ନୂଆ ଶିକ୍ଷାନୀତି : ୩ବର୍ଷରେ ଶେଷ ହେବ ପ୍ରାଥମିକ ଶିକ୍ଷା
କେନ୍ଦ୍ର ସରକାର ନୂଆ ଶିକ୍ଷାନୀତିକୁ ଯଦି ସମଗ୍ର ଦେଶରେ ଲାଗୁ କରିବାରେ ସଫଳ ହୁଅନ୍ତି ତେବେ ୫୦ବର୍ଷ ଧରି ପ୍ରଚଳିତ ଥିବା ପ୍ରାଥମିକ ଶିକ୍ଷାର ଢାଞ୍ଚା ସମ୍ପୁର୍ଣ୍ଣ ବଦଳି ଯିବ। ନୂଆ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ସରକାର ବଜେଟରେ ଆଗ୍ରହ ପ୍ରକାଶ କରିବା ପରେ ଏନେଇ ବିଭିନ୍ନ ଚପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନୂଆ ଶିକ୍ଷାନୀତି ଅନୁସାରେ ପ୍ରାଥମିକ ଶିକ୍ଷା ପୂର୍ବଭଳି ୫ବର୍ଷିଆ ନ ହୋଇ ୩ବର୍ଷରେ ସମ୍ପୁର୍ଣ୍ଣ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।
ନୂଆ ଶିକ୍ଷାନୀତିରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି ତାହା ହେଲା ସ୍କୁଲ ଶିକ୍ଷା ପାଇଁ ଫାଉଣ୍ଡେସନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ପ୍ରି-ପ୍ରାଇମେରୀଠାରୁ ଆରମ୍ଭ କରି ୨ୟଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯିବ। ପ୍ରାଥମିକ ଶିକ୍ଷା ୫ବର୍ଷ ପରିବେର୍ତ୍ତ ୩ବର୍ଷିଆ ହେବ। ପ୍ରଶଥମିକ ଶିକ୍ଷାରେ ୩ୟ, ୪ର୍ଥ ଓ ୫ମ ଶ୍ରେଣୀ ରହିବ। ଫଳରେ ୧୯୬୮ରୁ ପ୍ରଚଳିତ ସ୍କୁଲ ଶିକ୍ଷା ପଦ୍ଧତି ପରିବର୍ତ୍ତନ ହେବବୋଲି କୁହାଯାଉଛି।
ନୂଆଶିକ୍ଷା ନୀତିରେ ପ୍ରସ୍ତାବିତ ପରିବର୍ତ୍ତନକୁ ୨୦୨୨ ସୁଦ୍ଧା ହାସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏପରିକି ସ୍କୁଲ ଶିକ୍ଷାରେ ପିଲାମାନେ ପାଠକୁ ବୁଝିବା ପରିବେର୍ତ୍ତ ଶୁଆଭଳି ଯେପରି ଘୋଷୁଥିଲେ ତାହା ପରିବର୍ତ୍ତନ ହେବ। ନୂଆ ଶିକ୍ଷା ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀମାନେ ଆବଶ୍ୟକ ଜ୍ଞାନ ପାଇଁ ବହୁଭାଷୀ କ୍ଷମତା ଓ ଡିଜିଟାଲ ଶିକ୍ଷା ପାଇଲେ ଏହା ଶିକ୍ଷା ଓ ସେମାନଙ୍କ ଭବିଷ୍ୟତ ବିକାଶରେ ସହାୟତା ହେବ।
ଏହାପରେ ମାଧ୍ୟମିକ ଶିକ୍ଷା ମଧ୍ୟ ତିନି ବର୍ଷିଆ ହେବ। ଏଥିରେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ରହିବ। ଏହା ପରେ ସେକେଣ୍ଡାରୀ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ୯ମ, ୧୦ମ, ୧୧ଶ ଓ ୧୨ଶ ଶ୍ରେଣୀ ରହିବ ବୋଲି ସ୍ଥିର ହୋଇଛି।