୧୪ ଦିନ ହେଲା ୭୮ ପ୍ରଭାବିତ ଜିଲ୍ଲାରେ କରୋନା ନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଠୋର ପଦକ୍ଷେପ ଓ ସଂସ୍ପର୍ଶ ପରୀକ୍ଷଣ ତଥା ଆକ୍ଟିଭ୍‌ ସର୍ଭିଲେନ୍ସ କାରଣରୁ କରୋନାସଂକ୍ରମଣକୁ ରୋକାଯାଇପାରିଛି। କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଗଲା ୧୪ ଦିନରେ ୭୮ଟି କରୋନା ପ୍ରଭାବିତ ଜିଲ୍ଲାରୁ କରୋନା ଉଭାନ ହୋଇ ଯାଇଛି। ଅର୍ଥାତ୍‌ ଏହୀି ସମୟରେ ଆଉ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ।

ସେହିପରି ଗଲା ୨୮ ଦିନରୁ ଅଧିକ ସମୟ ହେଲା ହେଲା ୧୨ଟି ଜିଲ୍ଲାରେ ନୂଆ କରୋନା ରୋଗୀଙ୍କ ଠାବ କରାଯାଇ ନାହିଁ। ଏହା ଏକ ସକରାତ୍ମକ ଦିଗକୁ ସୂଚାଉଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ୍‌ ହେତୁ ଦେଶରେ ଟେଷ୍ଟିଂ ବା ଦ୍ରୁତ ପରୀକ୍ଷଣକୁ ତ୍ଵରାନ୍ବିତ କରାଯାଇପାରିଛି। ଆମେ ଦ୍ଵିଗୁଣିତ ହେବା ହାରକୁ ଏ ଭିତରେ ହ୍ରାସ କରିବାରେ ସକ୍ଷମ ହୋଇପାରିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ। ଆମେ ଏହି ସମୟରେ ଭବିଷ୍ୟତକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛୁ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌।

ଗଲା ମାସରେ କୋଭିଡ୍‌ ହସ୍‌ପିଟାଲ୍‌ ସଂଖ୍ୟାକୁ ସାଢ଼େ ତିନିଗୁଣା ବୃଦ୍ଧି କରାଯାଇଥିବା ବେଳେ ହସ୍‌ପିଟାଲ୍‌ରେ ଆଇସୋଲେସନ୍‌ ବେଡ୍‌ ସଂଖ୍ୟାକୁ ୩.୬ ଗୁଣା ବୃଦ୍ଧି କରିବାରେ ସରକାର ସକ୍ଷମ ହୋଇଥିବା ସେ କହିଛନ୍ତି।

ସୂଚନା ଅନୁସାରେ ଏବେ ଦେଶରେ  ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୨୧ହଜାର ୫୬୯ ରହିଛି। ଆଜି ୧୯୭ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା୧୬୪୬୮ ରହିଥିବା ବେଳେ ସମୁଦାୟ ୪୪୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଆଜି ୪ ଜଣଙ୍କୁ ମିଶାଇ ଦେଶରେ ସମୁଦାୟ ୬୮୫ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି।

 

Leave a Reply

Your email address will not be published.