ନିଜାମୁଦ୍ଦିନ ଲିଙ୍କ୍: ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ଵର (ଓଟି): ଦିଲ୍ଲୀ- ନିଜାମୁଦ୍ଦିନ୍‌ ଘଟଣା ଦେଶରେ କରୋନା ଭୟବହତାକୁ ବଢ଼ାଇ ଦେଇଥିବାବେଳେ ସାରାଦେଶରେ ଏନେଇ ତନାଘନା ଜାରି ରହିଛି। ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ନମୁନା ପରୀକ୍ଷଣ ସହ କ୍ଵାରେଣ୍ଟାଇନ୍‌ରେ ରହିବା ବ୍ୟବସ୍ଥା କରାଯାଉଛି। ଏହିକ୍ରମରେ ଓଡ଼ିଶା ପାଇଁ ଏକ ଆଶ୍ଵସ୍ତକର ଖବର ମିଳିଛି। ନିଜାମୁଦ୍ଦିନ୍‌ ଲିଙ୍କରେ ରହିଥିବା ଢେଙ୍କାନାଳରେ ୧୫ଜଣଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍‌ ଆସିଛି।

ସୂଚନାଯୋଗ୍ୟ ଯେ, ନିଜାମୁଦ୍ଦିନରୁ ଫେରନ୍ତା ଜମାତିଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିଲେ ସମ୍ପୃକ୍ତ ୧୫ଜଣ ବ୍ୟକ୍ତି। ସେମାନେ ମୋଟ ୩ଟି ପରିବାରର ବୋଲି ଜଣାପଡ଼ିଥିବାବେଳେ ଆଗୁଆ ପଦକ୍ଷେପ ସ୍ଵରୂପ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ସେହିପରି ସମସ୍ତଙ୍କ ସ୍ୱାବ୍‌ ରିପୋର୍ଟ ପରୀକ୍ଷଣ ପାଇଁ ଦିଆଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସାଧାରଣରେ ଏକ ଆଶ୍ଵସ୍ତ ମିଳିଛି।

Leave a Reply

Your email address will not be published.