ତବଲିଗୀ ଜମାତ ଲିଙ୍କ୍: ୮ ମାଲେସିଆ ନାଗରିକ ଗିରଫ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ ଆତଙ୍କରେ ଦେଶ ରହିଛି #ଲକ୍‌ଡାଉନ୍‌ ଭିତରେ। ବଢ଼ିଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ଏନେଇ ସରକାର ଦୃଢ଼ ପଦକ୍ଷେପ ନେଉଥିଲେ ମଧ୍ୟ #କୋଭିଡ୍‌-୧୯ ବା କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନି ଦେଶ। ଏଭଳି ସ୍ଥିତିକୁ ଆହୁରି ଜଟିଳ କରିପକାଇଛି ନିଜାମୁଦ୍ଦିନ ତବଲିଗୀ ଜମାତ ସମ୍ମିଳନୀ। ସମାବେଶ ପରେ କରୋନା ଆତଙ୍କ ଦେଶରେ ଅହେତୁକ ବୃଦ୍ଧି ପାଇଛି। ଏହିକ୍ରମରେ ଜମାତରେ ସାମିଲ ଥିବା କେତେକ ବିଦେଶୀଙ୍କୁ ନୂଆଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି।

Image: PTI

ସୂଚନା ଅନୁସାରେ ମାଲେସିଆର ୮ଜଣ ନାଗରିକଙ୍କୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି । ଗିରଫ ହୋଇଥିବା ସମସ୍ତ ବିଦେଶୀ ତବଲିଗୀ ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିମାନବନ୍ଦର ଇମିଗ୍ରେସନ ବିଭାଗ ଏହି ବିଦେଶୀଙ୍କୁ ମାଲେସିଆ ରିଲିଫ୍ ଫ୍ଲାଇଟରେ ବସିବା ପୂର୍ବରୁ ଅଟକ ରଖିବା ସହ ପୁଲିସକୁ ହସ୍ତାନ୍ତର କରିଥିଲା। ସମ୍ପୃକ୍ତ ୮ ମାଲେସିଆ ନାଗରିକ ଭାରତରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବିମାନବନ୍ଦର କର୍ତୃପକ୍ଷ ପ୍ରକାଶ କରିଛନ୍ତି। ସମସ୍ତ ମାଲେସିଆ ନାଗରିକ ରିଲିଫ୍ ସାମଗ୍ରୀ ଧରି ଫ୍ଲାଇଟରେ ଚଢ଼ିବା ପାଇଁ ପ୍ରୟାସ କରୁଥିବାବେଳେ ଇମିଗ୍ରେସନ ଅଧିକାରୀ ସେମାନଙ୍କୁ ଟ୍ରାସ୍ କରି ଧରିଥିଲେ।

ସୂଚନାଯୋଗ୍ୟ, ତବଲିଗୀ ଜମାତରେ ହଜାର ହଜାର ସଂଖ୍ୟକ ସଦସ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୦୦ରୁ ଅଧିକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *