ବଲିଉଡ୍ ଡେବ୍ୟୁ କରିବେ ଅମୀରଙ୍କ ଭଉଣୀ

ଭୂମି ପେଡନେକର୍ ଓ ତାପସି ପନ୍ନୁଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଷାଣ୍ଢ୍ କି ଆଖଁ’କୁ ନେଇ ଏବେ ଅନେକ ଖବର ଶୁଣିବାକୁ ମିଳୁଛି । ବି ଟାଉନର ମିଷ୍ଟର୍ ପରଫେକ୍ଟ ଅମୀର୍ ଖାନଙ୍କ ଭଉଣୀ ନିଖତ୍ ଖାନ୍ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି । କାହାଣୀ ଅନୁଯାୟୀ ସେ ଜଣେ ରାଣୀ ଚରିତ୍ରରେ ପରଦା ଉପରକୁ ଆସିବେ ।

ନିଖତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ମିଳିଛି । ଦେଖିବାକୁ ଗଲେ ଅମୀରଙ୍କ ପୁରା ପରିବାର ଫିଲ୍ମ ଦୁନିଆ ସହିତ ଜଡ଼ିତ ଅଛନ୍ତି । ତାଙ୍କର ବାପା ତାହିର୍ ହୁସେନ୍ ଓ ଦାଦା ନାସିର୍ ହୁସେନ୍ ନାମୀ ଫିଲ୍ମମେକର୍ ଥିଲେ । କଜିନ୍ ମଂସୁର୍ ଖାନ୍ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି ।

ଭାଇ ଫେଜଲ୍ ଖାନ୍ ଅଭିନୟ ଦୁନିଆରେ ଜଣେ ଜଣାଶୁଣା ଅଭିନେତା ଏବଂ ଭଣଜା ଇମରାନ୍ ଖାନ୍ ଜଣେ ଦକ୍ଷ ଅଭିନେତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି । ନିଖତ୍ ଖାନ୍ ସନ୍ତୋଷ ହେଗଡ଼େଙ୍କ ସହିତ ବିବାହ କରିଛନ୍ତି । ଅମୀରଙ୍କ ଫିଲ୍ମ ‘ତୁମ୍ ମେରେ ହୋ’ର ପ୍ରଡକସନ୍ ଟିମରେ ନିଖତ୍ ବହୁ ପୂର୍ବରୁ ନିଜ ନାଁ ଲେଖାଇ ସାରିଛନ୍ତି । କହିରଖୁଛୁ ତୁଷାର ହିରାନନ୍ଦାନୀ ‘ଷାଣ୍ଢ୍ କି ଆଖଁ’ର ନିର୍ଦ୍ଦେଶନା ଦେଉଥିବାବେଳେ ପ୍ରଯୋଜନା କରୁଛନ୍ତି ଅନୁରାଗ କାଶ୍ୟପ। ଫିଲ୍ମର କାହାଣୀ ଉତ୍ତର ପ୍ରଦେଶର ଦୁଇଜଣ ମହିଳା ଶାର୍ପସୁଟର୍ ଚନ୍ଦ୍ରୋ ତୋମର୍ ଓ ପ୍ରକାଶି ତୋମରଙ୍କ ଜୀବନ ସଂଘର୍ଷକୁ ନେଇ ଗଢ଼ିଉଠିଛି ।

Leave a Reply

Your email address will not be published.