ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନରେ ୬୦ ଘଣ୍ଟାରୁ ଅଧିକ ସମୟ ରହି ଶୁକ୍ରବାର ରାତିରେ ସ୍ବଦେଶ ଫେରିଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ୪ ଦିନ ପର୍ଯ୍ୟନ୍ତ ଏଠାରେ ରଖାଯିବ।  ଆଜି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସାକ୍ଷାତ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଅନ୍ୟ ସେନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଅଭିନନ୍ଦନଙ୍କୁ ବାୟୁସେନା ମୁଖ୍ୟ ବିଏସ୍ ଧନୋଆ ମଧ୍ୟ ସାକ୍ଷାତ କରିଛନ୍ତି।

ସାକ୍ଷତ ବେଳେ ଅଭିନନ୍ଦନଙ୍କୁ ସୀତାରମଣ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।  ଏହି ସମୟରେ ଅଭିନନ୍ଦନ ପାକିସ୍ତାନରେ ବନ୍ଦୀ ଥିବା ସମୟର କଥା କହିଥିଲେ। ସୁରକ୍ଷା କାରଣରୁ ଭାରତୀୟ ଅଧିକାରୀ  ଅଭିନନ୍ଦନଙ୍କୁ ଅଭିନନ୍ଦନଙ୍କୁ ପାକିସ୍ତାନରେ ସମସ୍ତ ଘଟଣା ସମ୍ପର୍କରେ ସୂଚନା ନେବେ। କାରଣ ତାଙ୍କ ଠାରୁ ଏହି ସୂଚନା ପାଇବା ଖୁବ୍ ଜରୁରୀ। ପାକିସ୍ତାନରୁ ଅଭିନନ୍ଦନ ଫେରିବା ପରେ ସୀତାରମଣ ଟ୍ବିଟ୍ କରି  କହିଥିଲେ ସାରା ଦେଶକୁ ଆପଣଙ୍କ ସାହାସ ଏବଂ ଦୃଢତା ଉପରେ ଗର୍ବ। କଠିନ ସମୟରେ ଆପଣ ନିଜକୁ ଶାନ୍ତ କରି ରଖିପାରିଲେ। ଆମର ଯୁବପୀଢିଙ୍କ ପାଇଁ ଆପଣ ପ୍ରେରଣାର ଉତ୍ସ।

ଏହି ଅବସରରେ ଅଭିନନ୍ଦନ ପାକିସ୍ତାନରେ ବିତାଇଥିବା ୬୦ ଘଣ୍ଟାର ବନ୍ଦୀଜୀବନ ବାବଦରେ ମତ ରଖିଥିଲେ। ଉଭୟ ଆଲୋଚନା କରୁଥିବାର ଏକ ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ କାଲି ପାକିସ୍ତାନରୁ ଆସିବା ସମୟରେ ନୀଳ ବ୍ଲେଜର ଏବଂ ଧଳା ଶାର୍ଟ ପିନ୍ଧିଥିବା ପାଇଲଟ ଅଭିନନ୍ଦନ ଆଜି ହସ୍ପିଟାଲରେ ୟୁନିଫର୍ମରେ ଥିଲେ।

ବର୍ତ୍ତମାନ ଅଭିନନ୍ଦନଙ୍କୁ ନୂଆଦିଲ୍ଲୀରେ ୩ ସେବାର ପାଇଲଟଙ୍କ ପାଇଁ ଉଦ୍ଦିଷ୍ଟ ଏୟାରଫୋର୍ସ ସେଣ୍ଟ୍ରାଲ୍‌ ମେଡିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ(ଏଏଫ୍‌ସିଏମ୍‌ଇ)ରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ରଖାଯାଇଛି। ସେନାର ବାୟୁସେବା ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍ୱତନ୍ତ୍ର ଚିକିତ୍ସା ଲାଗି ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଠାରେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରାୟ ଏକ ସପ୍ତାହ ରଖାଯିବ ବୋଲି ସୂଚନା ରହିଛି। ଆସନ୍ତା ରବିବାର ଯାଏ ତାଙ୍କର ଟେଷ୍ଟ ଚାଲୁ ରହିବ। ଏହା ସରିବା ପରେ ତାଙ୍କୁ ବାୟୁସେନା ପକ୍ଷରୁ ପଚରାଉଚରା କରାଯିବାର ଅଛି। ଆଜି ସକାଳେ କିଛି ସେନା ଅଧିକାରୀ ଏବଂ ତାଙ୍କ ବାପା ମା ଅଭିନନ୍ଦନଙ୍କୁ ଭେଟିଥିଲେ।

ଫେବୃଆରି ୨୩ରେ ଅଭିନନ୍ଦନଙ୍କ ମିଗ୍‌ ୨୭ ବାଇସନ୍‌ ବିମାନ ଖସି ପଡ଼ିବା ପରେ ସେ ପାରାଶୁଟ୍‌ରେ ତଳକୁ ଡେଇଁ ପଡ଼ିଥିଲେ ଓ ତାଙ୍କର ପିଠିରେ ଗଭୀର ଆଘାତ ଲାଗିଥିଲା। ଏହାପରେ ପାକିସ୍ତାନୀଙ୍କ ଆକ୍ରମଣର ଶିକାର ମଧ୍ୟ ସେ ହୋଇଥିଲେ।

Leave a Reply

Your email address will not be published.