ଅନ୍ୟ ଏଟିଏମ୍ରୁ ଟଙ୍କା ଉଠାଇଲେ ‘ନୋ ଚାର୍ଜ’
ନୂଆଦିଲ୍ଲୀ (ଓଟି): ମହାମାରୀ ପରିସ୍ଥିତି ଓ ଗ୍ରାହକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଏକ ଭଲ ସୁବିଧା ଘୋଷଣା କରିଛନ୍ତି। ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ଉଠାଇଲେ ଆଉ ଚାର୍ଜ ଲାଗିବନି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ।
ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ନୂଆ ଘୋଷଣା ପ୍ରକାରେ ସମ୍ପ୍ରତି ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ୍ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏଭଳି ଘୋଷଣା କରିଥିବା ଜଣାପଡ଼ିଛି। ସେହିପରି ସମ୍ପ୍ରତି ପରିସ୍ଥିତି ସାଂଘାତିକ ଥିବାରୁ ବାଣିଜ୍ୟ ଓ ରପ୍ତାନି ଆଦି କାରବାରର ସୁବିଧା ପାଇଁ କଷ୍ଟମ୍ସ ଡିପାର୍ଟମେଣ୍ଟ ୨୪ ଘଣ୍ଟା କାମ କରିବେ ବୋଲି କୁହାଯାଇଛି।