ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଇସ୍ତଫା
ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସୁକାନ୍ତ ନାୟକ ୨୦୧୪ରେ ଗତ ବିଧାନସଭା ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରୁ ବିଜେଡି ଟିକେଟରେ ଲଢ଼ି ନିର୍ବାଚିତ ହୋଇଥିଲେ। ଦଳ ପକ୍ଷରୁ ଅଣଦେଖାର ଶିକାର ହୋଇ ସେ ଇସ୍ତଫା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନାୟକ। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି,ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଏକ ମିଶ୍ରଣପର୍ବରେ ମୋତେ ଅଣଦେଖା କରାଯାଇଛି। ଯାହାଙ୍କ ମିଶ୍ରଣ ପର୍ବରେ ମୋତେ ଅଣଦେଖା କରାଯାଇଥିଲା, ସେ ୨୦୧୪ରେ ୧୩,୦୦୦ ଭୋଟ୍ରେ ହାରିଥିଲେ।
ଏହା ସହିତ ସେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ବି ସେ ଅଭିଯୋଗ କରିଛନ୍ତି। ସୁକାନ୍ତ ଲେଖିଛନ୍ତି, ଜିଲ୍ଲା ବିଜେଡି ସଭାପତି ଦେଉଥିବା ମାନସିକ ନିର୍ଯାତନା ଦିନକୁ ଦିନ ଅସହ୍ୟ ହୋଇଯାଇଥିଲା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି।
ଗତକାଲି ଦଳ ଛାଡ଼ିଥିବା ସାଂସଦ ବଳଭଦ୍ର ମାଝି କହିଥିଲେ ଯେ ସେ ଦଳରେ ପ୍ରତାରିତ ହେଲା ଭଳି ଅନୁଭବ କରୁଥିଲେ। ଦଳରେ ଆଉ ତାଙ୍କର ଆବଶ୍ୟକତା ନଥିବା ଭଳି ତାଙ୍କୁ ଅନୁଭବ ହେଉଥିଲା।
ସୁକାନ୍ତ ଓ ବଳଭଦ୍ରଙ୍କ ପୂର୍ବରୁ ବାବୁ ସିଂହ ବିଜେଡି ଛାଡ଼ିଥିଲେ। ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ଦଳରେ ତାଙ୍କୁ କୋଣଠେସା କରାଯିବାରୁ ସେ ଇସ୍ତଫା ଦେଇଥିବା କହିଥିଲେ। ସେ ବିଜେପିରେ ଯୋଗ ଦେଇଛନ୍ତି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :