ଦୀପିକାଙ୍କ ଏକ୍ସ-ବୟଫ୍ରେଣ୍ଡ୍

ମିଡିଆ ରିପୋର୍ଟ ଅନୁଯାୟୀ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ୍ ନିହାର ପାଣ୍ଡ୍ୟା ଆସନ୍ତା ଭାଲେଣ୍ଟାଇନ୍ ଡେ’ରେ ଗାୟିକା ନୀତି ମୋହମମ୍‌ଙ୍କ ସହିତ ହାତକୁ ଦି ହାତ ହୋଇପାରନ୍ତି । କପିଲ୍‌ଙ୍କକ ଶୋ’ରେ ନିହାର ତାଙ୍କ ଗାର୍ଲଫ୍ରେଣ୍ଡ୍ ନୀତିଙ୍କୁ ପ୍ରପୋଜ୍ କରିଛନ୍ତି । ଏହା ପୂର୍ବରୁ କେବେ ମଧ୍ୟ ନିହାର ତାଙ୍କର ଲେଡି ଲଭଙ୍କୁ ନେଇ ଚର୍ଚ୍ଚାର ପରିସରକୁ ଆସିନଥିଲେ । କିନ୍ତୁ କପିଲଙ୍କ ଶୋ’ରେ ନିହାର ଓ ନୀତି ତାଙ୍କର କ୍ୟୁଟ୍ ଲଭଷ୍ଟୋରୀ କହିଥିଲେ ।

ନିହାରଙ୍କ କହିବା ଅନୁଯାୟୀ ତାଙ୍କର ଜଣେ ସାଙ୍ଗ ‘ଆସ୍ମା’(ମ୍ୟୁଜିକ୍ ବ୍ୟାଣ୍ଡ୍)ର ସଦସ୍ୟ ଏବଂ ନୀତି ସେହି ବ୍ୟାଣ୍ଡ ମାଧ୍ୟମରେ ନିଜର ସଙ୍ଗୀତ କ୍ୟାରିୟର୍ ଆରମ୍ଭ କରିଥିଲେ । ନିହାର ନୀତିଙ୍କ ସହିତ ପରିଚିତ ହେବାପାଇଁ ଅନେକଥର ତାଙ୍କ ସାଙ୍ଗକୁ କହିଥିଲେ । କିନ୍ତୁ ଏହା ସମ୍ଭବ ହୋଇପାରନଥିଲା । ଗୋଆରେ ଜଣେ କମନ୍ ଫ୍ରେଣ୍ଡଙ୍କ ବିବାହ ଉତ୍ସବରେ ହଠାତ୍ ନିହାର ଓ ନୀତିଙ୍କ ସାକ୍ଷାତ ହୋଇଥିଲା ।

କିଛିଦିନ ପରେ ଫାର୍ମହାଉସ୍ରେ ଗୋଟିଏ ଗଛ ତଳେ ଆଣ୍ଠୁମାଡ଼ି ବସି ନିହାର ନୀତିଙ୍କୁ ପ୍ରପୋଜ୍ କରିଥିଲେ । ସେହି ସମୟରେ ଗଛରୁ ଫୁଲବର୍ଷା ହୋଇଥିଲା । ଏହି ରୋମାଣ୍ଟିକ୍ ମୁହୂର୍ତ୍ତକୁ କପିଲ୍ ଶୋ’ରେ ପୁଣିଥରେ ରିକ୍ରିଏଟ୍ କରାଯାଇଥିଲା । ସୂଚନାଯୋଗ୍ୟ ପ୍ରାୟ ୧୩ ବର୍ଷ ତଳେ ଦୀପିକା ଓ ନିହାରଙ୍କ ପ୍ରେମ ସମ୍ପର୍କର ଚର୍ଚ୍ଚା ମିଡିଆରେ ରହିଥିଲା । ସେହି ସମୟରେ ଅନ୍ୟ ଏକ ମିଡିଆ ପକ୍ଷରୁ ପ୍ରକାଶ ପାଇଥିଲା ଯେ ଦୀପିକା ଓ ନିହାରଙ୍କ ପରିଚୟ ଏକ ସ୍କୁଲ୍ରେ ହୋଇଥିଲା । କିନ୍ତୁ କିଛି ଦିନରେ ସେମାନଙ୍କ ବ୍ରେକ୍ଅପ୍ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *