’ନିତି’ ଆୟୋଗର ଅଧିକାରୀ କରୋନା ସଂକ୍ରମିତ, ବିଲ୍‌ଡିଂ ସିଲ୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ସୁପ୍ରିମ୍‌ କୋର୍ଟର ଜଣେ କର୍ମଚାରୀ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ପରେ ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନିତି ଆୟୋଗର ଜଣେ ଅଧିକାରୀ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି। ଦୁଇଦିନ ପାଇଁ ସମ୍ପୃକ୍ତ ବିଲ୍ଡିଂକୁ ସିଲ୍ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ନିତି ଆୟୋଗ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ପରେ ସରକାରଙ୍କ ପକ୍ଷରୁ ଏଭଳି  ପଦକ୍ଷେପ ନିଆଯାଇଛି। ଏଥିସହ ସେଠାରେ ସାନିଟାଇଜ୍ କାର୍ଯ୍ୟ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ କରୋନାରେ ଦେଶରେ ୯୩୪ଜଣଙ୍କ  ପ୍ରାଣ ଯାଇଥିବାବଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪୩୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମହାମାରୀ କରୋନା କବଳରୁ ୬୮୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧ ହଜାର ୬୩୨ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।

Leave a Reply

Your email address will not be published. Required fields are marked *