ବଜେଟ୍‌ ୨୦୨୦: ଆୟକର ହାର କମିଲା, ୫ ଲକ୍ଷ ଯାଏ କୌଣସି ଆୟକର ନାହିଁ

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାର ବଜେଟ୍‌ ୨୦୨୦ରେ ନୂଆ ଆୟକର ବ୍ୟବସ୍ଥା ଲାଗୁ କରିଛନ୍ତି। 

ଆନ୍ତରୀଣ ବଜେଟ୍‌ରେ ୫ ଲକ୍ଷ ଯାଏ ଆୟକର୍ତ୍ତାଙ୍କୁ କୌଣସି ଆୟକର ଦେବାକୁ ପଡ଼ୁ ନଥିଲା। ପ୍ରଫେସନାଲ୍‌ଙ୍କ ସହାୟତା ବିନା କୌଣସି ବ୍ୟକ୍ତି ଆୟକର ଦେବା ସହଜ ହେଉ ନଥିଲା। ଏବେ ତାହାକୁ ଅଧିକ ସହଜ କରିବା ପାଇଁ ପ୍ରୟାସ ଚାଲିଛି। ଏଠାରେ ଜାଣି ରଖନ୍ତୁ କିଏ କେତେ ଆୟକର ଦେବେ 

  • ୧୦ ପ୍ରତିଶତ ୫ ଲକ୍ଷରୁ ୭.୫ ଲକ୍ଷ ଯାଏ ରୋଜଗାର ଲାଗି। ଏବେ ତାହା ୨୦ ପ୍ରତିଶତ ରହିଛି।
  • ୭.୫ରୁ ୧୦ ଲକ୍ଷ ଆୟକର୍ତ୍ତାଙ୍କ ଲାଗି ଆୟକର ୨୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି।
  • ୧୦ ଲକ୍ଷରୁ ୧୨.୫ ଲକ୍ଷ ଆୟ ଯାଏ, ଆୟକାରୀଙ୍କୁ ପୂର୍ବରୁ ୩୦ ପ୍ରତିଶତ ଦେବାକୁ ପଡ଼ୁଥିଲା ଏବେ ୨୦ ପ୍ରତିଶତ ଦେବାକୁ ହେବ।
  • ୧୨.୫ ଲକ୍ଷରୁ ୧୫ ଲକ୍ଷ ଯାଏ ଆୟକର୍ତ୍ତାଙ୍କୁ ଏବେ ୨୫ ପ୍ରତିଶତ ଦେବାକୁ ପଡ଼ିବ ।ପୂର୍ବରୁ ୩୦ ଲକ୍ଷ ଥିଲା। 
  • ୧୫ ଲକ୍ଷରୁ ଅଧିକ ରୋଜଗାରୀଙ୍କୁ ୩୦ ପ୍ରତିଶତ ହେଦବାକୁ ହେବ।
  • ୫ ଲକ୍ଷ ଟଙ୍କାଯାଏ ଆୟୟକର୍ତ୍ତାଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ।

ମଧ୍ୟମ ବର୍ଗଙ୍କ ପାଇଁ ଏହା ସୁହାଇବ। ଏହାବାଦ୍‌ ଅନେକ କର କାଟ୍‌ ରହିଛି। 

୧୫ଲକ୍ଷ ଯାଏ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ରିହାତି ରହିଛି। ୧.୫ ଲକ୍ଷ ଆୟକର କାଟ୍‌ ରହିଛି। ଯିଏ ଚାହିଁଲା ପୁରୁଣା ଆଇନରେ ରହିପାରିବ। ଯଦି ସେ ନୂଆ ବ୍ୟବସ୍ଥାକୁ ଆସିବ। 

Leave a Reply

Your email address will not be published. Required fields are marked *