ନୂଆ ପୁସ୍ତକ The Address of God: ଜୀବନର ଜଳଛବିରୁ ଖୋଜୁଛି ଭଗବାନଙ୍କ ଠିକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲେଖକ ତଥା ଔପନ୍ୟାସିକ ଗୌରହରି ଦାସଙ୍କ ବହୁ ଆଦୃତ ସ୍ତମ୍ଭ ‘ଜୀବନର ଜଳଛବି’ରୁ କିଛି ବଛା କାହାଣୀକୁ ଅନୁବାଦ କରି ପୁସ୍ତକର ରୂପ ଦେଇଛନ୍ତି ଅନୁବାଦକ ମନୋରଞ୍ଜନ ମିଶ୍ର। ସାରା ବିଶ୍ଵରେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ଲାଗି ଲକ୍‌ଡାଉନ୍‌ ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ବ୍ଲାକ୍‌ ଇଗଲ୍‌ ବୁକ୍ସ ଏହାକୁ ପ୍ରକାଶ କରିଛନ୍ତି।  ବହିଟି ଦୈନନ୍ଦିନ ଜୀବନର ବିଶାଳ କାନ୍‌ଭାସ୍‌କୁ ଆମ ଆଗରେ ଚରିତ୍ର ମାଧ୍ୟମରେ ପୁଣିଥରେ ଉପସ୍ଥାପନ କରିବାର ଏକ ସୁଯୋଗ ସୃଷ୍ଟି କରୁଛି।

ଦୈନନ୍ଦିନ ଜୀବନର ଘଟଣାଗୁଡ଼ିକୁ ଜୀବନର ଗୋଟିଏ ଗୋଟିଏ ବିନ୍ଦୁ ବୋଲି ବିଚାର କରି ଲେଖକ ତାହାକୁ ଯେଉଁ ପରି ଭାବେ  ‘ଜୀବନର ଜଳଛବି‘ ସ୍ତମ୍ଭକୁ ରଚନା କରିଛନ୍ତି,  ଅନୁବାଦକ ସେହିଧାରାକୁ ବଜାୟ ରଖିଛନ୍ତି। ପ୍ରତିଟି ବିଷୟ ପଢ଼ିଲେ ତାହାକୁ ଯେକୌଣସି ବ୍ୟକ୍ତି ନିଜ ଜୀବନର କୌଣସି ଏକ ଘଟଣା ବୋଲି ବିଚାର କରିପାରିବ। ଅର୍ଥାତ୍‌ ଆମ ଜୀବନର ଘଟଣାଗୁଡ଼ିକୁ ଗୋଟିଏ ଗୋଟିଏ ବିନ୍ଦୁ ଏହି ପୁସ୍ତକର ବିଷୟଗୁଡ଼ିକୁ ବିଚାର କଲେ, ସମୁଦାୟ ପୁସ୍ତକଟି ଜୀବନ କାନ୍‌ଭାସ୍‌ର ଏକ ପ୍ରତିଛବି ହୋଇ ଆମ ଆଗରେ ଠିଆ ହେବ।

ଓଡ଼ିଆ ସାହିତ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବାରେ ଏହି ଅନୁବାଦ ସହାୟକ ହେବ ବୋଲି ଆଶା କରାଯାଏ। ପୁଣି ଇଂରାଜୀ ବହି ପଢ଼ିବାର ଆଗ୍ରହ ରଖୁଥିବା ପ୍ରତିଟି ବ୍ୟକ୍ତି ଲାଗି ଏହା ଏକ ନିଶ୍ଚୟ କ୍ରୟ ପାଇଁ ପ୍ରେରଣା ଦେବ। ବହିଟି ଆମାଜନ୍‌ରେ ଉପଲବ୍ଧ। ଏ ବହିର ପ୍ରକାଶକ ବ୍ଲାକ୍‌ ଇଗଲ୍‌ ବୁକ୍ସ ଜଣେ ଓଡ଼ିଆ ପୁଅ ତଥା ସାହିତ୍ୟ ଅନୁରାଗୀ ସତ୍ୟ ପଟ୍ଟନାୟକଙ୍କ ଦ୍ଵାରା ପରିଚାଳିତ।

Leave a Reply

Your email address will not be published. Required fields are marked *