ଓଡ଼ିଶାର ସବୁ ଜିଲ୍ଲାରେ ନୋଡାଲ୍ ଅଫିସର୍
ଭୁବନେଶ୍ୱର (ଓଟି): ମହାମାରୀ କରୋନା ଭୟ ଲାଗି ଦେଶରେ ଲକ୍ଡାଉନ୍ ଜାରି ରହିଛି। ତେବେ ଏଥିରୁ କୃଷି କାର୍ଯ୍ୟ ପାଇଁ କଟକଣା କୋହା କରିଦେଇଛନ୍ତି ରାଜ୍ୟ ସରକାର। ଚାଷ ଓ ଚାଷୀଙ୍କ ସମସ୍ୟା ନହେବା ପ୍ରତି ସରକାର ଗୁରୁତ୍ଵ ଦେବା ସହ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ୩୦ଜିଲ୍ଲା ପାଇଁ ୩୦ ଜଣ ନୋଡଲ ଅଫିସର ନିଯୁକ୍ତ ହୋଇଛନ୍ତି।
ସୂଚନା ଅନୁସାରେ କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସମ୍ପୃକ୍ତ ନୋଡାଲ୍ ଅଫିସରମାନେ ତଦାରଖ କରିବେ। ଏଥିସହ ସମସ୍ୟା ସମାଧାନ ସହ ପ୍ରତିଦିନ ଅପରାହ୍ଣରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ଅନ୍ୟପକ୍ଷରେ ଚାଷ କାର୍ଯ୍ୟର ସୁବିଧା ପାଇଁ କୃଷି ସରଞ୍ଜାମ ମରାମତି ଦୋକାନ ଓ ସାର ଦୋକାନ ଖୋଲା ରହିବ। ସେହିପରି ପରିବହନ ସୁବିଧା ହେବା ପାଇଁ ଗୁରୁତ୍ଵ ଦିଆଯାଇଛି। ବିଭାଗୀୟ ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି।