ନିର୍ଭୟା ମାମଲା: ବାଳ ଅପରାଧ ମାମଲାକୁ ଖାରଜ, ଓକିଲଙ୍କୁ ୨୫ ହଜାର ଟଙ୍କା ତଣ୍ଡ

ନୂଆଦିଲ୍ଲୀ, (ଓଟି): ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ଵପୂଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀ ପବନ କୁମାର ଗୁପ୍ତା ଘଟଣା ସମୟରେ ବାଳକ ଥିଲେ ଏବଂ ସେହି ଅନୁସାରେ ତାଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାସହ ତାଙ୍କ ଓକିଲ ଅଦାଲତଙ୍କୁ ନଆସିବା କାରଣରୁ ତାଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଦିଲ୍ଲୀ ବାର୍‌ ଆସୋସିଏସନ୍‌ଙ୍କୁ ସମ୍ପୃକ୍ତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି। 

ପଓ୍ବନ ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସୁରେଶ କୁମାର କାୟତ ଗୁରୁବାର ଆବେଦନର ଶୁଣାଣି କରିବାର ଥିଲା। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପଓ୍ବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ମିଳିବାକୁ ଦାବି କରିଥିଲେ।

Leave a Reply

Your email address will not be published.