ନିର୍ମଳା ସିତାରମଣ ହେଲେ ଅର୍ଥମନ୍ତ୍ରୀ, ଅମିତ ଶାହାଙ୍କୁ ଗୃହ
ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ନିର୍ମଳା ସୀତାରମଣ। ପ୍ରଥମକରି ସେ ମୋଦିଙ୍କ ପ୍ରଥମ କ୍ୟାବିନେଟ୍ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ସେହିପରି ପ୍ରଥମକରି ମୋଦିଙ୍କ କ୍ୟାବିନେଟ୍ରେ ସାମିଲ୍ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ସେ ଗୁଜରାଟରେ ଗୃହମନ୍ତ୍ରୀ ଭାବେ ପୂର୍ବରୁ କାର୍ଯ୍ୟ କରିଛନ୍ତି।
ପୂର୍ବତନ ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ରାଷ୍ଟ୍ରପତି ଭବନରୁ ଜାରି ବାର୍ତ୍ତାରେ ଏହା କୁହାଯାଇଛି।
ଆମେଥିରେ ରାହୁଲଗାନ୍ଧିଙ୍କୁ ପରାସ୍ତ କରିଥିବା ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହେବା ସହ ବସ୍ତ୍ର ମନ୍ତ୍ରଣାଳୟ ମଧ୍ୟ ସମ୍ଭାଳିବେ।
ପୂର୍ବତନ କୂଟନୀତିଜ୍ଞ ସୁବ୍ରମଣିୟମ୍ ଜୟଶଙ୍କର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ହେବେ। ରାମ ବିଳାସ ପାଶ୍ଵାନ୍ଙ୍କୁ ଖାଦ୍ୟ ମନ୍ତ୍ରଣାଳୟ ମିଳିଥିବା ବେଳେ ଅନ୍ୟଜଣେ ଏନ୍ଡିଏ ସହଯୋଗୀ ତଥା ଅକାଳି ଦଳର ନେତ୍ରୀ ଏବଂ ପୂର୍ବତନ ମନ୍ତ୍ରୀ ହରସିମତ୍ କୌରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି।
ଓଡ଼ିଶାକୁ ଏମ୍ଏସ୍ଏମ୍ଇ ଓ ପ୍ରାଣୀପାଳନ
ଓଡ଼ିଶାରୁ ନିର୍ବାଚିତ ହୋଇଥିବା ତଥା ବାଲେଶ୍ଵରରେ ବିଜେଡିର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହରାଇଥିବା ପ୍ରତାପ ଷଡଙ୍ଗୀଙ୍କୁ ପ୍ରାଣୀ ଓ ମତ୍ସ୍ୟ ପାଳନ ମନ୍ତ୍ରଣଶଳୟ ଦାୟିତ୍ଵ ମିଳିଛି। ସେ ଅତିରିକ୍ତ ଭାବେ ଦକ୍ଷତା ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ବ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଏହି ମନ୍ତ୍ରଣାଳୟ ରାଜ୍ୟ ସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଥିଲା।
ପେଟ୍ରୋଲିୟମ ମନ୍ତ୍ରୀ ରହିଲେ ଧର୍ମେନ୍ଦ୍ର ପ୍ରଧାନ
ଏଥର ବି ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମିଳିଛି। ସେ ଅତିରିକ୍ତ ଭାବେ ଷ୍ଟିଲ୍ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ହେବେ।
ସମ୍ପୂଣ୍ଣ ତାଲିକା ପାଇଁ ଏଇଠି କ୍ଲିକ୍ କରନ୍ତୁ
http://odishatime.com/wp-content/uploads/2019/05/Full-list.pdf