ମୋ ଇଚ୍ଛାରେ ଦିଆଯାଇନି : ନିରଞ୍ଜନ

କଂଗ୍ରେସ ପ୍ରାର୍ଥୀ ଚୟନରେ ତ୍ରୁଟିକୁ ନେଇ ହାତ ଟେକିଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଚଳିତ ଥର ଟିକେଟ ଦେଇ ଦଳରେ ୮୩ଟି ନୂଆଁ ମୁହଁ ଦେଇଛି ବୋଲି ନିରଞ୍ଜନ ପ୍ରତିକ୍ରିୟା ଦେଇଛନ୍ତି । ଧାରଣ ନିର୍ବାଚନ ପାଇଁ ଟିକେଟ ବଣ୍ଟନ ପ୍ରକ୍ରିୟା  ଶେଷ ହୋଇସାରିଛି । ନିର୍ବାଚନ ମତଦାନ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।

କଂଗ୍ରେସ ପ୍ରାର୍ଥୀ ଚୟନରେ ତ୍ରୁଟିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହାତ ଟେକିଦେଇଛନ୍ତି । ପ୍ରାର୍ଥୀ ଚୟନ ଏକ ସମୂହ ନିଷ୍ପତି  ଏବଂ ଜଣେ ବି ପ୍ରାର୍ଥୀଙ୍କୁ ତାଙ୍କ ଇଚ୍ଛାରେ ଚୟନ କରି ଟିକେଟ ଦିଆଯାଇନି ବୋଲି  ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି , ତାଙ୍କ ଦଳର ଟିକେଟ ତିନି ସେଣାରେ ପାଣି । କଂଗ୍ରେସ ଚଳିତ ଥର ୮୩ଟି ନୂଆଁ ମୁହଁ ଦିଆଯାଇଛି  । ଟିକେଟ ପାଇଁ ବହୁ ଅଶାୟୀ ଥିଲେ ତେଣୁ ପ୍ରାର୍ଥୀତ୍ୱ  ନ ପାଇବାରୁ କିଛି ବ୍ୟକ୍ତି ଅସନ୍ତୋଷ ଥିବା ସ୍ୱାଭାବିକ ବୋଲି ସେ କହିଛନ୍ତି ।

 ବର୍ତ୍ତମାନ ଟିକେଟ ବଣ୍ଟନକୁ ନେଇ ସମସ୍ତଙ୍କ ଆକ୍ରୋଶ ନିରଞ୍ଜନଙ୍କ ଉପରେ ଥିବାରୁ ସେ ନିଜେ ଧର୍ମସଂକଟରେ ଅଛନ୍ତି ବୋଲି କହିଛନ୍ତି । ଧର୍ମଶାଳାରୁ ସ୍ମୁତିରେଖା ପହିଙ୍କ କଂଗ୍ରେସ ପ୍ରାର୍ଥୀତ୍ୱ ବଳବତ୍ତର ରହିଛି ଏବଂ  କିଷାନ ପଣ୍ଡାଙ୍କ ନାଁ ଘୋଷଣା ହୋଇଥିଲେ ବି ତାଙ୍କୁ ଟିକେଟ ମିଳିନଥିଲା । ପୂର୍ବରୁ ସ୍ମୁତିରେଖାଙ୍କ ନାଁ କଟି କିଷାନ ପଣ୍ଡାଙ୍କ ଟିକେଟ ଘୋଷଣା ହୋଇଥିଲା ବୋଲି ନିରଞ୍ଜନ ପଟ୍ଟନାୟକ ସ୍ୱିକାର କରିଛନ୍ତି । ଜୟଦେବର କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡ଼ି ଭୋଇଙ୍କ ନମାଙ୍କନ ନାକଚ ହୋଇଯାଇଥିବାରୁ ସେଠାର ସ୍ୱାଧୀନ ପ୍ରାର୍ଥୀ ରାଘବ ସେଠୀଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *