ଦେଶର ସେନା ଓ ସୁରକ୍ଷା ବାହିନୀଙ୍କ ଗହଣରେ ପୁଅ ବାହାଘରର ଖୁସି ମନାଇଲେ ନୀତା ଓ ମୁକେଶ ଅମ୍ବାନୀ
ସହର ଏବଂ ଦେଶକୁ ସୁରକ୍ଷିତ ରଖିବାଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନଜଣାଇ ଆଜି ସନ୍ଧ୍ୟାରେ ସେନା ବାହିନୀ, ନୌବାହିନୀ, ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୋଲିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟକରୁଥିବା ସହସ୍ରାଧିକ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସହିତ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସେମାନଙ୍କ ପୁଅ ଆକାଶଙ୍କଶ୍ଲୋକାଙ୍କ ସହିତ ବିବାହର ଖୁସି ମନାଇଛନ୍ତି | ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ରହିଥିଲା ଧିରୁଭାଇ ଅମ୍ବାନୀ ସ୍କୋୟାରରେ ସ୍ୱତନ୍ତ୍ରମ୍ୟୁଜ଼ୀକାଲ ଫାଉଣ୍ଟେନ ଶୋ ‘ଅନନ୍ତ ପ୍ରେମ’ , ଯାହା ଶ୍ରୀକୃଷ୍ଣଙ୍କ ରାସଲୀଳା ଥିମରେ ନୀତା ଅମ୍ବାନୀଙ୍କ ଦ୍ୱାରା ନୈସର୍ଗିକ ପ୍ରେମର ନିଦର୍ଶନସ୍ୱରୂପ ପରିକଳ୍ପନା କରାଯାଇଥିଲା |
ଏହି ଅବସରରେ ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି ଯେ “ଆମ ସଂଗେ ଆମ ଉତ୍ସବରେ ସହର ଏବଂ ଦେଶର ସୁରକ୍ଷାକର୍ତ୍ତାମାନେ ସାମିଲହୋଇଥିବାରୁ ଆମେ ଉଲ୍ଲସିତ ଓ ସମ୍ମାନିତ ଅନୁଭବ କରୁଛୁ | ଏହା ଆମ ପାଇଁ ଏକ ଭାବନାତ୍ମକ ଓ ଆନନ୍ଦର ଅବସର ଏବଂ ଆମେ ଆଶାକରୁଛୁ ଆମ ସମସ୍ତଙ୍କୁ ନିତିଦିନ ଗର୍ବିତ କରୁଥିବା ଏହି ନାୟକମାନେ ଆକାଶ ଓ ଶ୍ଳୋକଙ୍କୁ ସେମାନଙ୍କ ଆଶୀର୍ବାଦ ପ୍ରଦାନ କରିବେ | “

ଉଲ୍ଲେଖଯୋଗ୍ୟଯେ ନୀତା ଓ ମୁକେଶ ଅମ୍ବାନୀ ବନ୍ଧୁ ଓ ପରିବାରବର୍ଗଙ୍କ ସହିତ ଆକାଶ ଓ ଶ୍ଳୋକାଙ୍କ ବିବାହ ଉତ୍ସବ ସହରର ଅବହେଳିତଶିଶୁ, ଅନାଥାଶ୍ରମ ଓ ଵୃଦ୍ଧାଶ୍ରମଗୁଡିକର ଅନ୍ତେବାସୀ, ସୁରକ୍ଷାବାହିନୀ ଓ ସେମାନଙ୍କ ପରିବାର, ସହରର କର୍ମକର୍ତ୍ତା ଓ କର୍ମଚାରୀମାନଙ୍କ ସହିତପାଳନ କରୁଛନ୍ତି |
ପରିବାର ଭାବରେ ଆମେ ମୁମ୍ବାଇ ସହରର ସାମାଜିକ ଓ ସାଂସ୍କୃତିକ ଧାରା ସହିତ ବେଶ ପରିଚିତ ଏବଂ ସହରକୁ ପରିଚାଳନା ଓ କାର୍ଯ୍ୟକ୍ଷମକରୁଥିବା ସମସ୍ତ ବ୍ୟକ୍ତି, ବିଶେଷ କରି ପୋଲିସ, ସେନା ବାହିନୀ ଏବଂ ସହରର କର୍ମଚାରୀମାନଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଓ କୃତଜ୍ଞତାରହିଛି ବୋଲି ଶ୍ରୀମତୀ ନୀତା ଅମ୍ବାନୀ କହିବା ସହିତ ଆମର ସମସ୍ତ ସଫଳତାର ଉତ୍ସ ଏହି ମହାନ ସହର ସହିତ ଆମେ ଆମର ଖୁସି ବାନ୍ତିପାରିଥିବାରୁ ବେଶ ଆନନ୍ଦ ଓ ସନ୍ତୁଷ୍ଟତା ଅନୁଭବ କରୁଛୁ ବୋଲି ପ୍ରକାଶ କରିଥିଲେ |
ଆଜିର ଏହି ସ୍ୱତନ୍ତ୍ର ଉତ୍ସବ ନିକଟରେ ଉନ୍ମୋଚିତ ହୋଇଥିବା ଓ ମୁମ୍ବାଇ ସହରକୁ ଉତ୍ସର୍ଗୀକୃତ ହୋଈଥିବା ଧିରୁଭାଇ ଅମ୍ବାନୀସ୍କୋୟାରଠାରେ ଅନୁଷ୍ଠିତ ହୋଇଥିଲା