ନିକ୍ ବଦର୍ସଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖିଲେ ପିସି
ନିକ୍ ବଦର୍ସଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଚେଜିଙ୍ଗ୍ ହ୍ୟାପ୍ପିନେସ୍’ର ପ୍ରିମିୟର୍ ଶୋ’ ପାଇଁ ଏବେ ପିସି ଲସ୍ଆଞ୍ଜେଲସଠାରେ ପହଞ୍ଚିଛନ୍ତି । ପିସି ଓ ନିକଙ୍କ ସହିତ ଜୋ ଜୋନ୍ସ ଓ ତାଙ୍କ ପତ୍ନୀ ସୋଫି, କେଭିନ୍ ଜୋନ୍ସ ଓ ତାଙ୍କ ପତ୍ନୀ ଡାନିଅଲ୍ ମଧ୍ୟ ଶୋ’ ଦେଖିବା ପାଇଁ ଯାଇଥିଲେ । ଏହି ବିଶେଷ ସମାରୋହରେ ପିସି ଡିଜାଇନର୍ ଗଲିୟା ଲିହାବଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ବ୍ଲାକ୍ ଥାଇ ହାଇ ଷ୍ଟିଲ୍ ଗାଉନ୍ କ୍ୟାରି କରିଥିବାବେଳେ ନିକଙ୍କୁ ଡାର୍କ ବ୍ରାଉନ୍ ଟିସାର୍ଟ ସହିତ ବ୍ରାଉନ୍ ସୁଟରେ ଦେଖିବାକୁ ମିଳିଥିଲା । ଜୋନ୍ସ ବ୍ରଦର୍ସଙ୍କ ଏହି ୩ଟି ଯୋଡ଼ି ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ଫଟୋ ପୋଜ୍ ଦେଇଥିଲେ । ଜୋନ୍ସ ବ୍ରଦର୍ସଙ୍କ ମ୍ୟୁଜିକ୍ କ୍ୟାରିୟରର ଉତଥାନ୍, ପତ୍ତନ ଓ ସଂଘର୍ଷର କାହାଣୀକୁ ନେଇ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି । ଜନ୍ ଲୟାଡ୍ ଟେଲରଙ୍କ ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରୀର ଷ୍ଟ୍ରିମିଙ୍ଗ୍ ମଙ୍ଗଳବାରଠାରୁ ଡିଜିଟାଲ୍ ପ୍ଲାଟଫର୍ମ ଆମାଜନ୍ ପ୍ରାଇମରେ କରାଯାଉଛି ।