ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ସମ୍ବିଧାନ ଜରୁରୀ: ଶଙ୍କରାଚାର୍ଯ୍ୟ

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଗୋବର୍ନ୍ଧନ ମଠ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ, ଶାସ୍ତ୍ରୀୟ, ଆଧ୍ୟାତ୍ମିକ ଓ ଧାର୍ମିକ ଦୃଷ୍ଟିକୋଣରୁ ଶ୍ରୀମନ୍ଦିରର ସଂଚାଳନର ଦାୟିତ୍ୱ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ରହିବା ଆବଶ୍ୟକ। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସେବା ପୂଜା, ବିଧିବିଧାନ ଶାସ୍ତ୍ରୀୟମତ ଏବଂ ପରମ୍ପରାନୁଯାୟୀ ସମ୍ପନ୍ନ ହୋଇପାରିବ। ଶ୍ରୀମନ୍ଦିର ସମ୍ବିଧାନ ସମ୍ମତ, ଶାସ୍ତ୍ରୀୟ ମତ ଓ ବିଧିବିଧାନ ଅନୁସାରେ ଶ୍ରୀମନ୍ଦିର ପରିଚାଳିତ ହେଲେ କୌଣସି ପ୍ରକାର ଅସଂଗତି ରହିବ ନାହିଁ ବୋଲି ଜଗତଗୁରୁ ମତ ରଖିଛନ୍ତି।

୨୫୦୩ ବର୍ଷ ପୂର୍ବେ ଆଦି ଶଙ୍କରଚାର୍ଯ୍ୟ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା କରିଥିଲେ । ତେଣୁ ଶ୍ରୀମନ୍ଦିର ପରିଚଳନା ଦାୟିତ୍ୱ ଶଙ୍କରାଚାର୍ଯ୍ୟ ନେବା କଥା । ଏନେଇ ଖୁବଶୀଘ୍ର ସୁପ୍ରିମକୋର୍ଟରେ ପକ୍ଷ ରଖିବେ ଶଙ୍କରାଚାର୍ଯ୍ୟ କହିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଶ୍ରୀମନ୍ଦିରର କିଛି ସମ୍ବିଧାନ ନାହିଁ, ଟେମ୍ପୁଲ ଆକ୍ଟର ଅନ୍ଧ ପରମ୍ପରାରେ ଚାଲିଛି । ସେଥିଲାଗି ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ସମ୍ବିଧାନ ହେବା ଜରୁରୀ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀମନ୍ଦିର ପରିଚାଳନା ଜଗତଗୁରୁଙ୍କୁ ଦାୟିତ୍ୱରେ ରହିବା ଆବଶ୍ୟକ। ଧାର୍ମିକ ଓ ଶାସ୍ତ୍ରୀୟ ମତାନୁସାରେ ଶ୍ରୀମନ୍ଦିର ପରିଚାଳନା କରାଯିବ। ଶାସନତନ୍ତ୍ର, ଗଜପତି, ସେବାୟତଙ୍କ ସହଭାଗିତାରେ ଶ୍ରୀମନ୍ଦିର ପରିଚାଳିତ କରାଯିବ। ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ସଂସ୍କାର ମାମଲାକୁ ଗତକାଲି ସୁପ୍ରିମକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିଲା। ପ୍ରଥମ ଥର ପାଇଁ ବିଚାରପତି ଏସ.ଏ. ବବଡେଙ୍କ ଖଣ୍ଡପୀଠରେ ହୋଇଥିବା ଶୁଣାଣିରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ନ୍ୟସ୍ତ କରାଯାଇପାରିବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published.