“ଇନ୍ଦିରାଙ୍କୁ ଲଜ୍ଜା ଲାଗିବା କଥା’

ନୂଆଦିଲ୍ଲୀ: ଜଣେ ମହିଳା ଭାବେ ଇନ୍ଦିରା ନିଜ ବିଚାର ଓ ମନ୍ତବ୍ୟ ଲାଗି ଲଜ୍ଜା କରିବା କଥା । ବୀଭତ୍ସ ଭାବେ ଗଣଦୁଷ୍କର୍ମ କରାଯାଇ ଆମ ଝିଅକୁ ମାରିଦିଆଗଲା । କିନ୍ତୁ ସୋନିଆ ଗାନ୍ଧିଙ୍କ ପ୍ରସଙ୍ଗ ଉଠାଇ ଦୋଷୀମାନଙ୍କୁ କ୍ଷମା କରିଦେବାକୁ କହିବା ନିହାତି ଲଜ୍ଜାଜନକ ବିଷୟ । ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ମନ୍ତବ୍ୟକୁ ନେଇ “ନିର୍ଭୟା’ଙ୍କ ବାପା ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଆଇନଜୀବୀ ଜୟସିଂହ ଦୁଷ୍କର୍ମକାରୀଙ୍କୁ ଫାଶୀ ନଦେଇ ନିର୍ଭୟାଙ୍କ ମା’ କ୍ଷମା କରିଦେବା ଠିକ୍ ବୋଲି କହିଥିଲେ । ସେ ଏନେଇ ଟ୍ୱିଟ୍‌ରେ ଦର୍ଶାଇଥିଲେ ଯେ ରାଜୀବଙ୍କ ହତ୍ୟାକାରୀଙ୍କୁ ସୋନିଆ କ୍ଷମା କରିଦେବା ଭଳି ନିର୍ଭୟାଙ୍କ ମା’ ଦୋଷୀମାନଙ୍କୁ କ୍ଷମା କରିଦେଇ ସୋନିଆଙ୍କୁ ଅନୁସରଣ କରନ୍ତୁ । ଏଥିସହ ସେ ନିର୍ଭୟାଙ୍କ ମା’ ସହ ଅଛନ୍ତି କିନ୍ତୁ ଫାଶୀ ବିରୋଧରେ ବୋଲି କହିଥିଲେ । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଇନ୍ଦିରାଙ୍କ ବିରୋଧରେ ସମାଲୋଚନାର ସ୍ୱର ଉଠିଥିବାବେଳେ ନିର୍ଭୟାଙ୍କ ବାପା କହିଛନ୍ତି ଯେ ଆମେ ସାଧାରଣ ଲୋକ, ସୋନିଆ ଗାନ୍ଧିଙ୍କ ଭଳି ରାଜନୀତିରେ ନାହୁଁ କି ସେଭଳି ବଡ଼ ହୃଦୟ ଆମର ନାହିଁ । ଦୀର୍ଘ ୭ବର୍ଷ ହେଲା ଝିଅର ଆତ୍ମାକୁ ଶାନ୍ତି ମିଳିବା ପାଇଁ ଆମେ ସଂଘର୍ଷ କରିଆସୁଥିବାବେଳେ ଏଭଳି ମନ୍ତବ୍ୟ ଦେବା ପାଇଁ ଇନ୍ଦିରାଙ୍କୁ ଲଜ୍ଜା ଅନୁଭବ ହେବା କଥା ବୋଲି ନିର୍ଭୟାଙ୍କ ବାପା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.