ଖବରକାଗଜ ବିତରଣ ଅତ୍ୟାବଶ୍ୟକ
ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖବରକାଗଜ ଶିଳ୍ପ ପ୍ରତି ହୋଇଥିବା କରୋନା ମାଡ଼ରେ ଦୁଃଖ ପ୍ରକାଶ କରି ଏହାର ବିତରଣ ସ୍ଵଭାବିକ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ବିଷୟକୁ ଆଖିରେ ରଖି ଓଡ଼ିଶା ସରକାର ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବା ଭାବେ ଗ୍ରହଣ କରିଛନ୍ତି। ଯେଉଁପରି ଭାବେ ବିତରକମାନେ ବିନା କୌଣସି ବାଧକରେ ରାସ୍ତାରେ ବିଚରଣ କରିପାରିବେ ଏବଂ ଖବରକାଗଜ ଶିଳ୍ପକୁ ନ୍ୟୁଜ୍ପ୍ରିଣ୍ଟ ପହଞ୍ଚିପାରିବ ସେଥିନେଇ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଏହିକ୍ରମରେ ଖବରକାଗଜ ହକରମାନେ ସକାଳୁ ନ୍ୟୁଜ୍ ଷ୍ଟାଣ୍ଡରେ ନିଦ୍ଵନ୍ଦ୍ଵରେ ପହଞ୍ଚିପାରିବେ। ପାହାନ୍ତା ୭ଟାରୁ ସକାଳ ୮ଟା ଯାଏ ସେମାନଙ୍କ ଚଳପ୍ରଚଳକୁ ପୁଲିସ ଅନୁମତି ମିଳିବ। କିନ୍ତୁ ବିତରକମାନେ ହାତ ଧୁଆ ଏବଂ ସାମାଜିକ ଦୂରତ୍ଵ ନିୟମକୁ ମାନିବେ ବୋଲି କୁହାଯାଇଛି।
ସେହିପରି ଖବରକାଗଜ ଶିଳ୍ପକୁ କିପରି ନ୍ୟୁଜ୍ ପ୍ରିଣ୍ଟ ପହଞ୍ଚିବ ସେ ସେବାକୁ ମଧ୍ୟ ଅତ୍ୟାବଶ୍ୟକ ବର୍ଗରେ ଅଣାଯିବ।
ସେହିପରି କ୍ଷୀର, ମାଛ, ମାଂସ ଅଣ୍ଡା ଯୋଗାଣ ପାଇଁ ବ୍ୟବହୃତ ଗାଡ଼ିଙ୍କୁ ମଧ୍ୟ ଅତ୍ୟାବଶ୍ୟକ ଆଧାରରେ ରାସ୍ତାରେ ଗଡ଼ିବା ପାଇଁ ଅନୁମତି ପ୍ରଦାନ କରାଯିବ।