ଗାନ୍ଧି ପରିବାର ସୁରକ୍ଷା ଦାୟିତ୍ଵରୁ ହଟିଲେ ଏସ୍‌ପିଜି, ଏଣିକି ଜେଡ୍‌ ପ୍ଲସ୍‌

ଭୁବନେଶ୍ଵର, (ଓଟି): ଆଉ ପଅଧାନମନ୍ତ୍ରୀଙ୍କ ଭଳି ସ୍ଵତନ୍ତ୍ର ସୁରକ୍ଷା ବଳୟ ପାଇବେ ନି ଗାନ୍ଧି ପରିବାରର ସଦସ୍ୟମାନେ। ଏଣିକି କେନ୍ଦ୍ରୀୟ ରିଜିର୍ଭ ପୁଲିସବଳ( ସିଆର୍‌ପିଏଫ୍‌)ର ଜେଡ୍‌ ପ୍ଲସ୍‌ ସୁରକ୍ଷା ବଳୟରେ ଏହି ପରିବାରର ତିନି ସଦସ୍ୟ ରହିବେ। ଏ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ସିଆର୍‌ପିଏଫ୍‌ ଆଜିଠୁ ଗାନ୍ଧି ପରିବାରର ସୁରକ୍ଷା ଦାୟିତ୍ଵ ଗ୍ରହଣ କରିଛି। 

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ରାଜନୀତିକ ପ୍ରତିଶୋଧ ପରାୟଣତା ବୋଲି ଆଲୋଚନା ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଜାରି କରାଯାଇଛି। ଏଥିରେ କୁହାଯାଇଛଇ ଯେ, ଗାନ୍ଧି ପରିବାରର ସଦସ୍ୟଙ୍କ ଉପରେ ସେମିତି କୌଣସି ବିପଦ ଆଶଙ୍କା ନାହିଁ।

ସ୍ଵତନ୍ତ୍ର ସୁରକ୍ଷା ବଳୟ ବା ଏସ୍‌ପିଜି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ସୃଷ୍ଟି କରାଯାଇଥିଲା।  ଏବେ ଏହି ସୁରକ୍ଷା ଦାୟିତ୍ଵରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହି ରହିବେ। ଏହି ସୁରକ୍ଷା ବଳୟକୁ ଦେଶର ସବୁଠାରୁ ଗୁରୁତ୍ଵପୂଣ୍ଣ ବଳୟ ଭାବେ ଗ୍ରହଣ କରାଯାଉଛି। ପୂର୍ବରୁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଏହି ସୁରକ୍ଷର ଯୋଗାଇ ଦିଆଯାଉଥିଲା। 

Leave a Reply

Your email address will not be published. Required fields are marked *