ସରିବ ନାହିଁ ଲକ୍‌ଡାଉନ୍‌ କଟକଣା, ଖୁବ୍‌ ଶୀଘ୍ର #Lockdown4

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ କଟକଣା ହଟିବ ନାହିଁ। ତେବେ ଏହି କଟକଣା କେମିତି ହେବ ଏବଂ କେଉଁ ପ୍ରକାରେ ତାହା ପାଳନ କରାଯିବ ତାହା ୧୭ ତାରିଖ ପୂର୍ବରୁ ସୂଚନା ଦିଆଯିବ ବୋଲି ମୋଦି କହିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ମୋଦି କହିଛନ୍ତି  ଆମକୁ କରୋନା ସହ ରହିବାକୁ ହେବ। ଏଥିଲାଗି ଆବଶ୍ୟକ ସତର୍କତା ରକ୍ଷା ସହ ଅର୍ଥନୀତିକ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାକୁ ହେବ।

କରୋନା ବିଶ୍ଵକୁ ଅନେକ କିଛି ଶିକ୍ଷା ଦେଇଛି। ସେଥିରୁ ଭାରତ ଯାହା ଶିକ୍ଷା କରିଛି ତାହା ହେଲା ଆତ୍ମ ନିର୍ଭରଶୀଳତା। ଲକ୍‌ଡାଉନ୍‌ର କଟକଣା ଶିଖାଇ ଦେଇଚଇ ଯେ, ସ୍ଥାନୀୟ ଉତ୍ପାଦ, ସ୍ଥାନୀୟ ବଜାର ଓ ସ୍ଥାନୀୟ ଯୋଗାଣ ଶୃଙ୍ଖଳହିଁ ଆଗକୁ ଭାରତର ଅର୍ଥନୀତିକୁ ନିୟନ୍ତ୍ରଣ କରିବ। ଏଣୁ କେନ୍ଦ୍ର ସରକାର ସବୁଠାରୁ ବଡ଼  ଆର୍ଥିକ ପ୍ୟାକେଜ୍‌‌ ଘୋଷଣା କରିଛନ୍ତି।

ଏହି ପ୍ୟାକେଜ୍‌ର ସମୁଦାୟ ପରିମାଣ ରହିଛି ୨୦ ଲକ୍ଷ କୋଟି ଟଙ୍କା। ଏହା କୃଷିଠାରୁ ଆରମ୍ଭ କରି କ୍ଷୁଦ୍ର, ଅଣୁ ଶିଳ୍ପ ଓ ଆତ୍ମ ନିର୍ଭରଶୀଳତା ବଢ଼ାଇବା ଦିଗରେ ସହାୟକ ହେବ।  ଏ ବିଷୟରେ ଅର୍ଥମନ୍ତ୍ରୀ ଆସନ୍ତା କାଲିଠାରୁ ପର୍ଯ୍ୟାୟକ୍ରମେ ସୂଚନା ଦେବେ ବୋଲି ମୋଦି କହିଛନ୍ତି।

ଲକ୍‌ଡାଉନ୍‌ ଏକ ସଙ୍କେତ ନେଇ ଆସିଛି।  ଭାରତରେ ନୁଆ ଆଶା ସଂଚାର ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଯେତେବେଳେ କରୋନା ସଙ୍କଟ ଆରମ୍ଭ ହେଲା ସେତେବେଳେ ଭାରତରେ ପିପିଇ ଏବଂ ଏନ୍‌୯୫ ମାସ୍କ ଉତ୍ପାଦନ ହେଉ ନଥିଲା ବା ସ୍ଵଳ୍ପ ଉତ୍ପାଦନ ହେଉ ନଥିଲା।  ଆଜି ସାରା ଭାରତରେ ପ୍ରତିଦିନ ୨ ଲକ୍ଷ ପିପିଇ ଏବଂ ମାସ୍କ ତିଆରି କରୁଛନ୍ତି। ଏହା ସମ୍ଭବ ହୋଇଛି କେବଳ ସେଇଥିପାଇଁ ଯେହେତୁ ଭାରତ ବିପତ୍ତିକୁ ସୁଯୋଗ ଭାବେ ଗ୍ରହଣ କଲା। ଏବେ ଦେଶର ମାସ୍କ ଓ ମେଡିସିନ୍‌ କ୍ଷେତ୍ରରେ ଏହା ବିଶ୍ଵକୁ ସହଯୋଗ କରୁଛି।

ଆଜି ବିଶ୍ଵରେ ଆତ୍ମ ନିର୍ଭରଶୀଳ ହେବାର ଅର୍ଥ ବଦଳି ଯାଇଛି।  ଅର୍ଥକେନ୍ଦ୍ରୀକ ବିଶ୍ଵୀକରଣ ବନାମ ମାନବ କେନ୍ଦ୍ରିକ ବିଶ୍ଵକରଣ ହୋଇଛି। ଏଭିତରେ ଭାରତରେ ନୂଆ ଆଶା  ସୃଷ୍ଟି ହୋଇଛି। ଏହାର ସୁଯୋଗ ନେବାକୁ ଯାଇ ଭାରତ ଅର୍ଥନୀତିକ ସଂସ୍କାର ଆଣିବାକୁ ଯାଉଛି ବୋଲି ମୋଦି କହିଛନ୍ତି।

ସର୍ବଦା ଭାରତର ପ୍ରଗତୀରେ ବିଶ୍ଵର ପ୍ରଗତୀରେ ଦୃଷ୍ଟାନ୍ତମୂଳକ ଉଦାହରଣ ଦେଇଛି। ଯେତେବେଳେ ଭାରତ ଖୋଲାରେ ଶୗଚରୁ ମୁକୁଳୁଛି  ସତେବେଳେ ଦେଶର ଛବି ବଦଳୁଛି। ଟିବି, ପୋଲିଓ, ବସନ୍ତରେ ଭାରତର ଅଭିଯାନ ଦୁନିଆ ଉପରେ ପ୍ରଭାବ ପକାଇଛି ବୋଲି ସେ କହିଛନ୍ତି।

ମାନବ ଜାତିର କଲ୍ୟାଣ ପାଇଁ ଭାରତ ଅନେକ କିଛି କରିପାରିବ। କିନ୍ତୁ କେମିତି?

ଏହାର ଉତ୍ତର ହେଉଛଇ ଆତ୍ମ ନିର୍ଭରଶୀଳ ଭାରତର ସଙ୍କଳ୍ପ। ଯେତେବେଳେ ଭାରତ ସମୃଦ୍ଧ ଥିଲା ସେତେବେଳେବିଶ୍ଵ କଲ୍ୟାଣରେ ଲାଗିଛି। ସମୟ ବଦଳିଲା। ଦେଶ ଗୋଲାମୀକୁ ସ୍ଵୀକାକର କଲା । ଏବେ ଭାରତ ପୁଣିଥରେ ବିକାଶ  ରାସ୍ତାରେ ଚାଲିଚ।ଲି  ଅନେକ ଉଦାହରଣ ସୃଷ୍ଟି କରିଛି।

ଆଜି ଆମ ପାଖରେ ସମ୍ବଳ, ସାଧନ, ପ୍ରତିଭା ରହିଛି। ଆମେ ସର୍ବୋତ୍ତମ ଉତ୍ପାଦ ତିଆରି କରିବା, ଯୋଗାଣ ଶୃଙ୍ଖଳକୁ ଅତ୍ୟାଧୁନିକ କରିବା। ଆମେ ନିଶ୍ଚିତ କରିବୁ। ମୁଁ ମୋ ଆଖି ସାମ୍ନାରେ କଚ୍ଛ ବିପତ୍ତି ଦେଖିଛି ଓ ତାହା ପୁଣିଥରେ ନିଜ ଗୋଡ଼ରେ ଠିଆ ହେବା ଦେଖିଛି।

ଆଜି ସେ ସୁଯୋଗ ଭାରତରେ ସୃଷ୍ଟି ହୋଇଛି। ଭାରତକୁ ଆତ୍ମ ନିର୍ଭରଶୀଳ କରିବାର ଶକ୍ତି ଆଜି ଏକାଠି ହୋଇଛି।

Leave a Reply

Your email address will not be published. Required fields are marked *