ଯାଜପୁରରୁ ୩ କରୋନା ପଜିଟିଭ୍‌ ଚିହ୍ନିତ, ସମୁଦାୟ ରାଜ୍ୟ ସଂଖ୍ୟା ୧୨୮; ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଗତ ୨୪ ଘଣ୍ଟା ଭିତରେ ଅର୍ଥାତ୍‌ ବୁଧବାରଦିନ ରାଜ୍ୟର ସମୁଦାୟ କରୋନା ପଜିଟିଭ୍‌ ସଂଖ୍ୟାରେ ୯ଜଣ  ରୋଗୀଙ୍କ ନାଁ ସାମିଲ୍‌ ହୋଇଛି।  ଏହାଦ୍ଵାରା ରାଜ୍ୟର ସମୁଦାୟ ରୋଗୀଙ୍କ ସଂଖ୍ୟା ୧୨୮ ହୋଇଛି। ସେଥିରୁ ୮୮ ଜଣ ରୋଗୀ ଏବେ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

ସଦସ୍ୟ ସୂଚନା ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ଖବରକୁ ହିସାବକୁ ନେଇ ସ୍ଵାସ୍ଥ୍ୟ ବିଭାଗ କହିଛି ଯେ, ଯାଜପୁରରେ ପୁଣି ତିନିଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏମାନଙ୍କ ବାବଦରେ ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ଗତକାଲି ବାଲେଶ୍ଵରରେ ୩, ଝାରସୁଗୁଡ଼ାରେ୧, କେନ୍ଦୁଝରରେ୧, ଦେବଗଡ଼ରେ ୧ ରୋଗୀଙ୍କୁ  ପୂର୍ବରୁ ଚିହ୍ନଟ କରାଯାଇଥିଲା। ଏହାଦ୍ଵାରା ଗତକାଲି ରୋଗୀ ସଂଖ୍ୟାରେ ୯ ଜଣଙ୍କ ବୃଦ୍ଧି ଘଟିଥିଲା। ଏବେ ଯାଜପୁର ଜିଲ୍ଲାରେ ସର୍ବାଧିକ କରୋନା ପଜିଟିଭ୍‌ ସକ୍ରିୟ ରହିଛନ୍ତି। ଏଠାରେ ସମୁଦାୟ ୨୧ ଜଣ କରୋନା ସକ୍ରିୟ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଖୋର୍ଦ୍ଧା ଏବଂ ବାଲେଶ୍ଵରରେ ୧୯ ଜଣ ଲେଖାଏଁ କରୋନା ପଜିଟିଭ୍‌ ରୋଗୀ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାତଳକୁ ଭଦ୍ରକରେ ୧୭ ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି।  ଅନ୍ୟ ସବୁ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା  ଏକ ଅଙ୍କ ସଂଖ୍ରାରେ ସୀମିତ ରହିଛି।  ଆସନ୍ତୁ ନଜର ପକାଇବା ଜିଲ୍ଲାୱାରୀ କରୋନା ସଂକ୍ରମଣ ତାଲିକା ଉପରେ।

 

ରାଜ୍ୟରେ କରୋନା ସ୍ଥିତି ସକାଳ୭ ଟା, ୩୦ଏପ୍ରିଲ୍‌୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
ଖୋର୍ଦ୍ଧା ୪୭ ୨୭ ୧୯
ବାଲେଶ୍ଵର ୧୯ ୧୯
ଭଦ୍ରକ ୧୯ ୧୭
ଯାଜପୁର ୨୨ ୨୧
ସୁନ୍ଦରଗଡ଼ ୧୦
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
କୋରାପୁଟ
ସମୁଦାୟ ୧୨୮ ୩୯ ୮୮

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର

ଅଧିକ ରାଜ୍ୟ ଅପ୍‌ଡେଟ୍‌ 

#Covidupdate: ଓଡ଼ିଶୋରେ ଚିକିତ୍ସାଧୀନ ୮୩ଙ୍କ ଭିତରୁ ୬ଜଣଙ୍କ କାଶ ହେଉଛି : ଶାଳିନୀ ପଣ୍ଡିତ

ସ୍ଥଗିତ ପରୀକ୍ଷା ହେବ ଖୁବ୍‌ଶୀଘ୍ର

Leave a Reply

Your email address will not be published.