#IndiaFightWithCorona: ଆଶ୍ଵସ୍ତ ହେଲା ଗୋଟିଏ ରାଜ୍ୟ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍‌ ପାଇଁ ଦେଶରେ ନାହିଁନଥିବା ସମସ୍ୟା ଉପୁଜିଛି। କେନ୍ଦ୍ର ସରକାରଙ୍କ ସମେତ ସବୁ ରାଜ୍ୟ ସରକାର ଏଥିପାଇଁ ଲଢ଼େଇ ଜାରି ରଖିଛନ୍ତି। ସେହିପରି ଦେଶ ରହିଛି ଲକ୍‌ଡାଉନ୍‌ରେ। କିନ୍ତୁ ଏଳଭି ସମୟରେ ଦେଶର ଗୋଟିଏ ରାଜ୍ୟ ଆଣିଦେଇଛି ଆଶ୍ଵସ୍ତିକର ଖବର। ପ୍ରଥମ ରାଜ୍ୟ ଭାବେ ଗୋଆ ହୋଇଛି କରୋନା ମୁକ୍ତ। ସେଠାକାର ସମସ୍ତ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଯାଇଛନ୍ତି। ରାଜ୍ୟରେ କରୋନା ମୋଟ୍ ସାତ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ପୂର୍ବରୁ ଛଅ ଜଣ ସୁସ୍ଥ  ହୋଇ ଯାଇଥିଲେ। ସୁସ୍ଥ ହେବା ପରେ ଆଜି ଆଉଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ  ପ୍ରମୋଦ ସାଓ୍ଵନ୍ତ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ ଟୁଇଟ୍ କରିଛନ୍ତି ଯେ, ଗୋଆର ଶେଷ ଆକ୍ଟିଭ୍ କରୋନା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ଡାକ୍ତର ଓ ସହାୟକ କର୍ମଚାରୀ ପ୍ରଶଂସାର ଯୋଗ୍ୟ। ଗୋଆରେ ଏପ୍ରିଲ ୩ ପରଠୁ କୌଣସି କରୋନା ପଜିଟିଭ୍ ରିପୋର୍ଟ ଆସିନାହିଁ। ଗୋଆରେ କରୋନା ଭାଇରସ୍‌ର ପ୍ରଥମ ରୋଗୀ ମାର୍ଚ୍ଚ ୧୮ରେ ଚିହ୍ନଟ ହୋଇଥିଲା। ଦୁବାଇରୁ ଫେରିଥିବା ଜଣେ ନେତା ପ୍ରଥମେ କରୋନା ସଂକ୍ରମିତ ହୋଇଥିଲେ। ତେବେ ଏପ୍ରିଲ ୩ ପର୍ଯ୍ୟନ୍ତ ରାଜ୍ୟରେ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରଠୁ ରାଜ୍ୟରେ ଆଉ କୌଣସି କୋଭିଡ୍-୧୯ ପଜିଟିଭ୍ ମାମଲା ସାମ୍ନାକୁ ଆସିନାହିଁ। ସେହିପରି ଏପ୍ରିଲ ୧୫ ସୁଦ୍ଧା ୬ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଶେଷ ଆକ୍ରାନ୍ତଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି।

 

Leave a Reply

Your email address will not be published. Required fields are marked *