ଖାରଜ ହେଲା ଅନ୍ତିମ ଆବେଦନ ଫାଶୀ ଖୁଣ୍ଟରେ ଝୁଲିବେ ୪ ‘ନିର୍ଭୟା’ ଦୋଷୀ


ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ପଟିଆଲା ହାଉସ୍ ଡେଥ୍ ୱାରେଣ୍ଟି ଜାରି କରିବା ପରେ ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କ ମଧ୍ୟରେ ଥିଲା ଆଉମାତ୍ର ଗୋଟିଏ ଆବଦେନର ରାସ୍ତା । ଚାରିଜଣଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିବାବେଳେ ପବନ ଗୁପ୍ତା ଓ ଅକ୍ଷୟ ସିଂହଙ୍କୁ ମିଶାଇ ସମସ୍ତେ ପୂର୍ବରୁ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ । ତେବେ ସୁପ୍ରିମ୍ କୋର୍ଟ ତାହା ଖାରଜ କରିଦେଇଥିଲେ । ଖାଲି ସେତିକି ନୁହେଁ ଆଜି କ୍ୟୁରେଟିଭ୍ ପିଟିସନ୍ ମଧ୍ୟ ଖାରଜ କରିଦେଇଛନ୍ତି । ଫଳରେ ଦୋଷୀମାନଙ୍କର ଦଣ୍ଡରୁ ବର୍ତ୍ତିବାର ଶେଷ ପ୍ରୟାସ ଅନ୍ତ ହୋଇସାରିଛି । ସମସ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲିବା ଦରକାର ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ଅର୍ଥାତ୍ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ସମସ୍ତ ୪ ଦୋଷୀ ଫାଇବା ନିଶ୍ଚିତ ହୋଇସାରିଛି । କିନ୍ତୁ ଦୋଷୀମାନେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିବାରୁ ସର୍ବକ୍ଷମା ମିିଳିବ କି ନାହିଁ ତାହା ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରୁଛି ।
ସୂଚନାଯୋଗ୍ୟ ୨୦୧୨ ଡିସେମ୍ବର ୧୬ ରାତିରେ ୨୩ ବର୍ଷୀୟା ଜଣେ ପାରା ମେଡିକାଲ୍ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ୬ ଜଣ ଗଣଦୁଷ୍କର୍ମ କରିଥିଲେ । ସେ ମଧ୍ୟରେ ଜଣେ ନାବାଳକ ରହିଥିଲା । ଏପରିକି ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ବସ୍ ଉପରୁ ଫିଙ୍ଗି ଦିଆଯାଇଥିଲା । ସଂକଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ପୀଡ଼ିତା ସେହିମାସ ୨୯ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ତାରେ ଆଖି ବୁଜି ଦେଇଥିଲେ । ଏହି ବର୍ବରୋଚିତ ଲୋମଟାଙ୍କୁରା ଘଟଣାରେ ଜୟ ସମସ୍ତ ୬ଜଣ ଗିରଫ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ରାମ ସିଂହ ଜେଲ୍‌ରେ ଆତ୍ମହତ୍ୟା କରିଦେଇଥିବା ବେଳେ ୩ ବର୍ଷ ପରେ ନାବାଳକକୁ ଜେଲ୍‌ରୁ ମୁକ୍ତ କରାଯାଇଛି । ସମ୍ପ୍ରତି ତିହାର ଜେଲ୍‌ରେ ପବନ, ବିନୟ ମୁକେଶ ଓ ଅକ୍ଷୟ ସଜ୍ଜା ଭୋଗୁଛନ୍ତି ।

Leave a Reply

Your email address will not be published.