ଇଷ୍ଟକୋଷ୍ଟ ରେଲ୍ଓ୍ବେର ସ୍ଵତନ୍ତ୍ର ରଥଯାତ୍ରା ମୋବାଇଲ୍‌ ଆପ୍‌ ‘ECOR Yatra’

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥଙ୍କ ବଭିନ୍ନ ବିବରଣୀ ସହ ପୁରୀକୁ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ସମ୍ପର୍କରେ ବିବରଣୀ ପ୍ରଦାନ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି। ଲୋକଙ୍କୁ ମୋବାଇଲ୍‌ରେ ଆବଶ୍ୟକ ଅପ୍‌ଡେଟ୍‌ ଯୋଗାଇବା ନିମନ୍ତେ ସ୍ଵତନ୍ତ୍ର ମୋବାଇଲ୍‌ ଆପ୍‌ ‘ ECOR Yatra ’ ଲଞ୍ଚ୍‌ କରାଯାଇଛଇ। ଜୁଲାଇ୪ରୁ ୧୪ ତାରିଖ ଯାଏ ଏହି ଆପ୍‌ରେ ଆବଶ୍ୟକ ସୂଚନା ପ୍ରଦାନ କରାଯିବ, ଯଦ୍ୱାରା ଏହି ସମୟରେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତ ମାନେ ଉପକୃତ ହୋଇପାରିବେ।

ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ୍‌ ‘ECOR YATRA’ କୁ ଡାଉନଲୋଡ଼ କରାଯାଇପାରିବ। ଏହାଦ୍ଵାରା ଯାତ୍ରୀମାନେ ଅବିଳମ୍ବେ ସୂଚନା ପାଇବା ସହ ସହ ଟିକେଟ୍‌ ଭିଡ଼ରୁ ଦୂରରେ ରହିପାରିବେ। ସମସ୍ତ ସ୍ୱତନ୍ତ୍ର ଟ୍ରେନଗୁଡିକ ପାଇଁ ନିର୍ଦ୍ଧିଷ୍ଠ ପ୍ଲାଟଫର୍ମ ସମ୍ପର୍କରେ ଲାଇଭ ସୂଚନା ଉପଲବ୍ଧ ହେବ। ଆଇଆରସିଟିସି ପକ୍ଷରୁ ଟୁରିଜିମ, ରିଟାଏରିଂରୁମ, ମେଳା ସେଡ ର ଉପଲବ୍ଧ ସମ୍ବନ୍ଧରେ ଲଜିଙ୍ଗ ବ୍ୟବସ୍ଥାର ସୂଚନା ଏବଂ ରଥଯାତ୍ରା ପର୍ବର ରୀତି ଓ ନୀତି ସମ୍ବନ୍ଧିତ ସୂଚନା ଉପଲବ୍ଧ ହେବ ।

ଏହାବାଦ୍‌ ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସମ୍ବନ୍ଧରେ ସୂଚନା, ପୁରୀଠାରେ ଆଇଆରସିଟିସି ପକ୍ଷରୁ ପରିବହନ ସୁବିଧା ସହିତ ପ୍ରି-ପେଡ ଟ୍ୟାକ୍ସି ଓ ଭଡା ସମ୍ବନ୍ଧରେ ସୂଚନା ଓ ରେଳ ବର୍ଥ (ସିଟ) ଉପଲବ୍ଧତା, ଭଡା ଅନୁସନ୍ଧାନ, ଏନଟିଇଏସ ଏବଂ ପିଏନଆର ଅନୁସନ୍ଧାନ ପ୍ରଭୃତି ସୁବିଧା ଏଠାରେ ରହିବ।

ପିଇବା ପାଣି ସହିତ କ୍ୟାଟରିଂ ଵ୍ୟଵସ୍ଥା, ଇ-କ୍ୟାଟରିଂ, ଡାକ୍ତରୀ ସହାୟତା ଓ ପରିଚ୍ଛନ୍ନତା, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର, ପ୍ଲାଟଫର୍ମରେ ବ୍ୟାଟେରୀ ଚଳିତ ଜାନ, ଅଭିଯୋଗ, ଫୋଟୋ ଗ୍ୟାଲେରୀ ଓ ଷ୍ଟେସନ ରେ ମାଗଣା ୱାଇ-ଫାଇ ସୁବିଧା ଉପଲବ୍ଧ ସମ୍ବନ୍ଧରେ ସୂଚନା ମଧ୍ୟ ପାଇପାରିବେ I 

ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟକୁ ଏହି ଆପ ଦ୍ୱାରା ବୁକ କରାଯାଇପାରିବ I ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନ (ଏଟିଭିଏମ) ଏବଂ ମୋବାଇଲରେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ (ୟୁଟିଏସ ଅନ ମୋବାଇଲ) ଉପଯୋଗ ସମ୍ବନ୍ଧରେ ସୂଚନା I

ଏହା ବ୍ୟତୀତ ଯାତ୍ରୀମାନେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ, ସେ ସମ୍ପର୍କରେ ସୂଚନା, ନିରାପତ୍ତା, ଡାକ୍ତରୀ ଓ ଅନ୍ୟାନ ହେଲ୍ପ ଲାଇନ ନମ୍ବର କୁ ଏହି ଆପରେ ସିଧା ସଳଖ ଡାଏଲ କରି ସଦୁପଯୋଗ କରାଯାଇପାରିବ I

ଜନସାଧାରଣଙ୍କ ପାଇଁ କୌଣସି ସଦ୍ୟ ଜରୁରୀ ସୂଚନା ଯଥା ଲଗେଜ ହଜିଯିବା, ଲୋକ ହଜିଯିବା ସୂଚନାକୁ ଏହି ହେଲ୍ପ ଲାଇନରେ ପ୍ରଦାନ କରାଯାଇପାରିବ ଓ ସଦ୍ୟ ଓ ପ୍ରମୁଖ ସୂଚନାକୁ ମଧ୍ୟ ପାଇପାରିବେ I ଏହା ଦ୍ୱାରା ମଧ୍ୟ ରଥ ଯାତ୍ରା ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଉପଲବ୍ଧ ହେବ I

ମିଳିଥିବା ସୂଚନା ଅନୁସାରେ ପୂର୍ବତଟ ରେଳପଥ ପକ୍ଷରୁ ଜୁଲାଇ ମାସ ୩ ତାରିଖ ରୁ ୧୪ ତାରିଖ ମଧ୍ୟରେ ରଥ ଯାତ୍ରା ଉତ୍ସବ ସମୟରେ ଚଳିତ ବର୍ଷ ୧୯୬ ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି। ଏହି ଆପରେ ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକର ସମ୍ପୂର୍ଣ ବିବରଣୀ ଓ ଚଳାଚଳ ଦିବସ ସମୟ ସମ୍ପର୍କ ରେ ସୂଚନା ରହିଛି। ଏହି ଆପରେ ମଧ୍ୟ ପୂର୍ବତଟ ରେଳପଥ ମଧ୍ୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକର ଆଗମନ ଓ ପ୍ରସ୍ଥାନ ସହିତ ସେଗୁଡିକର ଲାଇଭ ଟ୍ରେନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଅଛି।

Leave a Reply

Your email address will not be published.