ଭଦ୍ରକରୁ ୩ ନୂଆ କରୋନା ପଜିଟିଭ୍‌, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୮୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭଦ୍ରକ ଜିଲ୍ଲାରେ ତିନି ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଛି। ସେମାବାରଦିନ ଏହିଜିଲ୍ଲାରୁ ୫ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା।

ଏହି ସଂଖ୍ୟା ଦ୍ଵାରା ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି। ଏଥିରୁ ୩୦ ଜଣ ସୁସ୍ଥ ହୋଇଥିବା ସରକାର କହିଛନ୍ତି ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ରହିଛି। ମୃତକଙ୍କ ସଂଖ୍ୟା ୧ କୁହାଯାଇଛି। ପଶ୍ଚିମବଙ୍ଗର ଜଣେ କରୋନା ଆକ୍ରାନ୍ତଙ୍କ ଗତକାଲି ମୃତ୍ୟୁ ହୋଇଥିବା। ମୃତ୍ୟୁ ହେବା ପରେ ସରକାରଙ୍କ ପକ୍ଷରୁ ଏହା କରୋନା ଜନିତ ମୃତ୍ୟୁ ନୁହେଁ ବରଂ ସେ କରୋନାରୁ ସୁସ୍ଥ ହୋଇସାରିଥିଲେ ବୋଲି କୁହାଯାଇଥିଲା। ତାଙ୍କ ମୃତ୍ୟୁକୁ କ୍ୟାନ୍ସର ଜନିତ ବୋଳଇ କୁହାଯାଇଛି। ହେଲେ ସେ କେବେ ସୁସ୍ଥ ହେଲେ ତାହା ସାଧାରଣରେ ସ୍ପଷ୍ଟ କରାଯାଇନାହିଁ।

ରାଜ୍ୟର ଉତ୍ତର ପ୍ରାନ୍ତରେ ଏବେ ସଂଖ୍ୟା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ ସୀମାନ୍ତ ହୋଇଥିବାରୁ ଏହି ରାଜ୍ୟରୁ କରୋନା ରୋଗୀ ଓଡ଼ିଶାକୁ ପ୍ରବେଶ କରୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଶଙ୍କା କରାଯାଇଛି। ଏଣୁ ଯେଉଁମାନେ କିଟକ ଅତୀତରେ ରାଜ୍ୟକୁ ଫେରିଛନ୍ତି ସେମାନଙ୍କୁ ତୁରନ୍ତ ପଞ୍ଜିକରଣ ପାଇଁ କୁହାଯାଇଛି।

 

ରାଜ୍ୟରେ କରୋନା ସ୍ଥିତି ସକାଳ ୮ଟା, ୨୨ ଏପ୍ରିଲ୍‌୨୦୨୦

ଜିଲ୍ଲା ୨୧ ଏପ୍ରିଲ୍‌ ସ୍ଥିତି ୨୨ରେ ନୂଆ ଚିହ୍ନିତ ସମୁଦାୟ
ଖୋର୍ଦ୍ଧା ୪୬ ୪୬
ବାଲେଶ୍ଵର
ଭଦ୍ରକ ୧୧
ଯାଜପୁର
ସୁନ୍ଦରଗଡ଼
କେନ୍ଦ୍ରାପଡ଼ା
କଳାହାଣ୍ଡି
ପୁରୀ
କଟକ
ଢେଙ୍କାନାଳ
ସମୁଦାୟ ୭୯ ୮୨

 

 

ରାଜ୍ୟରେ କରୋନା ସ୍ଥିତି ସକାଳ ୮ଟା, ୨୨ ଏପ୍ରିଲ୍‌୨୦୨୦

 

ପଜିଟିଭ୍‌ ସୁସ୍ଥ ମୃତ ଆକ୍ରାନ୍ତ
ଭାରତ ୨୦୦୮୦ ୩୯୭୫ ୬୪୫ ୧୫୪୬୦
ବିଶ୍ଵ ୨୪୦୨୨୫୦ ୧୬୩୦୯୭
ଓଡ଼ିଶା ୮୨ ୩୦ ୫୧

 

Leave a Reply

Your email address will not be published.