ଏକ୍ଜିଟ୍ ପୋଲ୍ ପ୍ରଭାବ: ସେନ୍ସେକ୍ସରେ ୯୨୪ ପଏଣ୍ଟ ଅଭିବୃଦ୍ଧି
ବିଜେପି ନେତୃତ୍ଵାଧୀନ ଏନ୍ଡିଏ ପୁଣିଥରେ କ୍ଷମତାକୁ ଆସିବ ବୋଲି ଭାରତର ସମସ୍ତ ଏକଜିଟ୍ ପୋଲ୍ ମତ ଦେବା ଅର୍ଥନରତିକ କାରବାର ଉପରେ ପ୍ରଭାବ ପକାଇଛି। ଉଭୟ ନିଫ୍ଟି ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। ସେମାବାର ବିଏସ୍ଇ ସେନ୍ସେକ୍ସ ୯୨୪ ପଏଣ୍ଟ ଉପକରକୁ ପହଞ୍ଚିଥିବା ବେଳେ ନିଫ୍ଟି ୨୭.୬୦ ପଏଣ୍ଟରେ ପହଞ୍ଚିଛି।
ବିଏସ୍ଇ ଏହି ଅଭିବୃଦ୍ଧି ପ୍ରାୟ ୨.୪ ପ୍ରତିଶତ। ଏଥିରେ ଷ୍ଟେଟ୍ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍, ଟାଟା ମୋଟର୍ସ, ଆଇସିଆଇ ବ୍ୟାଙ୍କ ଓ ଲାର୍ସେନ୍ ଆଣ୍ଡ ଟର୍ବୋ ସର୍ବାଧିକ ଫାଇଦା ପାଇଛନ୍ତି।
ମ୍ୟାଟେରିଆଲ୍, ଶକ୍ତି, ଅର୍ଥନୀତିକ କମ୍ପାନୀ, ଶିଳ୍ପ, ଗାଡ଼ି ଓ ଧାତବ ଶିଳ୍ପରେ ଏହି ଅଭିବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ଟଙ୍କାର ମୂଲ୍ୟ ବି ବଢ଼ିଥିବା ଦର୍ଶାଯାଇଚି।
ବଜାଜ, ଇନ୍ଫୋସିସ୍ ଭଳି କମ୍ପାନୀ କ୍ଷତି ସହିଛନ୍ତି।