ବଲାଙ୍ଗୀରକୁ ବ୍ୟାପିଲା କରୋନା, ଯାଜପୁରରେ ପୁଣି ୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟର ପଶ୍ଚିମାଞ୍ଚଳର ଆଉ ଏକ ଜିଲ୍ଲା କୋଭିଡ୍‌-୧୯ ଜାଲରେ ଛନ୍ଦି ହୋଇଛି। ବଲାଙ୍ଗରୀ ଜିଲ୍ଲାରେ ଦୁଇଜଣ ଆଙ୍କିତଙ୍କ ନମୁନାରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଛି।

ବଲାଙ୍ଗୀର ଦୁଇ ରୋଗୀଙ୍କ ସହ ଯାଜପୁରରେ ଦୁଇଜଣ ନୂଆ କୋଭିଡ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ଵାସ୍ଥ୍ୟ ବିଭାଗ କହିଛି। ଏହାଫଳରେ ରାଜ୍ୟର ସମୁଦାୟ କୋଭିଡ୍‌୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ରହିଛି। ଏମାନଙ୍କ ଭିତରୁ ୧୦୫ ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ୪୧ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କ ମୃତ୍ୟୁ ଘଟିଛି।

ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏହି ଦୁଇ ନବ ଚିହ୍ନିତ କରୋନା ରୋଗୀ ଅର୍ଥାତ୍‌ ୧୪୪ ଏବଂ ୧୪୫ ନମ୍ବର ରୋଗୀ ଦ୍ଵୟ ତାମିଲ୍‌ନାଡ଼ୁରୁ କିଛିଦିନ ପୂର୍ବେ ଫେରିଥିଲେ। ସେମାନେ ଲେଖାରିଆ ଗାଁର। ଜଣେ ୨୨ ବର୍ଷର ଯୁବକ ହୋଇଥିବା ବେଳେ ଆଉଜଣଙ୍କ ବୟସ ୧୮ ବର୍ଷ। ସେମାନଙ୍କ ବାବଦରେ ଅଧିକ ତଥ୍ୟ ଯୋଗାଡ଼ ଚାଲିଛି।

ଆଜି ସକାଳେ ବାଲେଶ୍ଵରରୁ ୧୪୩ ନମ୍ବର ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେ ଜଣେ ୫୮ ବର୍ଷୀୟ ପୁରୁଷ ଏବଂ କୋଲକତାରୁ ଫେରିଥିବା ସ୍ଵାସ୍ଥ୍ୟ ବିଭାଗ କହିଛି। ଏଠାରେ ନଜର ପକାନ୍ତୁ କେଉଁ ଜିଲ୍ଲାରୁ କେତେ ରୋଗୀ କରୋନା ପ୍ରାଭବିତ ରହିଛନ୍ତି। ଯାଜପୁରରେ ଏହି ଦୁଇ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରୋଗୀଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି।

ରାଜ୍ୟରେ କରୋନା ସ୍ଥିତି ଦିନ 12 ଟା୧ମେ’ ୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୩୦ଏପ୍ରିଲ୍‌ ୧ ମେ ୩୦ଏପ୍ରିଲ୍‌ ୧ ମେ ୩୦ଏପ୍ରିଲ୍‌ ୧ ମେ
ଖୋର୍ଦ୍ଧା ୪୭ ୪୭ ୨୭ ୨୭ ୧୯ ୧୯
ଯାଜପୁର ୨୨ ୩୮ ୦୧ ୧୯ ୩୭
ବାଲେଶ୍ଵର ୧୯ ୨୦ ୨୦ ୨୦
ଭଦ୍ରକ ୧୯ ୧୯ ୨୧ ୧୭
ସୁନ୍ଦରଗଡ଼ ୧୦ ୧୦ ୦୫ ୦୫
କେନ୍ଦ୍ରାପଡ଼ା ୦୨ ୦୧
କଳାହାଣ୍ଡି ୦୨
ପୁରୀ
କଟକ
ଢେଙ୍କାନାଳ
କୋରାପୁଟ

 

ବଲାଙ୍ଗୀର
ସମୁଦାୟ ୧୨୮ ୧୪୭ ୩୯ ୪୧ ୮୮ ୧୦୫

 

  • ଜଣଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ଵରର ଏମ୍‌ସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ଝାରପଡ଼ା ଅଞ୍ଚଳର

Leave a Reply

Your email address will not be published. Required fields are marked *