ନିବେଶ ଆକର୍ଷଣ ଓ ପ୍ରଣୟନ ଲାଗି ରାଜ୍ୟଗୁଡ଼ିକ ସୂଚକାଙ୍କ ନିର୍ଦ୍ଧାରଣ କରିବେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁଞ୍ଜି ନିବେଶ ଆକର୍ଷଣ କରିବାକୁ ସରକାର ନୀତିଗତ ସଂସ୍କାର ପ୍ରକ୍ରିୟା ଆପଣାଇବାକୁ ଘୋଷଣା କରିଛନ୍ତି। ମୁଖ୍ୟତଃ ୮ଟି ବିଭିଗକୁ ଏଥିଲାଗି ବଛା ଯାଇଛି। ଏହି କ୍ଷେତ୍ରଗୁଡ଼ିକରେ ନିଯୁକ୍ତି ଏବଂ ନିବେଶ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହିକ୍ରମରେ ଏକ କ୍ଷମତାପନ୍ନ ସଚିବ ସ୍ତରୀୟ କମିଟି ସରକାର ଗଠନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ସୀତାରମଣ କହିଛନ୍ତି:  ଅନେକ କ୍ଷେତ୍ର ନୀତିଗତ ସରଳତା ଆବଶ୍ୟକତା ରହିଛି। ଏହାଦ୍ଵାରା ଲୋକଙ୍କ ଭାଗିଦାରୀ ଓ ପାରଦର୍ଶିତା ବଢ଼ିପାରିବ। ବିକାଶ ଏବଂ ନିଯୁକ୍ତି ପାଇଁ ଏହି କ୍ଷେତ୍ର ସହାୟକ ହୋଇପାରିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ନୀତିଗତ ସଂସ୍କାର ଉପରେ ଗୁରୁତ୍ଵ ଦେଇଛନ୍ତି। ସେଥିଲାଗି ସରକାର ନେବାକୁ ଯାଉଥିବା ସଂସ୍କାର ବାବଦରେ ଏଠାରେ ଘୋଷଣା କରୁଛି।

ଏହାପୂର୍ବରୁ ସରକାର ଡିବିଡି, ଜିଏସ୍‌ଟି, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌, ଟିକସ କ୍ଷେତ୍ରରେ ସଂସ୍କାର , ସରକାରୀ ବ୍ୟାଙ୍କଗୁଡ଼ିକରେ ସଂସ୍କାର  ବ୍ୟବସ୍ଥା ପ୍ରଭୃତି ଆପଣାଯାଇଛି। ପ୍ରତ୍ୟକ୍ଷ କର ସଂସ୍କାର, କମ୍ପାନୀ କର ସଂସ୍କାର,. ଶକ୍ତି କ୍ଷେତ୍ରରେ ସଂସ୍କାର, କୋଇଲା ଏବଂ ଜଳ ଓ ସିଞ୍ଚନରେ ସଂସ୍କାର ଅଣାଯାଇଛି।

ଢାଞ୍ଚାଗତ ସଂସ୍କାର ଆଜିର ମୁଖ୍ୟ ଆକର୍ଷଣ। ଯେଉଁ କ୍ଷେତ୍ରଗୁଡ଼ିକ ପ୍ରଭାବ ପକାଇବାକୁ ଯାଉଛନ୍ତି ଏବଂ ବିକାଶ ଏବଂ ନିଯୁକ୍ତି ପାଇଁ ଆବଶ୍ୟକ ରହିଛି ଏବଂ ଯାହାଦ୍ଵାରା ଅଧିକ ନିବେଶ ଅଣାଯାଇପାରିବ, ଅଧିକ ଉତ୍ପାଦନ ହୋଇପାରିବ ସେ କ୍ଷେତ୍ରକୁ ସରକାର ଧ୍ୟାନ ଦେଇଛନ୍ତି।

  •   ନିବେଶ ତ୍ଵରାନ୍ମିତ କରିବା  ପାଇଁ ନୀତିରେ ସଂସ୍କାର ଅଣିବାକୁ ସରକାର ଘୋଷଣା କରିଛନ୍ତି।
  • ଏହିକ୍ରମରେ ସଚିବ ସ୍ତରୀୟ ଗୋଷ୍ଠୀ ତିଆରି ହେବ। ଏହି ସଚିବ ଗୋଷ୍ଠୀ ନିବେଶ ଆକର୍ଷଣ ଏବଂ ବିଭିନ୍ନ ପ୍ରକଳ୍ପକୁ ତ୍ଵରାନ୍ବିତ କରିବେ। ଏଥିଲାଗି ପ୍ରକଳ୍ପ  ବିକାଶ ସେଲ୍‌ ଗଠନ କରାଯିବ।
  • ପ୍ରତି ମନ୍ତ୍ରଣାଳୟରେ ପ୍ରକଳ୍ପ ବିକାଶ ସେଲ୍‌ ରହିବ। ଏହି ସେଲ୍‌ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରିବେ।
  • ରାଜ୍ୟ ଗୁଡ଼ିକର ପାରଦର୍ଶିତା, ପୁଞ୍ଜି ଆକର୍ଷଣ ଆଗ୍ରହ ପ୍ରଭୃତିକୁ ଦୃଷ୍ଟିରେ ରଖି ସୂଚକାଙ୍କ ପ୍ରସ୍ତୁତ ହେବ।
  • ନୂଆ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ସରକାର ବ୍ୟବସ୍ଥା କରିବେ। ଏଥିଲାଗି ସୌର ଶକ୍ତି ଏବଂ ବ୍ୟାଟେରୀ ପ୍ରସ୍ତୁତି  ଉଦ୍ୟୋଗକୁ ସହାୟତା ଦିଆଯିବ।
  • ଜିଆଇଏସ୍‌ରେ ସଂଯୋଗ ହେବ ଶିଳ୍ପ ପାର୍କ, ଏସ୍‌ଇଜେଡ୍‌ । ଏହାଦ୍ଵାରା ଯୋଗାଯୋଗ ସୁଧାର ହେବ, ପାଣି ଓ ବିଜୁଳି ଅସୁବିଧା ଦୂର ହେବ।

Leave a Reply

Your email address will not be published.