ନେପାଳ ସରକାରଙ୍କ ଅହଂକାର – ଭାରତକୁ ଯୁଦ୍ଧ ଧମକ
- ନେପାଳର ନୂତନ ମାନଚିତ୍ର ଅନୁମୋଦନ ହେବା ମାତ୍ରେ ‘ଆମ ସେନା ପ୍ରସ୍ତୁତ’ ବୋଲି ନେପାଳର ପ୍ରତିରକ୍ଷା ମନ୍ତ୍ରୀ ଧମକ ଦେଇଛନ୍ତି

ଲିପୁଲେଖକୁ ନେଇ ନେପାଳ ଏବଂ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଶେଷ ହେବାର ନାମ ନେଉନାହିଁ । ଅହଂକାରରେ ଦଶ ପାଦ ଆଗକୁ ବଢ଼ି କେପି ଶର୍ମା ଓଲିଙ୍କ ସରକାର ନେପାଳର ବିବାଦୀୟ ମାନଚିତ୍ର ମୁକ୍ତ କରିବାକୁ ସମ୍ବିଧାନରେ ସଂଶୋଧନ ପ୍ରସ୍ତାବ ଆଣିଛନ୍ତି । ନେପାଳ ଆଇନ ମନ୍ତ୍ରୀ ଏସଏମ ତୁମ୍ବାହାଙ୍ଗଫେୟା ଏହି ପ୍ରସ୍ତାବକୁ ଗୃହରେ ଆଗତ କରିଛନ୍ତି ।
ନେପାଳ ଯେକୌଣସି ପ୍ରକାର ସଙ୍କଟର ମୁକାବିଲା କରିବାକୁ ପ୍ରସ୍ତୁତ ଏବଂ ଆବଶ୍ୟକ ସ୍ଥଳେ ଯୁଦ୍ଧ କରିବାକୁ ପ୍ରସ୍ତୁତ ବୋଲି ନେପାଳର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ପଦରେ ଅବସ୍ଥାପିତ ଈଶ୍ୱର ପୋଖରେଲ ଦାବି କରିଛନ୍ତି ।
ଏହାପୂର୍ବରୁ ନେପାଳ ସରକାର ଏହି ବିବାଦୀୟ ମାନଚିତ୍ର ସଂଶୋଧନକୁ ସଂସଦରେ ପାରିତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନେପାଳ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା । ଏହି ସାମ୍ବିଧାନିକ ସଂଶୋଧନ ପାଇଁ ନେପାଳ ସଂସଦରେ ଏକ ତୃତୀୟ ସଂଖ୍ୟା ଗରିଷ୍ଠତା ଆବଶ୍ୟକ। ଏହି ସଙ୍କଟକୁ ଏଡ଼ାଇବା ଲାଗି ବର୍ତ୍ତମାନ ‘ନେପାଳୀ କଂଗ୍ରେସ’ ମଧ୍ୟ ଏହି ବିବାଦୀୟ ସଂଶୋଧନକୁ ସମର୍ଥନ କରିବାଲାଗି ସରକାରଙ୍କୁ ସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି।
ସାଧାରଣତଃ ଯେକୌଣସି ସାମ୍ବିଧାନିକ ସଂଶୋଧନ ବିଲ୍ ପାରିତ କରିବାର ପ୍ରକ୍ରିୟା ଏକ ମାସ ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ବର୍ତ୍ତମାନର ନେପାଳ ସରକାର ଚୀନ୍କୁ ଖୁସି କରିବା ଲାଗି ଯେକୌଣସି ସ୍ତରକୁ ଯିବାକୁ ଇଚ୍ଛୁକ ବୋଲି କୁହାଯାଉଛି ।
ନେପାଳରେ ବର୍ତ୍ତମାନର ପ୍ରଶାସନ ଖୋଲା ଖୋଲିଭାବେ ଭାରତକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି । ବାସ୍ତବରେ, ଭାରତ-ଚୀନ୍ ସୀମାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଧର୍ଚୁଲା ଲିପୁଲେଖ ରାସ୍ତାକୁ କେନ୍ଦ୍ର କରି ନେପାଳ ଭାରତ ବିରୁଦ୍ଧରେ ଯୁଦ୍ଧଂଦେହୀ ଡାକରା ଦେଇଛି।
ବାସ୍ତବରେ, ଯେଉଁ ଅଞ୍ଚଳରେ ଭାରତ ଏହି ରାସ୍ତା ନିର୍ମାଣ କରିଛି, ସେ ଅଞ୍ଚଳକୁ ନେପାଳ ସରକାର ଏହାର ଜମି ବୋଲି ଦାବି କରିଛି । ଦୀର୍ଘ ଦିନ ଧରି ଏହି ଅଞ୍ଚଳ ଉପରେ ଭାରତର ଅଧିକାର ରହିଆସିଛି ଏବଂ ନେପାଳର ପ୍ରଶାସନ ପୂର୍ବରୁ କୌଣସି ବିରୋଧ କରିନାହିଁ।

ତେବେ ବର୍ତ୍ତମାନ କ’ଣ ହେଉଛି ଯେ ମୁଙ୍ଗେରିଲାଲଙ୍କ ପରି ନେପାଳ ସରକାର ଦିବାସ୍ୱପ୍ନ ଦେଖୁଛି ? ପ୍ରକୃତରେ, ଓଲି ସରକାରଙ୍କ ବର୍ତ୍ତମାନର ଅସ୍ତିତ୍ୱ ପାଇଁ ଚୀନ୍ ମୁଖ୍ୟତଃ ଦାୟୀ ଏବଂ ଏହାର କୃତଜ୍ଞତା ଜଣାଇବା ପାଇଁ ନେପାଳ ମଧ୍ୟ ନିଜର ବଡ଼ ଭାଇ ଭାରତକୁ ଧମକ ଦେଇଛି ।
କିନ୍ତୁ ଏ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କର ଏହି ଉଦ୍ଦେଶ୍ୟ ପାଇଁ ଦେଶବ୍ୟାପୀ ସମର୍ଥନ ପାଇନାହାଁନ୍ତି । ମାଡେସି ଅଞ୍ଚଳର ଦଳମାନେ ସରକାରଙ୍କ ଏହି ବିଧେୟକକୁ ପସନ୍ଦ କରିନାହାନ୍ତି । କିନ୍ତୁ ଓଲି ସରକାର ନେପାଳୀ ଲୋକଙ୍କ ବିରୋଧକୁ ଧ୍୍ରାନ ଦେଇ ନାହାନ୍ତି।
ଅନ୍ୟପକ୍ଷରେ ଭାରତ କେବଳ ନେପାଳ ସରକାରଙ୍କ ଦାବିକୁ ଅସ୍ୱୀକାର କରିନାହିଁ, ବରଂ ଏହାକୁ ଭିତ୍ତିହୀନ ବୋଲି ଘୋଷଣା କରିଛି । ତେବେ ଭାରତ ତଥାପି ବୁଝାମଣା କରିବାକୁ ପ୍ରସ୍ତୁତ, ହେଲେ ଓଲି ସରକାରଙ୍କ ଆଚରଣକୁ ଦୃଷ୍ଟିରେ ରଖି ନେପାଳକୁ ଭାରତର ମାଲେସିଆ ଚିକିତ୍ସା ଭଳି ରଣନୀତି ଆପଣାଇବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।











