ନୂଆବର୍ଷରେ ପ୍ରଶଂସକଙ୍କ ପାଇଁ ତାରକାଙ୍କ ଶୁଭେଚ୍ଛା

ନୂଆବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଅଭିନନ୍ଦନର ସୁଅ ଛୁଟିଥିବା ବେଳେ ବଲିଉଡ ତାରକାମାନେ ମଧ୍ୟ ପଛରେ ନାହାନ୍ତି । ତାରକାମାନେ ସେମାନଙ୍କର ପ୍ରଶଂସକଙ୍କ ପାଇଁ ଅଭିନନ୍ଦନକୁ ବିଭିନ୍ନ ଢଙ୍ଗରେ ବ୍ୟକ୍ତ କରିଛନ୍ତି ।
ବିଗ ବି: ବଲିଉଡ ଶାହେନ୍ଶାହା ଅମିତାଭ ବଚ୍ଚନ ଫ୍ୟାମିଲି ଫଟୋ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି “ବଧାଇ ଔର ପ୍ୟାର” । ଗୋଟିଏ ଫଟୋରେ ବିଗ ବି, ଜୟା, ତାଙ୍କ ଝିଅ ଓ ନାତୁଣୀ ନବ୍ୟା ନଜର ଆସୁଥିବା ବେଳେ ଆଉ ଏକ ଫଟୋରେ ଅଭି, ଐଶ୍ ଓ ଆରାଧ୍ୟା ଅଛନ୍ତି ।


ବିରୁଷ୍କା:

ବିରାଟ ଓ ଅନୁଷ୍କା ଏକ ରୋମାଣ୍ଟିକ ପୋଜ୍ର ଫଟୋ ସହିତ ପ୍ରଶଂସକଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।


ପିସିନିକ:

ବିଦେଶରେ ଥିବା ପ୍ରିୟଙ୍କା ଚୋପ୍ରା ଓ ନିକ୍ ଏକ ଫଟୋ ସେୟାର କରି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

କରିସ୍ମା:

ଅଭିନେତ୍ରୀ କରିସ୍ମା କପୁର ଲେଖିଛନ୍ତି ସମସ୍ତଙ୍କୁ ନୂଆ ବର୍ଷର ଅଭିନନ୍ଦନ ।


କାଟ୍ରିନା:

ରେଡ କଲର ୱାନପିସ୍ ଡ୍ରେସ ସହିତ ପାର୍ଟି କ୍ୟାପ ପରିହିତା କ୍ୟାଟ୍ରିନା କ୍ୟାପସନ୍ କରିଛନ୍ତି – ବାଏ ୨୦୧୮ ।

ସନ୍ନି:

ପତି ଡାନିଏଲ୍ ଓ ବନ୍ଧୁଙ୍କ ଗହଣରେ ସନ୍ନି ଲିଓନ ନୂଆ ବର୍ଷର ବାର୍ତ୍ତା ଦେଇ କହିଛନ୍ତି ହାପି ନ୍ୟୁ ଇୟର ।


ସୁସ୍ମିତା ସେନ:

ଇନ୍ଷ୍ଟାଗ୍ରାମରେ ନ୍ୟୁ ଇୟର ପାର୍ଟିର ଏକ ଭିଡିଓ ସେୟାର କରିଛନ୍ତି । ସେଥିରେ ସୁସ୍ମିତା ତାଙ୍କ ଝିଅମାନଙ୍କ ସହିତ କେକ୍ କାଟିବାର ଦେଖାଯାଉଛି ।

Leave a Reply

Your email address will not be published. Required fields are marked *