ଜମି ଅଭାବରୁ ପ୍ରକଳ୍ପ କାମ ଅଧପନ୍ତରିଆ : ଗଡ଼କରୀ

ରାଜ୍ୟରେ ଶିଳ୍ପ ହେଲେ ବେକାରୀ କମିବ। ଅଧିକ ପିଲା ନିଯୁକ୍ତି ପାଇବେ। ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ। ଆଜି କାମାକ୍ଷାନଗରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି। ଏହାସହ କାମାକ୍ଷାନଗରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ସେଠାରେ ୨ ହଜାର ୩୩୫ କୋଟି ମୂଲ୍ୟର ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜା କରିଛନ୍ତି। ଏହାସହ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ଗଡ଼କରୀ।

ଜମି ଅଧିଗ୍ରହଣରେ ବିଳମ୍ବ ଓ ପରିବେଶ ମଞ୍ଜୁରି ବିଭାଗର ପ୍ରଦାନ କରିବାରେ ବିଳମ୍ବ ହେତୁ ପ୍ରକଳ୍ପରେ ବାଧା ସୃଷ୍ଟି ହେଉଛି। ଶିଳ୍ପ ହେଲେ ବେରାଜଗାରୀ କମିବ, ଅଧିକ ପିଲା ନିଯୁକ୍ତି ପାଇବେ। ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ହୋଇପାରିବ। ୪୫୦ କିମି ସମୁଦ୍ର କୂଳିଆ ରାଜମାର୍ଗ ପାଇଁ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ବିଭାଗ ଫାଇଲ ବର୍ତ୍ତମାନ ସୁଦ୍ଧା ଦେଇ ନଥିବା ନୀତିନ ଗଡକରୀ କହିଛନ୍ତି। ରାଉରକେଲାରେ ଦ୍ୱିତୀୟ ବ୍ରହ୍ମଣୀ ସେତୁ ନିର୍ମାଣରେ ମଧ୍ୟ ରାଜ୍ୟ ସରକାର ସମାନ କାମ କରିଥିଲେ। ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରୀ ପ୍ରଦାନ କରିବାରେ ବିଳମ୍ବ କରିଥିଲେ ରାଜ୍ୟ ସରକାର। ସେଥି ପାଇଁ ବିଜ୍ରର ନିର୍ମାଣ ହେବାରେ ବିଳମ୍ବ ହେଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ୧୨୭୨ କିମି ରାସ୍ତା ପାଇଁ ଏନଓସି ପ୍ରଦାନ କରିନାହାନ୍ତି ଯଦି ରାଜ୍ୟ ସରକାର ଏହାର ଏନଓସି ପ୍ରଦାନ କରନ୍ତି ତେବେ ଆମେ ଏହାକୁ ରାଷ୍ଟ୍ରୀୟ ମହାମାର୍ଗ ଘୋଷଣା କରିଦେବୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡିଶା ଗୋଟିଏ ଖଣିଜ ସମ୍ପଦରେ ଭରପୁର ଥିବା ରାଜ୍ୟ। ଯଦି ଏହି ଖଣିଜ ସମ୍ପଦର ବିନିଯୋଗ କରି ଓଡିଶାର ଉଦ୍ୟୋଗର ବିକାଶ କରିବାକୁ ଚାହୁଁଛନ୍ତି ତେବେ ୪ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡିବ। ପାଣି,ଶକ୍ତି, ପରିବହନ, ଏହଂ ଯୋଗାଯୋଗର ଗୁରୁତ୍ୱ ଦେବାକୁ ପଡିବ। ଓଡିଶାରେ ଯୁବକ ମାନଙ୍କର ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟୋରେ ପୁଞ୍ଜିନିବେଶ ଆଣିବାର ଆବଶ୍ୟକତା ରହିଛି। ଏହି ପୁଞ୍ଜି ନିବେଶ ପାଇଁ ରାଜ୍ୟରେ ସଡକ, ନଦୀ, ଏବଂ ସମୁଦ୍ର ପଥରେ ପରିବହନ ପାଇଁ ଯୋଗାଯୋଗ କରିବାର ଆବଶ୍ୟକତା ରହିଛି। ଓଡିଶା ଗୋଟିଏ ଖଣିଜ ସମ୍ପଦରେ ଭରପୂର ଥିବା ରାଜ୍ୟ। ଯଦି ଏହି ଖଣିଜ ସମ୍ପଦର ବିନିଯୋଗ କରି ଓଡ଼ିଶାର ଉଦ୍ୟୋଗର ବିକାଶ କରିବାକୁ ଚାହୁଁଛନ୍ତି ତେବେ ୪ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡିବ। ପାଣି, ଶକ୍ତି, ପରିବହନ, ଏହଂ ଯୋଗାଯୋଗର ଗୁରୁତ୍ୱ ଦେବାକୁ ପଡିବ।

ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ମୋଦୀ ସରକାର ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ବୋଲି ନୀତିନ ଗଡକରୀ କହିଛନ୍ତି। ସାଧାରଣରୁ ସାଧାରଣ ଲୋକେ ଆଜି ମଧ୍ୟ ବିମାନ ଯାତ୍ରା କରୁଛନ୍ତି।

ସରକାର ଆସିବା ପୂର୍ବରୁ ଦେଶରେ ୨ କିମିର ରାସ୍ତା ନିର୍ମାଣ ହେଉଥିଲା। କିନ୍ତୁ ଆମ ସରକାର ଆସିବା ପରେ ଏବେ ଦିନକୁ ୧୮ କିମିର ରାସ୍ତା ନିର୍ମାଣ ହେଉଛି। ମାର୍ଚ୍ଚ ଶେଷ ସୁଦ୍ଧା ଏହାକୁ ୪୦ କିମିରେ ପହଁଞ୍ଚାଇବା ଆମର ଲକ୍ଷ୍ୟ ରହିଛି।

୨୦୧୪ରେ ଓଡିଶାରେ ରାଷ୍ଟ୍ରୀୟ ମହାମର୍ଗ ୪୬୩୨ କିଲୋମିଟର ଥିଲା, ୨୦୧୮ରେ ଏବେ ଏହା ୯୪୨୬ କିମିରେ ପହଁଞ୍ଚିଛି। ଯାହା ୫୦ରୁ ୬୦ ବର୍ଷରେ ହୋଇନଥିଲା ଆମ ସରକାର ଆସିବା ପରେ ଏହା କରି ଦେଖାଇଛି। ଏଥିପାଇଁ ମୁଁ ଗର୍ବିତ। ଏହା ସହ ରାଜ୍ୟରେ କେନ୍ଦ୍ର ସରକାର କରିଥିବା ଯୋଜନା ଗୁଡିକୁ ବଖାଣିଥିଲେ କେନ୍ଦ୍ରମନ୍ତ୍ରୀ। ପାଞ୍ଚବର୍ଷ ପୂରଣ ହେବା ପୂର୍ବରୁ ଓଡିଶାରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ସଡକ କାମ କରିବୁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *