କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ଆପ୍ ମେଣ୍ଟ ହେବନି
ଆପ୍-କଂଗ୍ରେସ ମେଣ୍ଟ ହେବ ନାହିଁ। କଂଗ୍ରେସ ସହ ମେଣ୍ଟକୁ ଆପ୍ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ ସହ ମେଣ୍ଟ ହେବାର ସବୁ ବାଟ ବନ୍ଦ ହୋଇଯାଇଛି। ମେଣ୍ଟ ହେଲେ ଏହା ବିଜେପିକୁ ଫାଇଦା ହେବ। ତେଣୁ କଂଗ୍ରେସ ସହ କୌଣସି ବି ରାଜ୍ୟରେ ମେଣ୍ଟ ହେବନାହିଁ ବୋଲି ବରିଷ୍ଠ ଆପ୍ ନେତା ସଂଜୟ ସିଂହ ଆଜି କହିଛନ୍ତି। ଆସନ ବୁଝାମଣାକୁ ନେଇ ମନୋମାଳିନ୍ୟ ହେବାରୁ କଂଗ୍ରେସ ସହ ଆପ୍ ମେଣ୍ଟ କରିବାକୁ ଚାହିନାହିଁ। ପଞ୍ଜାବରେ ଆପ୍ର ୪ ସାଂସଦ ଏବଂ ୨୦ ବିଧାୟକ ଥିବାବେଳେ ଏଠାରେ ଆପ୍କୁ ଗୋଟିଏ ହେଲେ ଆସନ ଛାଡ଼ିବାକୁ କଂଗ୍ରେସ ପ୍ରସ୍ତୁତ ହୋଇନାହିଁ। କଂଗ୍ରେସର ଏଭଳି ପ୍ରସ୍ତାବକୁ ଆପ୍ ପ୍ରତ୍ୟାଖ୍ୟାନ କରିଛି ତେଣୁ କଂଗ୍ରେସ ସହ ଆଉ ମେଣ୍ଟ ହେବନି ବୋଲି ସେ କହିଛନ୍ତି।