ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କଲେ ନିର୍ମଳା ସୀତାରମଣ
ଦେଶର ପ୍ରଥମ ସ୍ଵାଧୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ସେ ୨୦୧୮-୧୯ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ, ଏହା ମଜବୁତ ଦେଶ ପାଇଁ ମଜବୁତ ଉଦ୍ୟମ।
୨୦୧୪ରେ ଯେତେବେଳେ ପ୍ରଥମ ମୋଦି ସରକାର ଗଠନ ହେଲା ସେତେବେଳେ ଆମ ଅର୍ଥନୀତି ୧.୮୫ ଟ୍ରିଲିୟନ୍ ଡଲାର। ଆଶଶ ବିଶ୍ଵା, ଆକାଂକ୍ଷା ଦ୍ଵାରା ଏହି ଅର୍ଥନୀତି ଆମେ ୫ ବର୍ଷ ଭିତରେ ଆଉ ୧ ଟ୍ରିଲିୟନ୍ ଡଲାର୍ ବୃଦ୍ଧି କରିବାରେ ସକ୍ଷମ ହୋଇପାରିଛୁ। ଆସନ୍ତା କିଛିବର୍ଷ ଭିତରେ ଏହା ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିବ। ଏବେ ଆମେ ୬ଷ୍ଠ ସର୍ବ ବୃହତ ଅର୍ଥନୀତି। ୫ ବର୍ଷ ପୂର୍ବେ ଏହା ୧୧ତମ ସ୍ଥାନରେ ଥିଲା ବୋଲି କହିଥିଲେ।

ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ଆମେ ଏ ଦଶନ୍ଧି ପାଇଁ ବଜେଟ୍ ଉପସ୍ଥାପନ କରିଥିଲୁ। ଡିଜିଟାଲ୍ ଇଣ୍ଡିଆ, ପ୍ରଦୂଷଣ ମୁକ୍ତ ଭାରତ, ସାମାଜିକ ବିକାଶ, ଏମ୍ଏସ୍ଏମ୍ଇ, ମେଡିକାଲ୍ ଯନ୍ତ୍ରାଂଶ ପ୍ରସ୍ତୁତି ପ୍ରଭୃତିରେ ଧ୍ୟାନ ଦେବା ସହ ବିଜ୍ଞାନ ପ୍ରଯୁକ୍ତି, ସୁସ୍ଥ ଭାରତ ନିର୍ବାଣରେ ସହାୟକ ହୋଇଥିଲୁ। ସର୍ବନିମ୍ନ ସରକାର ଓ ସର୍ବାଧିକ ସେବାରେ ବିଶ୍ଵାସ କରୁ। ଏହା ନିରନ୍ତର ରହିବ ବୋଲି ସେ କହିଛନ୍ତି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଏବଂ ବ୍ୟବସ୍ଥା ଅନୁସାରେ ଅର୍ଥମନ୍ତ୍ରୀ ସୀତାରମଣ ରାଷ୍ଟ୍ରପତିଙ୍କୁ ଭେଟତ ପ୍ରଥମେ ବଜେଟ୍ ବାବଦରେ ଅବଗତ କରିଥିଲେ। ଏହାପରେ ବାଚସ୍ପତିଙ୍କ ଅନୁମୋଦନ କ୍ରମେ ତାହାକୁ ଉପସ୍ଥାପନ କରିଛନ୍ତି।