ନେପାଳ ପିଠିରେ ପଡ଼ିଲା ନାହିଁ ଚୀନ୍‌

 “ଦୟାକରି ଆମଠାରୁ ଚା ଏବଂ ପାମ୍‌ ତେଲ କିଣନ୍ତୁ”, ଭାରତକୁ କରୋନା ହେବାର କାରଣ ପଚାରିବା ପରେ ନେପାଳ ଭାରତକୁ ଭିକ୍ଷା ମାଗୁଛି ! 

ଭାରତ ସହିତ ଶତ୍ରୁତା କରିବା ଭଲ କଥା ନୁହେଁ ବୋଲି ନେପାଳ ଖୁବ୍‌ କମ୍‌ ଦିନ ମଧ୍ୟରେ ହୃଦୟଙ୍ଗମ କରିସାରିଲାଣି । ତେବେ ଖବର ଆସିଛି ଯେ ନେପାଳ ଭାରତରୁ ଚା ଏବଂ ପାମ୍‌ ତେଲ କାରବାର ଜାରି ରଖିବାକୁ ଚାହୁଁଛି । ନେପାଳ ଏପରି ଅନୁରୋଧ କରିବାର  କାରଣ ନେପାଳରୁ ପାମ୍‌ ତେଲ ଆମଦାନୀ କରିବାକୁ ଦିଆଯାଇଥିବା ଲାଇସେନ୍ସକୁ ଭାରତ ୧୧ ମଇରେ ବାତିଲ କରିଦେଇଛି ।

ଯେହେତୁ ନେପାଳ ପାମ୍‌ ତେଲ ଉତ୍ପାଦନ କରୁନାହିଁ ଏବଂ ଅନେକ ଆମଦାନୀକାରୀ ଦକ୍ଷିଣ ଏସୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛନ୍ତି, ତେଣୁ ଭାରତ ଏହି ନିଷ୍ପତ୍ତି ନେଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନେପାଳ ସରକାର ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି ଯେ ନେପାଳର ବ୍ୟବସାୟୀମାନଙ୍କୁ ଭାରତୀୟ ବଜାରକୁ ଚା ଏବଂ ପାମ୍‌ ତେଲ ରପ୍ତାନି କରିବାକୁ ଅନୁମତି ଦିଅନ୍ତୁ ।  

ବାଣିଜ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନେପାଳ ସରକାର ଦୁଇଟି ପୃଥକ ଚିଠି ମାଧ୍ୟମରେ ଭାରତ ସରକାରଙ୍କ ସହିତ ବାଣିଜ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି । ଏହା ହେଉଛି ସେହି ନେପାଳ ସରକାର ଯିଏକି ଗତକାଲି ପର୍ଯ୍ୟନ୍ତ ମଧ୍ୟ ଭାରତ ସହ ସମ୍ପର୍କ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ।  

କଥାରେ ଅଛି, ପ୍ରତମେ ଯୁଦ୍ଧ ଆରମ୍ଭ କର ନାହିଁ ଯାହାକୁ ତୁମେ ଜିତିବ ନାହିଁ । ଚୀନ୍‌କୁ ଖୁସି କରିବା ପାଇଁ ନେପାଳର କମ୍ୟୁନିଷ୍ଟ ଶାସନ ସେହି ଦେଶ ସହିତ ସମ୍ପର୍କ ଖରାପ କରିଛି, ଯାହା କେବଳ ଏହାର ପଡ଼ୋଶୀ ନୁହେଁ, ଏହାର ମହାନ ସାଂସ୍କୃତିକ ଭାଇ ମଧ୍ୟ । ଏହା କାରଣରୁ ଉଭୟ ଦେଶର ବାଣିଜ୍ୟିକ ସମ୍ପର୍କ ଏହିପରି ଦୃଢ଼ ହୋଇଥିଲା । କିଛି ମାସ ପୂର୍ବରୁ ମାଲେସିଆ କରିଥିବା ସମାନ ଭୁଲକୁ ନେପାଳ ଦୋହରାଇଛି ।  

ଯେତେବେଳେ ଧାରା ୩୭୦ର ଅଧିକାରଗୁଡ଼ିକ ରଦ୍ଦ ହେଲା, ସେତେବେଳେ ମାଲେସିଆର ତତ୍କାଳୀନ ରାଷ୍ଟ୍ରପତି ମହାଥିର ମହମ୍ମଦ ଭାରତ ସହିତ ଜାଣିଶୁଣି ପଙ୍ଗା ନେଇଥିଲେ । ଗତ ବର୍ଷ ଅଗଷ୍ଟରେ ସେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ଯାହା ନୂଆଦିଲ୍ଲୀକୁ ବହୁତ ଆଘାତ ଦେଇଥିଲା ଏବଂ ମହାରଥୀ ସିଏଏକୁ ସମାଲୋଚନା କରି ଠିକ୍ କାର୍ଯ୍ୟ କରିଥିଲେ । ଏହାପରେ ମାଲେସିଆର ପାମ୍‌ ତେଲ ଶିଳ୍ପରେ ଏକ ବଡ଼ କ୍ଷତି ହୋଇଛି ।  

ତେବେ ଏହିସବୁ କାରଣରୁ ମାଲେସିଆର ଅର୍ଥନୀତି ବହୁ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଶେଷରେ ମହାଥିର ମହମ୍ମଦଙ୍କୁ ଜନସାଧାରଣଙ୍କ କ୍ରୋଧ ଆଗରେ ନତମସ୍ତକ ହେବାକୁ ପଡ଼ିଲା । ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ମୁହୁଦ୍ଦିନ ୟାସିନ୍ ତାଙ୍କ ପୁର୍ବସୂରୀ ମହାଥିର ମହମ୍ମଦ କରିଥିବା ଭୁଲଗୁଡ଼ିକର ପୁନରାବୃତ୍ତି କରିନାହାଁନ୍ତି ଏବଂ ଭାରତ ସହ ତାଙ୍କର ସମ୍ପର୍କକୁ ପ୍ରାଥମିକତା ଦେଇଛନ୍ତି ।  

ସୂଚନାନୁସାରେ, ଭାରତୀୟ କର୍ତ୍ତୃପକ୍ଷ ମଧ୍ୟ ମାଲେସିଆକୁ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ମାଲେସିଆ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରେ ତେବେ ଭାରତ ଏହା ସହ ଭଲ ସମ୍ପର୍କ ବଜାୟ ରଖିବ । 

ସେହିଭଳି ଭାରତଦ୍ୱାରା ଧାରଚୁଲା ଲିପୁଲେଖ ରୋଡ଼ ଉନ୍ମୋଚନ ହେବାପରେ ନେପାଳର କମ୍ୟୁନିଷ୍ଟ ଶାସନ ଏହାକୁ ବିରୋଧ କରି ଚୀନ୍‌ର କୋଳରେ ବସିଥିଲା । କେବଳ ନେପାଳ ଏକ ଆପତ୍ତି ପଞ୍ଜିକରଣ କରିନାହିଁ, ଏହା ଭାରତ ବିରୋଧରେ ଉତ୍ତେଜନାମୂଳକ ପଦକ୍ଷେପ ମଧ୍ୟ ନେଇଛି ଏବଂ ଏହାର ନୂତନ ମାନଚିତ୍ରରେ ଭାରତର ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ନିଜର ବୋଲି ବର୍ଣ୍ଣନା କରିଛି । କେବଳ ଏତିକି ନୁହେଁ, ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି କ୍ରମାଗତ ଭାବରେ ଭାରତ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି । ବୁଧବାର ସେ ଭାରତ ବିରୋଧରେ କିଛି ଅଭଦ୍ରଅ ମନ୍ତବ୍ୟ ଦେଇଛନ୍ତି ଯାହା ଦୁଇ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ସମ୍ପର୍କକୁ ନଷ୍ଟ କରିଛି ।  

ନେପାଳର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି କେହି କ୍ରୋଧିତ ହୁଅନ୍ତି, ତେବେ ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଆମେ ଯେକୌଣସି ମୂଲ୍ୟରେ ଜମି ଫେରାଇ ଆଣିବୁ ।

କିନ୍ତୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲି ସେତେବେଳେ ୱୁହାନ ଭୂତାଣୁ ପାଇଁ ଭାରତକୁ ଦାୟୀ କରିଥିଲେ । ଓଲି କହିଛନ୍ତି, ଭାରତରୁ ଆସୁଥିବା କରୋନା ଭୂତାଣୁ ଇଟାଲୀ ଏବଂ ଚୀନ୍‌ ଅପେକ୍ଷା ଅଧିକ ମାରାତ୍ମକ । ଯେଉଁମାନେ ବେଆଇନଭାବେ ଭାରତରୁ ଆସୁଛନ୍ତି ସେମାନେ ଦେଶରେ ଏହି ଜୀବାଣୁ ବିସ୍ତାର କରୁଛନ୍ତି ଏବଂ ପରୀକ୍ଷା ନକରି ଭାରତରୁ ଲୋକଙ୍କୁ ଆଣିବା ପାଇଁ ସ୍ଥାନୀୟ ପ୍ରତିନିଧୀ ତଥା ଦଳର ନେତାମାନେ ଦାୟୀ ବୋଲି ସେ କହିଥିଲେ ।  

ଏଭଳି ପରିସ୍ଥିତିରେ ଭାରତ କୈଣସି ବିଶେଷ ଉଦ୍ୟମ ନକରି ନେପାଳର କମ୍ୟୁନିଷ୍ଟ ଶାସନକୁ ତାର ସୀମା ସୂଚାଇ ଦେଇନାହିଁ, ବରଂ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନେପାଳର କାନ୍ଧରେ ବନ୍ଧୁକ ରଖିବା ଚୀନର ନିଷ୍ଠୁର ଉଦ୍ଦେଶ୍ୟ ସହାୟକ ହେବ ନାହିଁ ।  

 

Leave a Reply

Your email address will not be published. Required fields are marked *