହକୁ ନିଷିଦ୍ଧ କରାଯାଇଥିବାରୁ, ସେଠାରୁ କେତେକ କ୍ଷେତ୍ରରେ ଅଳ୍ପ ବୟସର ଝିଅମାନଙ୍କୁ ପଞ୍ଜାବ ଚାଲାଣ କରି ନିଆଯାଇ ସେଠାରେ ସେମାନଙ୍କର ବାହାଘର କରାଯାଉଛି’ ।

୧୬ ବର୍ଷରୁ କମ୍ ବୟସର ଝିଅମାନଙ୍କ ସହ ଯୌନ ସମ୍ପର୍କ ଆଇନଗତ ଭାବେ ବଳତ୍କାର ବୋଲି ବିଚାର କରାଯାଏ । ଏପରି ଅପରାଧ ପାଇଁ ମୃତ୍ୟୁଦଣ୍ଡ ମିଳିପାରେ କିମ୍ବା ସର୍ବନିମ୍ନ ଦଣ୍ଡ ୧୦ବର୍ଷ କାରାବାସ । ଏଭଳି ଅପରାଧ କ୍ଷେତ୍ରରେ ଅପରାଧୀ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାର ସୁଯୋଗ ମଧ୍ୟ ପାଏନାହିଁ, କିନ୍ତୁ କେତେକ କ୍ଷେତ୍ରରେ ଏକ ଧର୍ମାନ୍ତରଣ ପ୍ରମାଣପତ୍ର ସହିତ ବାହାଘରର ପ୍ରମାଣପତ୍ର (ନିକାହନାମା) ଦାଖଲ କଲେ ଆଇନକୁ ବଳବତ୍ତର ରଖିବା ପାଇଁ କାର୍ଯ୍ୟକରୁଥିବା ବ୍ୟକ୍ତିମାନେ ଅପହରଣକାରୀମାନଙ୍କୁ କ୍ଷମା କରିଦିଅନ୍ତି ଏବଂ ସେ ନିଜ ଅପରାଧରୁ ମୁକ୍ତି ପାଇ ମୃତ୍ୟୁ ଦଣ୍ଡ ବା ଦଶବର୍ଷ ଜେଲ ଜୀବନର ଆଇଗତ ଭାବେ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଯାଏ, ସୁଲେମା ଜାହାଙ୍ଗୀର ଲେଖିଛନ୍ତି ।
ଖୋଲାଖୋଲି ଭାବେ ପାକିସ୍ତାନର ସରକାରଙ୍କୁ ସୁଲେମା ଜାହାଙ୍ଗୀର ତୀବ୍ର ଭର୍ସନା କରନ୍ତି, “ଅଣମୁସଲମାନ ମହିଳା ଓ ବାଳିକାମାନଙ୍କୁ ଶକ୍ତିଶାଳୀ ମୁସଲମାନ ଗୋଷ୍ଠୀ ଓ ଅପରାଧିକ ବ୍ୟକ୍ତି ବିଶେଷଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନ୍ ତାହାର ଆନ୍ତର୍ଜାତିକ ଉତ୍ତରଦାୟୀତ୍ୱ ନିର୍ବାହ କରିବାରେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛି । ଏହାଠାରୁ ଆହୁରି ଖରାପ ପ୍ରଭାବ ପକାଉଛି ସଂଖ୍ୟାଲଘୁ ଗୋଷ୍ଠୀମାନଙ୍କ ଉପରେ ପଡ଼ୁଥିବା ମନସ୍ତାତ୍ତ୍ୱିକ ପ୍ରଭାବ । ସଂଖ୍ୟାଲଘୁ ପରିବାରମାନେ ସେମାନଙ୍କ ଝିଅ ବାହାରକୁ ଗଲେ ଆଶଙ୍କିତ ହୋଇ ଅପେକ୍ଷା କରନ୍ତି । ଏହା ସେମାନଙ୍କ ମନରେ ଭୟ ଓ ଆଶଙ୍କା ବଢ଼ାଇ ଦିଏ । ପାକିସ୍ତାନର ଅସହିଷ୍ଣୁୁତାର ସଂସ୍କୃତିରେ ମିଠୁ ମିଆଁ ପରି ଧର୍ମାନ୍ଧ ମୁସଲମାନ ନେତାମାନେ ଯେତେବେଳେ ଏକ ବଳପୂର୍ବକ ଧର୍ମାନ୍ତରଣ ଓ ବିବାହ ଉତ୍ସବର ଆନନ୍ଦ ମନାଇ କୁହନ୍ତି, ‘ଏହା ମୁସଲମାନ ଧର୍ମର ବିବେଚନା ଓ ପରିଚୟ’ ଠିକ୍ ସେତିକିବେଳେ ସେହି ଦେଶରେ ବସବାସ କରୁଥିବା ଏକ ବିପଦପ୍ରବଣ ଗୋଷ୍ଠୀର ଅଣମୁସଲମାନ ଜନସାଧାରଣ ଲୋତକପୂର୍ଣ୍ଣ ଦୁଃଖ ମନାନ୍ତି ଏବଂ ତାଙ୍କ ନିକଟକୁ ଏକ ବାର୍ତ୍ତା ଯାଏ ପାକିସ୍ତାନରେ ସେମାନେ ଏବଂ ସେମାନଙ୍କ ପରିବାରର ମହିଳା ଓ ଝିଅମାନେ ଆଦø ନିରାପଦ ନୁହଁନ୍ତି । ଏହା ପ୍ରମାଣ କରେ ପାକିସ୍ତାନ ସରକାରଙ୍କ ଅପାରଗତା ।”

ବିଭୂତି ପତି
ସଫ୍‌ଦରଜଙ୍ଗ୍ ଏନ୍‌କ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

ଅଧିକ ଆଲେଖ୍ୟ ପାଇଁ ନିମ୍ନ ପ୍ରସଙ୍ଗ ଲିଙ୍କ୍ କ୍ଲିକ୍‌ କରନ୍ତୁ 

ସୀମା ସେପାରିର ପ୍ରେମିକା: ପାକିସ୍ତାନୀ ପ୍ରେମିକା ଓ ଭାରତୀୟ ପ୍ରେମିକଙ୍କ ପ୍ରେମ କାହାଣୀ

ପାକିସ୍ତାନ: କରାଚୀ କିଶୋରୀର କରୁଣ କାହାଣୀ

ପାକ୍ ପିଏମ୍ ଇମ୍ରାନଙ୍କୁ #କରୋନା!

Leave a Reply

Your email address will not be published.