ନିକୁଞ୍ଜ ବିହାରୀ ଧଳ ହେଲେ ସ୍ଵାସ୍ଥ୍ୟ ସଚିବ, ଡା.ମେହେର୍ଦାଙ୍କୁ ବାଣିଜ୍ୟ ଓ ପରିବହନ

ଭୁବନେଶ୍ଵର, (ଓଟି) ରାଜ୍ୟ ସରକାର ଆଏଏସ୍‌ ଅଧିକାରୀଙ୍କ ଦାୟିତ୍ଵରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଏଥିରେ ୬ ଜଣ ଆଏଏସ୍‌ଙ୍କ ଅଧିକାରୀ ପ୍ରଭାବିତ ହୋଇଛନ୍ତି। 

ବିଶେଷକରି ସ୍ଵାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ଵ ଦିଆଯାଇଛି। ସେ କୃଷି ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ଏ ଦାୟିତ୍ଵରେ ଥିବା ଅଧିକାରୀଙ୍କ ନାଁରେ ଭିଜିଲାନ୍ସ ମାମଲା ଆସିବା ପରେ ଏବେ ସମ୍ପୂଣ୍ଣ ବିଭାଗରେ କୋକୁଆ ଭୟ ଦେଖା ଦେଇଛି। ଏହି ମୁହୂର୍ତ୍ତରେ ଡା. ମେହେର୍ଦାଙ୍କ ଯୋଗଦାନରେ ଅନେକ ଚ୍ୟାଲେଞ୍ଜ ରହିଛି। 

ତାଙ୍କ ସ୍ଥାନରେ ସ୍ଵାସ୍ଥ୍ୟ ବିଭାଗର ପ୍ରୁଖ ସଚିବ ଭାବେ ନିକୁଞ୍ଜ ବିହାରି ଧଳ ଦାୟିତ୍ଵ ନେବେ ।୧୯୯୩ ବ୍ୟାଚ୍‌ର ଶ୍ରୀ ଧଳ ଜଣେ ବରିଷ୍ଠ ଅଧିକାରୀ। ସେ ରାଜସ୍ଵ ବତଭାଗର ପ୍ରମୁଖ ସଚିବ ଭାବେ ଏହି ଦାୟିତ୍ଵ ତୁଲାଉଛନ୍ତି। 

୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ  ତଥା ଏପିସିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। 

ଆଇପିଏସ୍‌ ଅଧିକାରୀ ତଥା ସେସୁର ସିଇଓ ଏବଂ କ୍ରୁଟ୍‌ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରାଙ୍କୁ ଓଏସ୍‌ଆରଟିସି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। 

ରାଉରକେଲା ସ୍ମାର୍ଟସିଟିର ସିଇଓ ତଥା ରାଉରକେଲା ମୁ୍ୟନିସିପାଲିଟି କମିଶନର ଭାବେ କାର୍ଯ୍ୟରତ ୨୦୧୪ ବ୍ୟାଚ୍‌ ଆଇଏସ୍‌ ୟେଦୁଲା ବିଜୟଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ଦିବ୍ୟଜ୍ୟୋତି ପରିଡ଼ା କାର୍ଯ୍ୟ କରିବେ।

 

Leave a Reply

Your email address will not be published.