ପୁଲ୍‌ୱାମା ଶହୀଦଙ୍କୁ ସମ୍ମାନ: ୨ ମିନିଟ୍‌ ନୀରବ ରହିଲା ‘ନ୍ୟୁଜ୍‌ ୱର୍ଲଡ ଓଡ଼ିଶା’

ଭୁବନେଶ୍ଵର, (ଓଟି): ଜମ୍ମୁ-ଶ୍ରୀନଗର ରାଜପଥର ପୁଲ୍‌ୱାମାଠାରେ ଆତଙ୍‌କୀଙ୍କ ଆକ୍ରମଣ ହେତୁ ଶହୀହ ହୋଇଥିବା ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରା ଭାରତବର୍ଷ। ଭାରତୀୟ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଗଳି କନ୍ଦିରେ ଶୋଭାଯାତ୍ରା, କ୍ୟାଣ୍ଡେଲ ସମର୍ପଣ ଏବଂ ସମ୍ମାନ ସଭାସବୁ ଆୟୋଜନ ହେଉଛି। ସରକାରଙ୍କ ନିଷ୍ପତ୍ତି କ୍ରମରେ ସମସ୍ତ ଶିକ୍ଷାନୁଷ୍ଠାନରେ ସାମୁହିକ ନିରବ ପ୍ରାର୍ଥନା ଆୟୋଜନ କରାଯାଇଛି। ଏହିକ୍ରମରେ ସାମିଲ୍‌ ହୋଇଛି ଓଡ଼ିଶାର ଅନ୍ୟତମ ପରିଚିତ ଟିଭି ଚ୍ୟାନେଲ୍‌ ‘ନ୍ୟୁଜ୍‌ୱର୍ଲଡ ଓଡ଼ିଶା’।

ଚ୍ୟାନେଲ୍‌ ପକ୍ଷରୁ ଆଜି ଦୁଇମିନିଟ୍‌କାଳ ନୀରବ ପ୍ରସାରଣ କରାଯାଇଛି। ସମ୍ପାଦକଙ୍କଠାରୁ ଆରମ୍ଭ କରି ଆଙ୍କର ଏବଂ ଡେସ୍କର ସମସ୍ତ ସାମ୍ବାଦିକ ଓ କର୍ମଚାରୀଙ୍କୁ ଏକାଠି ଠିଆ ହୋଇ ବୀରଗତିଙ୍କୁ ସମ୍ମାନ ଜଣାଇଥିବା ଦେଖା ଯାଇଛି। ସମଗ୍ର ଟିଭି ପର୍ଦା ସମ୍ପୂଣ୍ଣ ଦୁଇ ମିନିଟ୍‌ ନିରବ ରହିବା ଓଡ଼ିଶାରେ କେବେ ଦେଖା ଯାଇ ନଥିଲା।

ଓଡ଼ିଶା ଗଣମାଧ୍ୟମ ଇତିହାସରେ ନୂଆ ଉଦାହରଣ ସୃଷ୍ଟି କରିଛି ନ୍ୟୁଜ୍‌ ଓ୍ଵାର୍ଲଡ ଓଡ଼ିଶା। ମୁଖ୍ୟ ସଂପାଦକ ଭକ୍ତ ତ୍ରିପାଠୀଙ୍କ ସହ ଚ୍ୟାନେଲର ସମସ୍ତ ବରିଷ୍ଠ କର୍ମକର୍ତା ଓ କର୍ମଚାରୀ ଯବାନଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ। ୧୪ ତାରିଖରୁ ଆଜିଯାଏଁ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ଟିକିନିଖି ଅପଡେଟ୍‌ ସହ ଅଧିକ ମାତ୍ରାରେ ଏ ଖବରକୁ ଗୁରୁତ୍ୱ ଦେଇ ଲୋକଙ୍କ ପାଖରେ ପହଞ୍ଚାଇଛି ନ୍ୟୁଜ୍‌ ଓ୍ଵାର୍ଲଡ। ଏକ ଦାୟିତ୍ୱ ସଂପନ୍ନ ଗଣମାଧ୍ୟମ ଭାବରେ ଲୋକଙ୍କ ଭଲ ମନ୍ଦରେ ଏହା ନିଜକୁ ସାମିଲ କରିବା ସହ, ଯେଉଁ ଘଟଣା ପାଇଁ ଆଜି ସାରା ଦେଶ ଦୁଃଖରେ ମ୍ରିୟମାଣ ତାକୁ ମଧ୍ୟ ଲୋକଙ୍କ ପାଖରେ ନ୍ୟୁଜ୍‌ ଓ୍ଵାର୍ଲଡ ଓଡ଼ିଶା ପହଞ୍ଚାଇବାରେ ସକ୍ଷମ ହୋଇଛି। ତେବେ ପୂର୍ବରୁ ଟେଲିଭିଜନ୍‌ ଲାଇଭରେ ରହି ଉପସ୍ଥାପକ ଓ କର୍ମଚାରୀ ୨ ମିନିଟ୍‌ ପାଇଁ ନୀରବ ପ୍ରାର୍ଥନା କରିବା ଘଟଣା ଦେଖିବାକୁ ମିଳିନଥିଲା।

Leave a Reply

Your email address will not be published.