ଜାରିହେଲା ନୂଆ ଲକ୍ଡାଉନ୍ ଆନେଶନାମା: ୨୦ ତାରିଖରୁ ଆଂଶିକ ଲକ୍ଡାଉନ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନୂଆ ଲକ୍ଡାଉନ୍ ଆଦେଶନାମା ଘୋଷଣା କରାଯାଇଛି। ଏହି ଆଦେଶନାମା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍ କମିଶନ ଏବଂ ଓସ୍ଡମାଙ୍କ ଓ୍ବେବ୍ସାଇଟ୍ରେ ଉପଲବ୍ଧ କରାଯାଇଥିବା ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀନ ଜେନା କହିଛନ୍ତି। ଏହି ନିର୍ଦେଶନାମାରେ ପୂର୍ବରୁ ପ୍ରକାଶିତ ସମସ୍ତ ନିର୍ଦେଶନାମାକୁ ରଦ୍ଦ କରାଯାଇ ନୂଆ ଆଦେଶ ଜାରି କରାଯାଇଛି। ଏହି ଆଦେଶନାମାରେ ସରକାର ଓଡ଼ିଶାରେ ପ୍ରାୟ ସବୁ ବ୍ୟବସାୟ ବାଣିଜ୍ୟକୁ ଅନୁମତି ଦେଇଛନ୍ତି। ଯେଉଁ ସ୍ଥାନଗୁଡ଼ିକରେ ଅଧିକ ଲୋକଙ୍କ ସମାଗମ ହୁଏ ଯେମିତି ଶିକ୍ଷାନୁଷ୍ଠାନ, ବଜାର, ହାଟ, କୋଚୀଂ ସେଣ୍ଟର, ଯାତ୍ରୀ ପରିବହନ ଏସବୁ ଉପରେ ରୋକ୍ ଲଗାଯାଇଛି।
ଅନ୍ୟପକ୍ଷରେ ଏହି ନିର୍ଦେଶନାମାରେ ବିଶେଷକରି ସମସ୍ତ ନିର୍ମାଣ ଓ ଅତ୍ୟାବଶ୍ୟକ ସେବା, ମରାମତି, ଘର ତିଆରି, ବିଜୁଳି ମରାମତିକୁ ଅନୁମତି ମିଳିଛି। ଇଟା ଭାଟି, ଖଣି ଖାଦାନ ବି ଖୋଲା ରଖିବାକୁ କୁହାଯାଇଛି। ମ୍ୟୁନିସିପାଲଇଟି ଅଞ୍ଚଳରେ ବଡ଼ ବଡ଼ ଘର ବା କୋଠା ନିର୍ମାଣ ସ୍ଥଳୀକୁ ଯେମିତି ବାହାରୁ ଶ୍ରମିକଙ୍କୁ ନଆଣି କାମ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ପୁଣି ସେତିକି ନୁହେଁ, ସରକାରଙ୍କ ପକ୍ଷରୁ ଏ ସବୁ ସ୍ଥାନରେ କୋଭିଡ୍୧୯ ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତ୍ଵ ରକ୍ଷା କରିବାଳ ମାସ୍କ ପିନ୍ଧିବା, ହାତ ଧୋଇବା ଭଳି ଆବଶ୍ୟକ ବ୍ୟବହାର ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।
କୃଷି, କୃଷିଜାତ, ମତ୍ସ୍ୟ, ପ୍ରାଣୀପାଳନ, ପିଇବା ପାଣି, ଏମ୍ଏନ୍ଆରଇଜିଏସ୍ ସବୁ କିଛି ସ୍ଵାଧୀନ ଭାବେ ଚାଲିବ। ନିର୍ମାଣ ଓ ନିର୍ମାଣ ପାଇଁ ଆବଶ୍ୟକ ବାଲି, ଗୋଡ଼ି, ସିମେଣ୍ଟ, ରଙ୍ଗ ବିକ୍ରି ଦୋକାନ ଖୋଲା ରହିବ। ସମସ୍ତ କାରିଗର, ମିସ୍ତ୍ରୀ, ସେବା ପ୍ରଦାନ କାରୀ ପ୍ରଫେସନାଲ୍ଙ୍କ ସହର ଭିତରେ ବିଚରଣ ବି ମୁକ୍ତ ହେବ। ଅର୍ଥାତ୍ ଗ୍ରାମାଞ୍ଚଳରେ ଲକ୍ଡାଉନ୍ ଆଂଶିକ ହୋଇଥିବା ବେଳେ ସହରାଞ୍ଚଳରେ ଲକ୍ଡାଉନ୍ ବ୍ୟବସ୍ଥା ଅଧିକାଂଶ କୋହଳ ରହିବ।
ତେବେ କ’ଣ ସବୁ ରାଜ୍ୟରେ ସକ୍ରିୟ ହେବ ଏବଂ କ’ଣ ସବୁ ପୂର୍ବଭଳି ତାଲାବନ୍ଦୀ ଭୋଗିବେ ନଜର ପକାନ୍ତୁ।
ପ୍ରଥମେ କ’ଣ ବନ୍ଦ ରହିବ ମେ’ ୩ ତାରିଖ ଯାଏଁ
ସୁରକ୍ଷା ଓ ଅତ୍ୟାବଶ୍ୟକ ସାମଗ୍ରୀ ଓ ମାନବସମ୍ବଳ ପରିବହନ କରୁଥିବା ଘରୋଇ ଆନ୍ତର୍ଜାତୀୟ ବିମାନ ସେବାକୁ ଛାଡ଼ି ସମସ୍ତ ଉଡ଼ାଣ ବନ୍ଦ ରହିବ। ଟ୍ରେନ୍, ବସ୍ଚାଲିବ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ବନ୍ଦ ରହିବ। ସମସ୍ତ ଶିଳ୍ପ ଓ ବ୍ୟବସାୟିକ ଅନୁଷ୍ଠାନ ଯେଉଁଗୁଡ଼ିକୁ ରିହାତି ଦିଆଯାଇ ନାହିଁ ସେଗୁଡ଼ିକ ବନ୍ଦ ରହିବ। ସ୍ଵତନ୍ତ୍ର ଭାବେ ଅନୁମତି ପ୍ରାପ୍ତ ଟ୍ୟାକ୍ସିକୁ ଛାଡ଼ି ଅନ୍ୟ ସମସ୍ତ ଅଟୋ ଟ୍ୟାକ୍ସି, ରିକ୍ସା ଚଳାଚଳ ବନ୍ଦ ରହିବ। ସବୁ ସିନେମା ହଲ, ଥିଏଟର, ପାର୍କ, ଅଡିଟୋରିୟମ୍, ସାମାଜିକ ଅନୁଷତ୍ଠାନ, ଧାର୍ମିକ ଅନୁଷ୍ଠାନ, ଖୋ, ଷ୍ଟାଡିୟମ, ଏକାଡେମିକ୍, ସାଂସ୍କୃତିକ ଉତ୍ସବ ବନ୍ଦ ରହିବ।
୨୦ ଲୋକଙ୍କୁ ଛାଡ଼ିଦେଲେ ଅନ୍ତେଷ୍ଟିକ୍ରିୟାରେ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ।
ଏବେ ୨୦ ଏପ୍ରିଲ୍ ପରେ କ’ଣ ଖୋଲିବ?
୨୦ ଏପ୍ରିଲ ଅର୍ଥାତ୍ ଆସନ୍ତା ସେମାବାରଠୁ ଅନେକ ବିଷୟରେ କୋହଳ ମିଳିବ। ସମସ୍ତ ସରକାରୀ ଅଫିସ ଅଳ୍ପ ବହୁତେ କାର୍ଯ୍ୟ କରିବ। ଏଣୁ ଆବଶ୍ୟକ ଷ୍ଟାଫ୍ଙ୍କୁ ଆସିବାକୁ ହେବ। ସମସ୍ତ ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ଅନୁଷ୍ଠାନ ଯେମିତି ଡାକ୍ତରଖାନା, ପାଲୋଲୋଜି ଲ୍ୟାବ୍, ନମୁନା ସଂଗ୍ରହ କେନ୍ଦ୍ର, ଗବେଷଣା ଅନୁଷ୍ଠାନ, ପ୍ରାଣୀ ଚିକିତ୍ସାଳୟ ସହ ଯେଉଁମାନେ କୋଭିଡ୍-୧୯ ଚିହ୍ନଟ, ନୁମନା ସଂଗ୍ରହରେ ରହିଛନ୍ତି ସବୁ ଅନୁଷ୍ଠାନ ଘେଖାଲିବ।
ଦ୍ଵିତୀୟରେ ଅର୍ଥନୀତିକ କାରବାରକୁ ଚାଲି ରଖିବା ଲାଗି ସରକାର ସମସ୍ତ ଆର୍ଥିକ ନେଣଦେଣ ସଂସ୍ଥା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠାଇଛନ୍ତି। ସମବାୟ ସଂସ୍ଥାଠୁ ଆରମ୍ଭ କରି ବ୍ୟାଙ୍କ, ଏଟିଏମ୍, ବୀମା, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ସବୁକିଛି ଖୋଲା ରହିବ।
ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ପେଟେଆଲ୍ ପମ୍ପ, ଗ୍ୟାସ୍, କିରୋସିନ୍, ସିଏନ୍ଜି, ଏଲ୍ପିଜି ଦୋକାନ ଖୋଲା ରହିବ। ପୋଷ୍ଟ ଅଫିସ, ଟେଲିଫୋନ୍, ଇଣ୍ଟରନେଟ୍ ସେବା ଯୋଗାଉଥିବା ସଂସ୍ଥା ଖୋଲା ରହିବ।
ଉପର ସେବାଗୁଡ଼ିକରୁ ଅଧିକାଂଶ ଅତ୍ୟାବଶ୍ୟକ ସେବା ଏବଂ ଏଗୁଡ଼ିକରୁ ଅନେକ ଚାଲୁ ରହିଥିଲା। ଏବେ ବାଣିଜ୍ୟ ତଥା ଦୋକାନ ବଜାର କଥା। କେଉଁ ଦୋକାନ ଖୋଲା ରହିବ ଏବଂ ବିକ୍ରି ଖରିଦ କରିପାରିବ ତାହାର ତାଲିକା।
ପୂର୍ବଭଳି ତେଜରାତି, ପନିପରିବା, କ୍ଷୀର, ମେଡିସିନ୍, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ସେହିପରି ଡାଇନିଂ ବ୍ୟବସ୍ଥା ନ ଯୋଗାଇ ଘରକୁ ଡେଲିଭର କରୁଥିବା ହୋଟେଲ୍, ଢାବା ବି ଖୋଲା ରହିବ।
କୋରିୟର ସେବା ଖୋଲା ରହିବ। ଅନ୍ଲାଇନ୍ରେ ଏଣିକି ଆପଣ ଖରିଦ୍ କରିପାରିବେ ବା ବିକ୍ରି କରିପାରିବେ।
ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଭଦ୍ରକ, ଭଳି ଜିଲ୍ଲା ଯେଉଁଠାରେ କରୋନା ରୋଗୀଙ୍କୁ ପୂର୍ବରୁ ଚିୖ୍ନଟ କରାଯାଇଛି ତଥା ଯେଉଁ ଜିଲ୍ଲା ଉଚ୍ଚ ବିପଦସଙ୍କୁଳ ଭାବେ ଚିହ୍ନିତ ସେଠାରେ ବ୍ୟାଙ୍କ୍, ଏଟିଏମ୍, ଆଇଟି ଭେଣ୍ଡର, କ୍ୟାସ୍ ନେଣ ଦେଣ କରୁଥିବା ଏଜେନ୍ସୀଙ୍କୁ ୫୦ ପ୍ରତିଶତ ଷ୍ଟାଫ୍ରେ କାମ କରିବାକୁ କୁହାଯାଇଛି।
ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରନିକ ମିଡିଆ ଚାଲୁ ରହିବ। ସୂଚନା ପ୍ରଯୁକ୍ତି ସେବା ଯୋଗାଉଥିବା ସଂସ୍ଥା, କେବଲ୍ ଟିଭି, ବ୍ରଡ୍କାଷ୍ଟ ସଂସ୍ଥା, ସରକାରଙ୍କ ଦ୍ଵାରା ଦିଆଯାଉଥିବା ସିଏସ୍ସି (ସାଧାରଣ ସେବା କେନ୍ଦ୍ର ଖୋଲା ରହିବ। ଏହା ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରିଥାଏ।
ହୋଟେଲ, ଲଜିଂ, ମୋଟେଲ୍ ଯେଉଁମାନେ ଲକ୍ଡାଉନନ୍ ସମୟରେ ଯାତ୍ରୀଙ୍କୁ ରଖିଥିଲେ, ଯେଉଁମାନେ ମେଡିକାଲ୍ ଷ୍ଟାଫ୍, ବିମାନ ବା ଜାହାଜ ସଦସ୍ୟଙ୍କୁ ରଖିୁଛନ୍ତି ସେମାନେ ଖୋଲା ରହିବେ।
ଘର ଓ ଦପ୍ତର ଜଗୁଥିବା ସିକ୍ୟୁରିଟି ସଂସ୍ଥା ଖୋଲା ରହିବେ।
ଫ୍ୟାନ୍, ଏସି, କୁଲର, ମୋବାଇଲ୍ ଫୋନ୍, କମ୍ପ୍ୟୁଟର, ସରଞ୍ଜାମ ମରାମତି କରୁଥିବା ଦୋକାନ ଖୋଲା ରହିବ। ଏହି କ୍ଷେତ୍ରରେ କାମ କରୁଥିବା ପ୍ରଫେସନାଲ୍, ମିସ୍ତ୍ରୀ, ଟେକ୍ନିସିଆନ୍ଙ୍କୁ ମଧ୍ୟ ଯାତାୟାତର ଅନୁମତି ମିଳିବ।
ସିମେଣ୍ଟ, ଲୁହାଛଡ଼, ଗୋଡ଼ି, ବାଲି ବିକୁଥିବା ଦୋକାନ ଖୋଲା ରହିବ।
କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଏବଂ ଏହା ସହ ଜଡ଼ିତ ସମସ୍ତ ଅଙ୍ଗ ନିରନ୍ତର ଭାବେ ଆଗକୁ ଚାଲିବାର ପ୍ରୟାସ କରାଯାଇଛି।
କେଉଁ ଶିଳ୍ପ ଅନୁଷ୍ଠାନ ଖୋଲା ରହିବ
ମ୍ୟୁନିସିପାଲିଟି ଅଞ୍ଚଳ ବାହାରେ ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପାନୁଷ୍ଠାନ ଖୋଲା ରହିବ। ଏସ୍ଇଜେଡ୍ରେ ଚାଲୁଥିବା ସଂସ୍ଥା ବି ଖୋଲା ରହିବ। ଏଥିଲାଗି ଆବଶ୍ୟକ ଅପରେଟିଂ ପ୍ରସିଜ୍ୟୋର ଗ୍ରହଣ କରିବାକୁ ହେବ। ଖଣି ଖାଦାନରେ କାମ ଜାରି ରହିବ। ଇଟା ଭାଟି ବି ଚାଲିବ।
ଏମ୍ଏନ୍ଆରଇଜିଏ ସହ ମ୍ୟୁନିସିପାଲିଟି ଅଞ୍ଚଳରେ ଯେଉଁ ନିର୍ମାଣାଧୀନ କ୍ଷେତ୍ରରେ ଶ୍ରମିକ ଓ ମିସ୍ତ୍ରୀ ରହିଛନ୍ତି ଏବଂ କାର୍ଯ୍ୟ ପାଇଁ ବାହାରୁ ମଜୁରିଆଙ୍କୁ ଆସିବାକୁ ପଡ଼ିବ ନାହିଁ ସେଠାରେ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ଘରୋଇ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସୋଶାଲ୍ ଡିଷ୍ଟାନ୍ସିଂ ଏବଂ ହିଟ୍ଓ୍ବେଭ୍ ଗାଇଡ୍ଲାଇନ୍ ମାନିବାକୁ ହେବ। ସେହିପରି ରାସ୍ତାଘାଟ, କୋଡଠାବାଡ଼ି, ସେତୁ ନିର୍ମାଣକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି। କିନ୍ତୁ ଏହି କ୍ଷେତ୍ରରେ ବାହାରୁ ଶ୍ରମିକଙ୍କୁ ଆଣିବା ପ୍ରତିବନ୍ଧକ ରହିଛି।
ରାଜ୍ୟ ସରକାରଙ୍କ ଦ୍ଵାରା ଏହି ନିୟମ ଘୋଷଣା ପରେ ୨୦ ତାରିଖରୁ ରାଜ୍ୟରେ ଲକ୍ଡାଉନ୍ ଆଂଶିକ ହେବ। ଅର୍ଥନୀତିକ ପ୍ରଗତୀକୁ ଏହା ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।