ସରକାରୀ ପ୍ରାପ୍ୟ ପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ର ଲୋଡ଼ା ନାହିଁ

ଭୁବନେଶ୍ଵର, (ଓଟି): ଏଣିକି ମୃତ ସରକାରୀ ଅଧିକାରୀଙ୍କ ଉତ୍ତରାଧିକାରୀମାନଙ୍କୁ ନିଜର ଦାବି ରଖିବା ଲାଗି କୌଣସି ପ୍ରମାଣପତ୍ର ଦେବାକୁ ହେବ ନାହିଁ। ଅର୍ଥାତ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ଯୋଗାଡ଼ କରିବା ଅନାବଶ୍ୟକ। ବିନା ପ୍ରମାଣପତ୍ରରେ ତାଙ୍କୁ ନିର୍ଦ୍ଧାରିତ ସରକାରୀ ପ୍ରାପ୍ୟ ମିଳିପାରିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବାବଦରେ ଆବଶ୍ୟକ ନିର୍ଦେଶ ଜାରି କରିଛନ୍ତି। 

ଶନିବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ, ରାଜ୍ୟରେ ସଲ୍‌ଭେନ୍ସୀ ପ୍ରମାଣପତ୍ର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି।  କୌଣସି ବ୍ୟକ୍ତିର ଅର୍ଥନୀତିକ ବ୍ୟାପାର ସମ୍ପର୍କରେ ସୂଚନା ରଖିବା ଲାଗି ଏପରି ପ୍ରମାଣପତ୍ରର ଆବଶ୍ୟକ ପଡ଼ିଥାଏ। ବିଶେଷକରି ସରକାରୀ ଟେଣ୍ଡର ଅବେଦନକାରୀଙ୍କ ପାଇଁ ଅନେକ ସ୍ଥାନରେ ଏହା ଅପରିହାର୍ଯ୍ୟ ହୋଇଥାଏ। ରାଜ୍ୟ ସରକାର ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବାକୁ ଯାଇ ଏହିଭଳି ନୀତି ଗ୍ରହଣ କରିଛନ୍ତି। 

ସେହିପରି ଏଣିକି ରୋଜଗାର ପ୍ରମାଣପତ୍ର ବା ଜାତିଗତ ପ୍ରମାଣପତ୍ରଅଥବା ବିବିଧ ପ୍ରମାଣପତ୍ର ପାଇଁ କୌଣସି ନାଗରିକଙ୍କୁ ତହସିଲ୍‌ ଅଫିସ ଚକ୍କର କାଟିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ୍‌ରେ ଏହା ମିଳିପାରିବ। ଏଥିପାଇଁ କୌଣସି ଦେୟ ବି ଦେବାକୁ ପଡ଼ଇବ ନାହିଁ। କେବଳ ନିଜସ୍ଵ ଘୋଷଣାନାମାରେ ଏହି ପ୍ରମାଣପତ୍ର ଉପଲବ୍ଧ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.