ନୀତିଙ୍କ ପ୍ରି-ୱେଡିଙ୍ଗ୍ ଫଟୋସୁଟ୍
ବଲିଉଡ୍ ସିଙ୍ଗର୍ ନୀତି ମୋହନ୍ ଆସନ୍ତା ୧୫ ତାରିଖରେ ‘ମଣିକର୍ଣ୍ଣକା’ ଫେମ୍ ନିହାର ପାଣ୍ଡ୍ୟାଙ୍କ ସହିତ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ନୀତିଙ୍କ ପ୍ରି-ୱେଡିଙ୍ଗ୍ ଫଟୋସୁଟ୍ ପ୍ରୋଗ୍ରାମ୍ ସରିଯାଇଛି ଏବଂ ସେହି ଫଟୋଗୁଡ଼ିକୁ ଏବେ ସୋସିଆଲ୍ ମିଡିଆରେ ଜବରଦସ୍ତ ଲାଇକ୍ ମିଳୁଛି । ସେହି ଫଟୋରେ ନୀତି ତାଙ୍କ ଭଊଣୀମାନଙ୍କ ସହିତ ଖୁବ୍ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଏଥିରେ ସମସ୍ତେ କଲ୍କି ଫ୍ୟାଶନ୍ ଡ୍ରେସ୍ କ୍ୟାରି କରିଛନ୍ତି ।
‘କଲ୍କି ଫ୍ୟାଶନ୍’ ପକ୍ଷରୁ କିଛି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଛି । ଆଉ କିଛି ଫଟୋକୁ ନୀତି ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଥିଲେ । ନୀତି କେତେବେଳେ କଲରଫୁଲ୍ ଶାଢୀରେ ତ ଆଉ କେତେକ ଫଟୋରେ ଲେହେଙ୍ଗା ପିନ୍ଧିଛନ୍ତି । ସବୁ ଫଟୋରେ ନୀତିଙ୍କ ସହିତ ଭଊଣୀମାନଙ୍କର ଗର୍ଜିଅସ୍ ଲୁକ୍ ପ୍ରଶଂସକଙ୍କୁ ଆକର୍ଷିତ କରିଛି । ନୀତିଙ୍କ ସଙ୍ଗୀତ ଓ ମେହେନ୍ଦି ସେରିମନି ୧୪ ତାରିଖରେ ହେବ ଏବଂ ହାଇଦ୍ରାବାଦ୍ର ଫଲକନାମା ପ୍ୟାଲେସ୍ରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ଖବର ମିଳିଛି ।