ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ବୀମା ରହିବ ସମାନ, ପୁରୁଣା ନଥି ବି ଚଳିବ

ନୁଆଦିଲ୍ଲୀ (ଓଟି): କୋଭିଡ୍‌-୧୯ କରୋନା ମହାମାରୀ ପରିସ୍ଥିତିରେ ଗାଡ଼ି ଚାଳକ ଓ ପରିବହନକାରୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ। ଏହି ଅନୁସାରେ ପୁରୁଣା ନଥି ନେଇ ଗାଡ଼ି ଚଳାଇ ହେବ, ସେଥିପାଇଁ କୌଣସି ଜରିମାନା ଦେୟ ଦେବାକୁ ପଡ଼ିବ ନାହିଁ, କି ଗାଡ଼ି ସିଲ୍‌ ଭଳି ଦଣ୍ଡ ହେବ ନାହିଁ।

ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ଗାଡ଼ି ଚାଳକଙ୍କ ଗାଡ଼ି ବା ଚାଳନା ସମ୍ପର୍କିତ ନଥି ଫେବୃୟାରୀ୧ ସୁଦ୍ଧା ନବୀକରଣ ହେବା କଥା ଏବଂ ତାହା ହୋଇ ନାହିଁ, ଏବେ ତାହାକୁ ମଧ୍ୟ ସରକାର ଗ୍ରହଣ କରିାବ। ଏହା ନିୟମର ଉଲ୍ଲଙ୍ଘନ ହୋଇଥିାଲେ ମଧ୍ୟ ପରିସ୍ଥିତି ଅନୁସାରେ ତାଙ୍କୁ କ୍ଷମା ମିଳିବ। କୌଣସି ରାଜ୍ୟର ଆର୍‌ଟିଓ ଗାଡ଼ି ଚାଳକଙ୍କୁ ଏନେଇ ହଇରାଣ କରିବେ ନାହିଁ।

ଠିକ୍‌ ସେହିପରି ଗାଡ଼ିର ତୃତୀୟ ପକ୍ଷ ବୀମା କ୍ଷେତ୍ରରେ ମଧ୍ୟ କୋହଳ ବ୍ୟବସ୍ଥା ଆପଣା ଯାଇଛି। ଏହିକ୍ରମରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ତୃତୀୟ ବକ୍ଷ ବୀମା ପ୍ରମିୟମ୍‌ ବଢ଼ିବ ନାହିଁ। ଯେଉଁ ପ୍ରମିୟମ୍‌ ଦେଇ ସେମାନେ ପୂର୍ବବର୍ଷ ବୀମା ନବୀକରଣ କରିଥିଲେ ଏବେ ମଧ୍ୟ ସେହି ଦେୟ ଦେବେ।  ଏପ୍ରିଲ୍‌୧ରୁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ଆଇଆର୍‌ଡିଏ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.